July 7, 2025
Home » ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଭାଙ୍ଗିଲା ଅଜଣା ଗାଡ଼ି।

ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଭାଙ୍ଗିଲା ଅଜଣା ଗାଡ଼ି।

0
WhatsApp Image 2025-04-08 at 8.05.34 AM

ପାଟଣା ବ୍ଲକ ମୁଖ୍ୟାଳୟରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନା ବିଜୁଳି ଟ୍ରାନ୍ସଫର୍ମରକୁ କୌଣସି ଅଜଣା ଗାଡ଼ି ଶକ୍ତ ଧକ୍କା ଦେଇଥିବାରୁ ଏହା ଭାଙ୍ଗି ନଇଁ ପଡ଼ିଛି। ବିଳମ୍ବିତ ରାତିରେ ଏହି ଘଟଣା ଘଟି ଥିବାରୁ କେହି ଦେଖି ପରି ନାହାନ୍ତି ତେବେ ସିସିଟିଭି ଫୁଟେଜ ଦେଖା ଯାଉଛି। ରାତିରୁ ଏହି ଅଞ୍ଚଳରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଛି ଟ୍ରାନ୍ସଫର୍ମର ଢଳି ପଡ଼ିଥିବା ବେଳେ ତାର ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। ତେଣୁ ସମ୍ପୂର୍ଣ୍ଣ ମରାମତି ନହେଲେ ବିଦ୍ୟୁତ୍ ସେବା ବ୍ୟାହତ ହେବ ବୋଲି ଜଣାଯାଇଛି। କେହି ମଦୁଆ ଗାଡ଼ି ଚାଳକ ଏପରି କାଣ୍ଡ କରିଥାଇ ପାରେ ତେଣୁ ଚିହ୍ନଟ କରି ଦଣ୍ଡ ଦେବାକୁ ସାଧାରଣରେ ଆଲୋଚନା ହେଉଛି। ବିଦ୍ୟୁତ୍ ବିଭାଗ କର୍ମଚାରୀ ଆସି ଜଲଦି ମରାମତି କରିବେ ବୋଲି କହିଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *