July 28, 2025
Home » ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ

0
WhatsApp Image 2025-04-08 at 5.58.49 PM

ନବରଙ୍ଗପୁର ସହର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ତା ୮.୪.୨୦୨୫ ରିଖ ଆଜି “ଓଡିଆ ପକ୍ଷ” ପାଳନ ଉପଲକ୍ଷେ ଏକ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯାନରେ ମୋଟ ୧୮ ଜଣ ସ୍ବେଛାସେବୀ ରକ୍ତଦାତା ୧୮ ୟୁନିଟ ରକ୍ତ ଦାନ କରିଥିଲେ ଏବଂ ସେଭଳି ସେଭଳି ରାଇଘର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମରେ ମୋଟ ୩୧ ଜଣ ସ୍ବେଛାସେବୀ ରକ୍ତ ଦାତା ୩୧ ୟୁନିଟ୍ ରକ୍ତଦାନ କରିଥିଲେ। ସ୍ବେଛାସେବୀ ମାନଙ୍କୁ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ କରି ଅନ୍ୟକୁ ଜୀବନ ଦାନ କରିବା ଭଳି ଏକ ମହତ ପଦକ୍ଷେପ କୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ ସନ୍ତୋଷ କୁମାର ପଣ୍ଡା, ଡି ପି ଏଚ ଓ ଡ ନବ କିଶୋର ବେହେରା, ଡି ପି ଏମ ( ଏନ୍ ଏଚ ଏମ) ସୁଶାନ୍ତ କୁମାର ପ୍ରହରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ରକ୍ତ ବ୍ୟାଙ୍କ ଲାବ୍ ଟେକ୍ନିଶିଏନ୍ ଅରୁଣ ସ୍ବାଇଁଙ୍କ ସମେତ ଚିକିତ୍ସାଳୟ କର୍ମଚାରୀ ଉପସ୍ଥିତ ଥିଲେ। ରକ୍ତଦାତା ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ପଣ୍ଡା ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *