ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ଅତିରିକ୍ତ ଜିଲ୍ଲାପାଳ ଙ୍କ ନାଁ ଜାଣିନାହାନ୍ତି

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ବିଭାଗ ରେ ନୂତନ ଭାବେ ଯୋଗ ଦେଇ ଥିବା ଶ୍ରୀମତୀ ମୀନା ରାଣୀ ମଙ୍ଗଲ ଦାୟିତ୍ବ ନେବା ପରେ ପ୍ରଥମେ ପ୍ରଥମେ ଖାଲି ସଂ ସଂ ଫଁ ଫଁ ହୋଇ ଜିଲ୍ଲା ସାରା ବୁଲିଲେ କାହାର ଦରମା ବନ୍ଦ ତ କାହାକୁ ତାଗିଦ୍ ଏଭଳି ଡ୍ରାମା ଦେଖାଇଲେ ଯେ, ଜିଲ୍ଲା ସାରା ବିଭାଗୀୟ କର୍ମଚାରୀ , ଶିକ୍ଷକ ଶିକ୍ଷୟିତ୍ରୀ ଭୟ ଭୀତ ହୋଇ ଯାଇଥିଲେ l ଏବେ କିନ୍ତୁ ଆଉ ସେ ଭୟ ନାହିଁ l କାରଣ ଗରଜିଲା ମେଘ ବରଷେ ନାହିଁ ଆଉ ସେ ରାଗ ତମ୍ ତମ୍ ବ୍ଲଡ ପ୍ରେସର୍ ର କଣ ସବୁ ଔଷଧ ଏ ବିଷୟ ରେ ଉଣl ଅଧିକେ ସମସ୍ତେ ଜାଣି ଗଲେଣି l ଏ ଜଟିଳ ଗଣିତ କୁ ସରଳ କରିବା ପାଇଁ ପୁଣି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ମଧ୍ୟ ମାଡାମ୍ ସମ୍ବଲପୁର ରୁ ଆସିବା ପୂର୍ବରୁ ଅଭ୍ୟାସ କରି ସାରିଛନ୍ତି l ଆଉ ମାଡାମ କେତେ ଶିକ୍ଷିତା ଆଉ ତାଙ୍କ ଦକ୍ଷତା ଅଛି ଯେ ନିଜ କର୍ମ କ୍ଷେତ୍ର ରେ ଦୁଇ ମାସ କାର୍ଯ୍ଯ କଲା ପରେ ବି ସେଠିକାର ଅତିରିକ୍ତ ଜିଲ୍ଲାପାଳ ଙ୍କ ନାଁ ଜଣା ନ ଥିବା ତାରି ପ୍ରମାଣ ଅଟେ l ଓଡ଼ିଶା ସରକାରଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗତ ବୁଧବାର ଦିନ ( 02/04/25) ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ଆୟୋଜନ କରା ଯାଇଥିଲା l ଏହି ଉତ୍ସବ ପାଳନ ପାଇଁ ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ପତ୍ରରେ ଖୋଦ ଅତିରିକ୍ତ ଜିଲ୍ଲାପାଳଙ୍କ ନାଁରେ ଗୁରୁତର ତ୍ରୁଟି ରହିବାରୁ ଏହାକୁ ନେଇ ଜିଲ୍ଲା ର ବୁଦ୍ଧିଜୀବୀ ଓ ସଚେତନ ମହଲରେ ଚର୍ଚ୍ଚା ପାଲଟିଛି l ଏପରିକି ଶିକ୍ଷା ଭଳି ଏକ ଗୁରୁତ୍ଵ ପୂର୍ଣ୍ଣ ବିଭାଗ ର ଜିଲ୍ଲା ଅଧିକାରୀଙ୍କୁ ନିଜ ଜିଲ୍ଲା ର ଖୋଦ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଙ୍କ ନାଁ ଜଣା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ କରିଛନ୍ତି ।