ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ

ରାମନାଗୁଡା:ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ ହୋଇଯାଇଛି।କଳାହାଣ୍ଡି ଜିଲ୍ଲା ସଦର ଭବାନୀପାଟଣା ନିକଟସ୍ଥ ରିଶିଗାଁ ଶ୍ରୀ କୃଷ୍ଣ ପଡ଼ିଆରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ରେ ଏହି ଯୋଜନା ର ଶୁଭାରମ୍ଭ ହୋଇଥିଲା।ଏଥିରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ,ଜିଲ୍ଲାର ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଧର୍ମଗଡ଼ ବିଧାୟକଙ୍କ ସମେତ2 ବିଭାଗୀୟ ପ୍ରମୁଖ ସଚିବ ଏସ ଏନ ଗିରିଶ ଓ ଅନ୍ୟ ଅତିଥି ଙ୍କ ଉପସ୍ଥିତି ରେ ଯୋଜନା ର ଶୁଭାରମ୍ଭ ହୋଇଯାଇଛି।ଏହି ଅବସର ରେ ରାମନାଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ୍ ରେ ଆଭାସି ମାଧ୍ୟମ ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ଉପାଧ୍ୟକ୍ଷା ଜାନକୀ ନିମାଲା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ସାଂସଦ ପ୍ରତିନିଧି ଜି ପ୍ରସାଦ ରାଓ ,ସମସ୍ତ ସରପଞ୍ଚ ,ସମିତି ସଭ୍ୟ ଉପସ୍ଥିତ ଥିଲେ।ଏହି ଅବସର ରେ ବ୍ଲକ ର ୧୯୦ ଜଣ ଦିବ୍ୟାଙ୍ଗ,ବିଧବା ଆଦି ବିଭିନ୍ନ ବର୍ଗ ର ହିତାଧିକାରୀ ଙ୍କୁ ଅନ୍ତ୍ୟୋଦୟ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନା ରେ ପଞ୍ଚାୟତ ସମିତି ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସନ୍ମୁଖା ପାତ୍ର,ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସସ୍ମିତା ରଥ, ବିପିସି ସନ୍ତୋଷ ରତ୍ନାଲୁ ,ସମସ୍ତ ପିଇଓ,ଯନ୍ତ୍ରୀ ଓ କର୍ମକର୍ତ୍ତା ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଭାଜପା ମଣ୍ଡଳ ସଭାପତି ଶ୍ରୀନିବାସ ପଣ୍ଡା,ମଣ୍ଡଳ ପ୍ରତିନିଧି ଶିବ ପ୍ରସାଦ ବ୍ରହ୍ମା, ବରିଷ୍ଠ ନେତା ନରସିଂହ ମାଣ୍ଡାଙ୍ଗି ,ଚିନା କଣ୍ଡାଗରୀ, ଆଶିଷ କୁମାର ବେହେରା, ରଘୁନାଥ ସାମଲ, ସଞ୍ଜୀବ କୁମାର ଦାଶ,ଅମିତ କୁମାର ସାହୁ, ସୁଧୀର ମିଶାଲ, ପବିତ୍ର ଆଚାରୀ ଙ୍କ ସମେତ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନିମନ୍ତେ ରାମନାଗୁଡ଼ା ଥାନା ଅଧିକାରୀ ଙ୍କ ନେତୃତ୍ୱରେ ସେକେଣ୍ଡ ଅଫିସର ବାବୁଲା ପ୍ରଧାନଙ୍କ ସହ ପୋଲିସ ଟିମ୍,ଗୁମୁଡ଼ା ଅଗ୍ନିଶମ ବିଭାଗ ଅଧିକାରୀ ଜଗନ୍ନାଥ ରାଓ,,ମେଡିକାଲ ଟିମ୍ ନିୟୋଜିତ ଥିଲେ।
ramanaguda ru narasingh parichha nka report epa news