April 24, 2025
Home » ଦୁଷ୍କର୍ମ ଉଦ୍ୟମ ମାମଲାରେ କାର୍ଯ୍ୟରତ ୫୯ ବର୍ଷୀୟ ଫରେଷ୍ଟରଙ୍କୁ ଗିରଫ ସହ କୋର୍ଟ ଚାଲାଣ

ଦୁଷ୍କର୍ମ ଉଦ୍ୟମ ମାମଲାରେ କାର୍ଯ୍ୟରତ ୫୯ ବର୍ଷୀୟ ଫରେଷ୍ଟରଙ୍କୁ ଗିରଫ ସହ କୋର୍ଟ ଚାଲାଣ

0

ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲା କାର୍ଯ୍ୟରତ ଜଣେ ଫରେଷ୍ଟର । ଅଭିଯୁକ୍ତ ଫରେଷ୍ଟରଙ୍କୁ ପଦ୍ମପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ମୁତାବକ ଫରେଷ୍ଟର ଜଣକ ହେଉଛି
ଗୁଡ଼ାରୀ ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟରତ ୫୯ ବର୍ଷୀୟ ନରସିଂହ ଶତପଥି। ନରସିଂହ ତାଙ୍କ ଘର ପଡ଼ିଶାରେ ଅଜା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକା ଶୁକ୍ରବାର ଦିନ ତାର ସହପାଠୀ ସହ ସ୍କୁଲରୁ ଫେରିବା ସମୟରେ ନାବାଳିକାକୁ କିଛି ପ୍ରଲୋଭନ ଦେଖାଇ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିବା ସମୟରେ ତା ସହ ଥିବା ଅନ୍ୟ ଜଣେ ଝିଅ ନାବାଳିକାଙ୍କ ପରିବାର ବର୍ଗଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ । ଏହା ପରେ ଗ୍ରାମବାସୀ ଅଭିଯୁକ୍ତ ଫରେଷ୍ଟରଙ୍କୁ ନିସ୍ତୁକ ମାଡ଼ ମାରିବା ସହ କେନ୍ଦୁଗୁଡା ଫାଣ୍ଡି ପୋଲିସ ଜଣାଇବା ପରେ ତୁରନ୍ତ ପଦ୍ମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଧରଣୀଧର ପ୍ରଧାନଙ୍କୁ ଜଣାଇବା ପରେ ଅଭିଯୁକ୍ତକୁ ଘଟଣାସ୍ଥଳରୁ ଗିରଫ କରି ପଦ୍ମପୁର ଆଣି ଘଟଣାର ତଦନ୍ତ କରିବା ସହ କେସ ନଂ ୪୪ରେ ଏକ ମାମଲା ରୁଜୁ କରି ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *