July 4, 2025
Home » ଜବାହାର ନବୋଦୟ ବିଦ୍ୟାଳୟ ରେ ଯୁବା ସଂସଦ କାର୍ଯ୍ୟକ୍ରମ

ଜବାହାର ନବୋଦୟ ବିଦ୍ୟାଳୟ ରେ ଯୁବା ସଂସଦ କାର୍ଯ୍ୟକ୍ରମ

0
WhatsApp Image 2025-03-31 at 1.21.32 PM

ସୁବର୍ଣ୍ଣପୁର —ଜବାହର ନବୋଦୟ ବିଦ୍ୟାଳୟ, ବୌଦ୍ଧ ରେ ଯୁବା ସଂସଦ କାର୍ଯ୍ୟକ୍ରମ ଖୁବ୍ ଧୁମ୍ ଧାମରେ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ଅବସର ଗ୍ରହଣ କରିଥିବା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବସନ୍ତ କୁମାର ସାହୁ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନେହେରୁ ଯୁବା କେନ୍ଦ୍ର ବୌଦ୍ଧ ଜିଲ୍ଲା ସହାୟକ, ଶ୍ରୀ ଉତ୍ତମ କୁମାର ମହାକୁଡ, ବିଦ୍ୟାଳୟ ର ପ୍ରାଚାର୍ଯ୍ୟ ଶ୍ରୀ ସୁରେଶ କୁମାର ସାହୁ ଏବଂ ଅନ୍ୟାନ୍ୟ ଅତିଥି ତଥା ଅଭିଭାବକ ଓ ଅଭିଭାବିକା ମାନେ ଏହି ଉତ୍ସବରେ ଯୋଗଦାନ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଦୀପ ପ୍ରଜ୍ବଳନ ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ପ୍ରାଚାର୍ଯ୍ୟ ଶ୍ରୀ ସୁରେଶ କୁମାର ସାହୁ ସ୍ବାଗତ ଜଣାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ନିମନ୍ତେ ଆଦେଶ ଦେଇଥିଲେ। ଏହି ଯୁବା ସଂସଦ କାର୍ଯ୍ୟକ୍ରମ ରେ ମୋଟ ୫୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ସମସ୍ତଙ୍କ ମନୋରଞ୍ଜନ ସହ ଶିକ୍ଷଣୀୟ ବାର୍ତ୍ତା ମଧ୍ଯ ପ୍ରଦାନ କରିଥିଲେ। ବାଚସ୍ପତି ଭୂମିକା ରେ ସୁଶ୍ରୀ ଅବିଦା ସୁଲତାନା, ପ୍ରଧାନ ମନ୍ତ୍ରୀ ଭୂମିକା ରେ ଆଦ୍ୟାଶା ଶର୍ମା, ବିପକ୍ଷ ଦଳ ର ନେତା ରୂପରେ ପୁନମ ରାଣୀ ସାହୁ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ଅଭିନୟ ସମସ୍ତଙ୍କୁ ଭାବ ବିହ୍ଵଳିତ କରିଦେଇଥିଲା। ଯୁବା ସଂସଦ କାର୍ଯ୍ୟକ୍ରମଟି ପାଖାପାଖି ଏକ ଘଣ୍ଟା ତିରିଶ ମିନିଟ ପର୍ଯ୍ୟନ୍ତ ଚାଲୁ ରହିଥିଲା।
କାର୍ଯ୍ୟକ୍ରମ ର ସଂଳାପ, ନିର୍ଦ୍ଦେଶନା ଏବଂ ନାଟକୀୟ ରୂପାନ୍ତର ସାମାଜିକ ବିଜ୍ଞାନ ଶିକ୍ଷକ, ଶ୍ରୀ ଅରୁଣ କୁମାର ମହାନ୍ତଙ୍କ ତତ୍ତ୍ଵାବଧାନରେ କରାଯାଇଥିଲା। ଶେଷରେ ମୁଖ୍ୟ ଅତିଥିଙ୍କ ସମ୍ଭାଷଣ ଛାତ୍ର ଛାତ୍ରୀ ମାନଙ୍କ ମନ ମୋହି ନେଇଥିଲା। ବୌଦ୍ଧ ଜିଲ୍ଲାର ଏ ନବୋଦୟ ଆଗାମୀ ଦିନରେ ଆହୁରି ଖ୍ୟାତି ଅର୍ଜନ କରିବ ବୋଲି ନେହରୁ ଯୁବା କେନ୍ଦ୍ରର କାର୍ଯ୍ୟକର୍ତ୍ତା ଶ୍ରୀ ଉତ୍ତମ କୁମାର ମହାକୁଡ ତାଙ୍କ ଉଜସ୍ଵିନୀ ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ହିନ୍ଦୀ ସ୍ନାତ୍ତକୋତ୍ତର ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ବଡ଼ତ୍ୟା। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପ୍ରାଚାର୍ଯ୍ୟ ଶ୍ରୀ ସୁରେଶ କୁମାର ସାହୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଜଣାଇ ବିଦ୍ୟାଳୟର ଭୋଜନାଳୟରେ ରାତ୍ରୀ ଭୋଜନ କରିବା ପାଇଁ ନିମନ୍ତ୍ରଣ କରି ସଭା ସାଙ୍ଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *