July 5, 2025
Home » ଦେଓଗଡ଼ କଲେଜ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଓଡ଼ିଶା ଦିବସ ପାଳନ

ଦେଓଗଡ଼ କଲେଜ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଓଡ଼ିଶା ଦିବସ ପାଳନ

0
deba-orisa divas

ଦେଓଗଡ଼ କଲେଜ ବିଜୁ ପଟ୍ଟନାୟକ ଅଡିଟରୀୟମ ଠାରେ ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରତିଷ୍ଠାର ଦିନ ଓଡ଼ିଶା ଦିବସକୁ ମହାସମାରୋହରେ ପାଳନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା କଲେଜ ଅଡିଟୋରିଅମ ଠାରେ ଜିଲ୍ଲାସ୍ତରୀୟ ସମାରୋହ ପାଳନ କରାଯାଇଥିଲା । ଏଥିରେ ରାଜ୍ୟ ସରକାର ଙ୍କ ପଞ୍ଚାୟତ ରାଜ ଗ୍ରାମ୍ୟ ଉନ୍ୟୟନ ବିଭାଗ ମନ୍ତ୍ରି ଶ୍ରୀ ରବି ନାରାୟଣ ନାୟକ, ଜିଲ୍ଲାପାଳ ଦେଓଗଡ଼ ସମ୍ବଲପୁର ସାସଂଦ ଙ୍କ ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ, ପୌରପରିଷଦ ର ଅଧକ୍ଷ ପ୍ରଜିତ କୁମାର ଭୋଜ,ଆରକ୍ଷୀ ଦେଓଗଡ ଅତିରିକ୍ତ୍ୟ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସମେତ ବହୁ ପ୍ରଶାସନିକ ଅଧିକାରୀ ତଥା ସହରର ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

ଏହାସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଅତୁଳନୀୟ ଅବଦାନ ଥିବା ଓଡ଼ିଶାର ବରପୁତ୍ର ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୁର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ତେବେ ଚଳିତ ବର୍ଷ ଏକ ପକ୍ଷ ଧରି ଓଡ଼ିଶା ଦିବସ ପାଳନ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜିଲ୍ଲାରେ ଆୟୋଜନ କରାଯିବ ବୋଲିି ଜିଲ୍ଲାପାଳ କହିଛନ୍ତି।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *