ପି.ଏମ୍.ଶ୍ରୀ ମହାରାଜା ହାଇସ୍କୁଲରେ ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର: ପି. ଏମ୍.ଶ୍ରୀ ମହାରାଜା ହାଇସ୍କୁଲ, ସୋନପୁରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଆଞ୍ଜେଲିନା ପ୍ରଧାନ ଯୋଗଦେଇ ମହାରାଜା ଉଚ୍ଚ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନିକ ସ୍ତରରେ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ନିର୍ଭର ପ୍ରତିଶୃତି ଦେବା ସହିତ ଛାତ୍ରମାନଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମଣ ମିଶ୍ର ଛାତ୍ରମାନଙ୍କୁ ବହୁମୂଲ୍ୟ ଉପଦେଶ ଦେଇଥିଲେ। ପଞ୍ଚ ସଖା ଶିକ୍ଷା ସେତୁ ର ସଭାପତି ଶ୍ରୀ ଗୋରେଖ ନାଥ ସାହୁ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡିଶାର ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷା କୋଶଲି/ସମ୍ବଲପୁରୀ ଭାଷାରେ ଶିକ୍ଷା ଦିଆଯିବା ଉଚ୍ଚିତ ଏବଂ ଅବିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ,ଛାତ୍ର ଛାତ୍ରୀ ତଥା ପଞ୍ଚସଖା ଅଭିଯାନର କର୍ମକର୍ତ୍ତା ମିଳିତ ଭାବରେ ଚେଷ୍ଟା କଲେ ବିଦ୍ୟାଳୟରେ ଶୃଙ୍ଖଳା ତଥା ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ହେବ ବୋଲି କହିଥିଲେ । ଆଦର୍ଶ କ୍ଲଷ୍ଟର୍ ର ସି ଆର୍ ସି ସି ଶ୍ରୀ ବ୍ରତାନନ୍ଦ ଭୋଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ସଭାପତି ଭାବରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଆଶିଷ ରଞ୍ଜନ ରଥ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ପରେ ପରେ ଛାତ୍ର ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ପରିବେଷିତ ହୋଇଥିଲା l ଶ୍ରୀମତୀ ଜୋଲିତା ମିଶ୍ର ଓ ଶ୍ରୀମତୀ ଅନୁଲିତା ମିଶ୍ରଙ୍କ ନେତୃତ୍ବରେ ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ଜୟନ୍ତୀ କୁମାରୀ ମେହେର ଓ ଶ୍ରୀମତୀ ସସ୍ମିତା ପାତ୍ର lପରିଶେଷରେ ଶ୍ରୀମତୀ ସୁଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ମଧ୍ୟ ବିଶେଷ ସହଯୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର