July 5, 2025
Home » କଳିଙ୍ଗନଗର କେ -୧ ଜେମ୍ସ ପାର୍କ ରେ ଶ୍ରୀରାମ ନବମୀ ମହା ସମାରୋହ ରେ ପାଳିତ

କଳିଙ୍ଗନଗର କେ -୧ ଜେମ୍ସ ପାର୍କ ରେ ଶ୍ରୀରାମ ନବମୀ ମହା ସମାରୋହ ରେ ପାଳିତ

0
WhatsApp Image 2025-04-07 at 8.49.22 PM

ସ୍ଥାନୀୟ କଳିଙ୍ଗନଗର କେ -୧(ଭୁବନେଶ୍ୱର) ସ୍ଥିତ ଜେମ୍ସ ପାର୍କ ରେ ଶ୍ରୀରାମ ନବମୀ ମହା ସମାରୋହ ରେ ପାଳିତ ହୋଇଯାଇଛି। ଉକ୍ତ ସମାରୋହ ରେ ସ୍ଥାନୀୟ ବିଧାୟକ ଶ୍ରୀ ଯୁକ୍ତ ବାବୁ ସିଂ ଯୋଗ ଦେଇ ଭଗବାନ ଶ୍ରୀରାମ ଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳା କାମନା କରିଥିଲେ। ଉକ୍ତ ଦିନ ସକାଳୁ ଭକ୍ତ ମାନଙ୍କ ଦ୍ୱାରା ସ୍ଥାନୀୟ ନୂଆଗାଁ ଶିବ ମନ୍ଦିର ପ୍ରାଙ୍ଗଣରୁ କଳସୀ ଯାତ୍ରା ଆରମ୍ଭ କରି ପୂଜା ର ଶୁଭାରମ୍ଭ କରାଯାଇଥିଲା। ତତ ପରେ ପରେ ୧୦୮ ହନୁମାନ ଚାଳିଶା ପଠନ, ସୁନ୍ଦରକାଣ୍ଡ ଶ୍ରବଣ, ରାମଚରିତ ମାନସ ପ୍ରବଚନ ଇତ୍ୟାଦି ମହା ସମାରୋହ ରେ ଆୟୋଜନ କରାଯାଇଥିଲା। ସ୍ଥାନୀୟ ଭକ୍ତ ଶ୍ରୀମତୀ ଭାରତୀ ପଟ୍ଟନାୟକ ଏବଂ ଶ୍ରୀମତୀ ସଂଯୁକ୍ତା ମିଶ୍ର ଙ୍କ ଦ୍ୱାରା ଶ୍ରୀରାମ ଭଜନ ଅତି ସୁନ୍ଦର ଭାବରେ ପରିବେଷଣ କରାଯାଇଥିଲା ଯାହା ପରିବେଶ ଆହୁରି ଭକ୍ତିମୟ ହୋଇଥିବା ସଙ୍ଗେ ସଙ୍ଗେ ଭକ୍ତ ଗଣ ଭକ୍ତି ରେ ଝୁମି ଯାଈଥିଲେ। ପରିଶେଷରେ ପୂର୍ଣ୍ଣାହୁତି ସମର୍ପଣ ଏବଂ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ପୂଜା ର ପରିସମାପ୍ତି ଘଟିଥିଲା। ପରେ ପରେ ଭକ୍ତ ଗଣଙ୍କୁ ଅନ୍ନଭୋଗ ରେ ଆପ୍ୟାୟିତ କରାଯାଇଥିଲା। ଏହି ସମାରୋହ ରେ ଏହି ପାର୍କ ପରିବେଷ୍ଟିତ ଆଖପାଖର ବିଭିନ୍ନ ଆପାର୍ଟମେଣ୍ଟ ଯଥା ଫ୍ରଣ୍ଟ ହୋମ ଏଲାଇଟ, ଏକଦନ୍ତ ପନରମା, ଅକ୍ରୁକ୍ସ କଳିଙ୍ଗ ରେସିଡେନ୍ସି, ସାଇ ଅନୁମୋଦନ ରେସିଡେନ୍ସି, ବରସାନେ ବାଟିକା, ରାଧାକୁଞ୍ଜ ଗ୍ରାଣ୍ଡମାର୍କ, ନୀଳାଚଳ ଆପାର୍ଟମେଣ୍ଟ, ସ୍ପାଇକା କେଶଲ, ଶାଶ୍ୱତ ହୋମ୍ସ, ଶ୍ରୀଜା ହୋମ୍ସ, ରୁ -ନିବାସ, ମିଥିଳା ଆପାର୍ଟମେଣ୍ଟ ଇତ୍ୟାଦି ରୁ ପ୍ରାୟ ୫୦୦ ଭକ୍ତଙ୍କ ସମାଗମ ଘଟିଥିଲା। ଏଠାରେ ଏତେ ସଂଖ୍ୟକ ଅଧିବାସୀ ବାସ କରୁଥବା ସତ୍ୱେ ଏହି ପାର୍କ ର କିଛି ଉନ୍ନତିକରଣ ନ ହୋଇଥିବା ମାନ୍ୟବର ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଏହାର ଉନ୍ନତିକରଣ ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମିଳିଥିଲା। ଏହି ଅବସରରେ ଏଠାରେ ଏକ ରାମ ମନ୍ଦିର ନିର୍ମାଣ ସକାଶେ ସର୍ବ ସମ୍ମତି ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଏଠାରେ ଉତ୍କଳ ଦିବସ ମଧ୍ୟ୍ୟ ମହା ସମାରୋହ ରେ ପାଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *