ବିଏମ୍ ସିର 11 ଜଣ କର୍ମଚାରୀଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା

ଭୁବନେଶ୍ବର; :ମାର୍ଚ୍ଚ 2025ରେ ଅବସର ଗ୍ରହଣ କରିଥିବା 11 ଜଣ କର୍ମଚାରୀଙ୍କୁ ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍ ସି) ରିକ୍ରେସନ କ୍ଲବ ପକ୍ଷରୁ ଅବସର କାଳିନ ସମ୍ୱର୍ଦ୍ଧନା ନା ଦିଆଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସମ୍ୱର୍ଦ୍ଧନା ସଭାରେ ଅତିରିକ୍ତ କମିଶନର ତଥା ବିଏମ୍ ସି ରିକ୍ରେସନ କ୍ଲବର ଉପାଧ୍ଯକ୍ଷ ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଅଧ୍ଯକ୍ଷତା କରିଥିଲେ । ଅ ଅନ୍ୟମାନଙ୍କ ମଧ୍ଯରେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଏବଂ ମୁଖ୍ୟ ଅଡିଟର ଶ୍ରୀମତୀ ସୌଦାମିନୀ ବେହେରା ମଂଚାସୀନ ଥିଲେ । ମାର୍ଚ୍ଚ ମାସରେ ଅବସର ଗ୍ରହଣ କରିଥିବା କର୍ମଚାରୀମାନେ ହେଲେ ନେତ୍ରାନନ୍ଦ ରଥ, କଣ୍ଡକ୍ଟର ତଥା ୱାର୍ଡ ଅଫିସର, ଯୋଗେନ୍ଦ୍ର ସାହୁ, ହେଲଫରଙ୍କ ସହ ସଫେଇ କର୍ମୀ ମଂଜୁଲତା ବେୱା, ବାଇଧର ନାଇକ, ଭିକାରୀ ନାଇକ, ରାଜକିଶୋର ନାଇକ, ଧନୁର୍ବର ନାଇକ, ଶ୍ରୀଧର ନାଇକ, ଆନନ୍ଦ ନାଇକ ପ୍ରମୁଖ ।
ଏମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ଅତିଥ୍ୟାମାନେ ସମ୍ୱନ୍ଧିତ କରିଥିଲେ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ, ଅବସର ଗ୍ରହଣ କରୁଥିବା ସମସ୍ତ କର୍ମଚାରୀଙ୍କୁ ସଂଗେ ସଂଗେ ପ୍ରୋଭିଜନାଲ ପେନସନ ପ୍ରଦାନ କରାଯାଇଥିଲା । 30 ବର୍ଷରୁ ଉର୍ଦ୍ଧକାଳ ଭୁବନେଶ୍ବର ମହାନଗର ନିଗମ ପାଇଁ କାର୍ଯ୍ୟକରି ଲୋକମାନଙ୍କୁ ସେବା ଯୋଗାଇ ଥିବାରୁ ସେମାନଙ୍କର ଦୀର୍ଘ, ନିରମୟ ଓ ନିରୋଗ ଜୀବନ କାମନା କରିଥିଲେ ଅତିରିକ୍ତ ଆୟୁକ୍ତ ଶ୍ରୀ ଶୁଭେନ୍ଦୁ କୁମାର ସାହୁ । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଓ ମଂଚ ପରିଚାଳନା କରିଥିଲେ ବିଏମ୍ ସି ରିକ୍ରେସନ
କ୍ଲବର ସାଧାରଣ ସଂପାଦକ ଶ୍ରୀ ଶୁଭକାନ୍ତ ପାଢୀ ଏବଂ ସହଯୋଗ କରିଥିଲେ ସନ୍ତୋଷ କୁମାର ମହାନ୍ତି, ଅକ୍ଷୟ କୁମାର ସ୍ବାଇଁ ଓ ସସ୍ମିତା ନାୟକ ।