ପ୍ରକାଶ ଯେ, ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ର ଉଦଘାଟନ ପାଇଁ ବିଭିନ୍ନ ବିଦ୍ୟାଳୟରେ ଭିନ୍ନ ଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ କାର୍ଯ୍ୟକ୍ରମର ଉଦଘାଟନ ପାଇଁ ସମଗ୍ର ଶିକ୍ଷା ବିଭାଗର ପତ୍ର ସଂଖ୍ୟା ୮୦୭/୩୧.୩.୨୫ ଅନୁସାରେ ଅନୁରୋଧ କରାଯାଇଥିଲା ।
ସୋନପୁର ବ୍ଲକ ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀଙ୍କୁ ଯୋଗ ଦାନ ପାଇଁ ଅନୁରୋଧ କରାଯାଇଥିଲେ ହେଁ ତାଙ୍କ ନାଁ ସରୋଜ ମାଝୀ ବୋଲି ଉଲ୍ଲେଖ ରହିଛି । ଆଶ୍ଚର୍ଯ୍ୟ ଆହୁରି ମଧ୍ୟ ଜିଲ୍ଲା ର ଜଣେ ଟାଣୁଆ ଅଫିସର ଅଶ୍ବିନୀ ମେହେରଙ୍କ ପଦବୀରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପରିବର୍ତ୍ତେ ନିର୍ବାହୀ ଅଧିକାରୀ ଡିଆର୍ଡିଏ ଉଲ୍ଲେଖ ରହିଛି । ଶିକ୍ଷା ବିଭାଗର ଜଣେ ଶିକ୍ଷିତା ଓ ଦାୟିତ୍ବବାନ ଅଧିକାରୀ ଖୋଦ ଅତିରିକ୍ତ ଜିଲ୍ଲାପାଳଙ୍କ ନାଁ ସମ୍ପୂର୍ଣ୍ଣ ଭୁଲ୍ ଲେଖିବା ସହ ଅନ୍ୟ ଜଣେ ଅଧିକାରୀଙ୍କ ପଦବୀ ଭୁଲ କିପରି ଲେଖିଲେ ତାକୁ ନେଇ ବିଭିନ୍ନ ବୁଦ୍ଧିଜୀବୀ ଓ ସଚେତନ ମହଲରେ ଖୁବ ଚର୍ଚ୍ଚା ହେଉଛି । ଏତେ ବ୍ୟସ୍ତ ଯେ କୌଣସି ଫାଇଲ କୁ ଚିଠି କୁ ଭଲ ରେ ଅନୁଧ୍ୟାନ ନ କରି ଆଖି ବୁଜି ମାଡାମ ଦସ୍ତଖତ କରୁଛନ୍ତି ବୋଧେ l ଏହି ତ୍ରୁଟିପୂର୍ଣ୍ଣ ପତ୍ର ଏବେ ବିଭିନ୍ନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଓ ହାଟ ରେ ପଡ଼ି ଦାଣ୍ଡ ରେ ଗଡୁଛି l ଆଉ ଜିଲ୍ଲା ର ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କେତେ ଉଜ୍ଜ୍ୱଳ ଓ ଏଭଳି ଅଧିକାରୀ ଜିଲ୍ଲା ରେ ରହିଲେ ଆଗକୁ ଜିଲ୍ଲା ପାଇଁ ମଙ୍ଗଳ ନା ଅମଙ୍ଗଳ ତାହା ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି l ଆଉ ଏ ମାଡାମ୍ ଙ୍କ ପୁରୁଣା ଷ୍ଟେସନ ସମ୍ବଲପୁର କାର୍ଯ୍ଯ କ୍ଷେତ୍ର ରେ ଦେଖେଇ ଥିବା ପାରଦର୍ଶିତା ଓ ରେକର୍ଡ ସବୁ ର ଶୀଘ୍ର ଲୋକ ଲୋଚନ କୁ ଆଣିବାକୁ ଦାବୀ କରିଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର