July 5, 2025
Home » ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଦିଲ୍ଲୀରେ ଗର୍ଜିଲା ଆଜାଦ୍ ହିନ୍ଦ ବାହିନୀ

ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଦିଲ୍ଲୀରେ ଗର୍ଜିଲା ଆଜାଦ୍ ହିନ୍ଦ ବାହିନୀ

0
WhatsApp Image 2025-04-10 at 8.39.22 PM (1)

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଆଜି ଦିଲ୍ଲୀ ଯନ୍ତର ମନ୍ତର ଠାରେ ଧାରଣା ଦେଇ ପ୍ରତିବାଦ କରିଛି ଆଜାଦ ହିନ୍ଦ ବାହିନୀ l ଆଜାଦ ହିନ୍ଦ ବାହିନୀ ପକ୍ଷରୁ ସଂଗଠନର ରାଜ୍ୟ ଅଧକ୍ଷ ଜ୍ୟୋତି ରଞ୍ଜନ ମହାପାତ୍ର ଙ୍କ ଅଧକ୍ଷତାରେ ଆଜି ସଂସଦ ଭବନ ସମ୍ମୁଖରେ ଏକ ପ୍ରତିବାଦ ଧାରଣା କରି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଗର୍ଜିବା ସହ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସଂଗ୍ରାମ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି l ଓଡ଼ିଶାରେ ଥିବା “ଇଷ୍ଟ୍ କୋଷ୍ଟ୍ ରେଳପଥ ଜୋନ’କୁ ବିକଳାଙ୍ଗ କରି ଏହା ଅଧୀନରେ ଥିବା ୱାଲ୍‌ଟିଅର ରେଳ ଡିଭିଜନକୁ ଭାଙ୍ଗି ବିଶାଖପାଟଣା ସମେତ ଏହାର ପ୍ରମୁଖ ଲାଭଦାୟକ ଅଂଚଳକୁ କାଢ଼ି ନିଆଯାଇ ଆନ୍ଧ୍ର ପ୍ରଦେଶ ପାଇଁ ନୂତନ ଭାବେ ଗଠନ ହେଉଥିବା “ସାଉଥ କୋଷ୍ଟ୍‌୍ ରେଳପଥ ଜୋନ’ ଅଧିନକୁ ଟେକି ଦିଆଯାଉଛି । ଯାହା ଫଳରେ ଇଷ୍ଟ୍‌୍ କୋଷ୍ଟ୍‌୍ ରେଳପଥ ଜୋନ ଦୁର୍ବଳ ହେବା ସହ ଓଡିଶାର ପ୍ରଭୂତ ରାଜସ୍ୱ କ୍ଷତି ହେବ। ଆନ୍ଧ୍ର ତା’ର ରାଜନୈତିକ ପ୍ରଭାବ ବିସ୍ତାର କରି ଯଦି ତା’ର ତେଲଗୁ ରେଳ ଅଂଚଳକୁ ଏକାଠି କରି ଏକ ନୂଆ ଜୋନ ଗଢ଼ିବାକୁ ପ୍ରୟାସ ଚଳାଇଛି କେବଳ ନୁହେଁ ବରଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନବ ଗଠିତ ରାୟଗଡ଼ା ଡ଼ିଭିଜନକୁ ମଧ୍ୟ ସାଉଥ୍ କୋଷ୍ଟ୍ ରେଳ ଜୋନ୍‌ରେ ମିଶ୍ରଣ ପାଇଁ ଦାଦି ଉଠାଇଲେଣି। ଏଭଳି ଅବସ୍ଥାରେ ଓଡ଼ିଶାବାସୀ ଆମ ଓଡ଼ିଶା ସୀମା ମଧ୍ୟରେ ଥିବା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଥିବା ଖଣିଜ ସମ୍ପଦ ଭରା ପ୍ରମୁଖ ରେଳ ଅଂଚଳଗୁଡ଼ିକ ଯାହା ଅନ୍ୟ ରାଜ୍ୟରେ ଥିବା ରେଳ ଜୋନ ଅଧିନରେ ରହିଛି ସେଗୁଡିକୁ ଏକାଠି କରି ଓଡ଼ିଶାରେ ଅବସ୍ଥିତ ଇଷ୍ଟ୍‌୍ କୋଷ୍ଟ୍‌୍ ରେଳପଥ ଜୋନରେ ସାମିଲ କରାଯିବା ପାଇଁ ଦାବି କରାଯାଇଛି l

ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡ଼ା, ଇବ୍‌, ବ୍ରଜରାଜନଗର ଓ ବାଲେଶ୍ୱର ପରି ପ୍ରାକୃତିକ ସମ୍ପଦରେ ସମୃଦ୍ଧଶାଳୀ ଓ ରେଳପଥର ଟ୍ରାନ୍ସପୋର୍ଟେସନ ହବ୍ ଭାବେ ପରିଚିତ ଅଂଚଳଗୁଡିକୁ ଇଷ୍ଟ୍ କୋଷ୍ଟ୍ ରେଳପଥରେ ସାମିଲ କରାଯାଇ ପାରିଲେ ଇଷ୍ଟ୍ କୋଷ୍ଟ୍ ରେଳପଥ ସହ ଓଡିଶାର ହେଉଥିବା କ୍ଷତି ଭରଣା ହୋଇପାରିବ। ଓଡିଶାର ଏହି ପ୍ରମୁଖ ରେଳ ଅଂଚଳକୁ ମିଶାଇ ଓଡ଼ିଶାର ଉତ୍ତର-ପଶ୍ଚିମାଞ୍ଚଳରେ ଏକ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ସହ ଓଡ଼ିଶା ସୀମା ମଧ୍ୟରେ ଥିବା ମସସ୍ତ ରେଳପଥ ଅଚଂଳକୁ ଇଷ୍ଟ୍‌୍ କୋଷ୍ଟ୍‌୍ ରେଳପଥ ଜୋନରେ ସାମିଲ କରିବା ପାଇଁ ସଂଗଠନ ପକ୍ଷରୁ ଆଜି ଏହି ପ୍ରତିବାଦ ଧାରଣାରେ ଦାବି କରାଯାଇଛି l ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ନିର୍ମାଣ ହେଉଥିବା “ପୋଲାଭରମ ଡ୍ୟାମ’ ର ଉଚ୍ଚତା ବୃଦ୍ଧି ଫଳରେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାଣିରେ ବୁଡ଼ିଯିବ, ଲକ୍ଷ ଲକ୍ଷ ମାଲକାନଗିରି ଜିଲ୍ଲାର ମଣିଷମାନେ ବାସଚ୍ୟୁତ ହେବେ। ପୋଲାଭରମ ପ୍ରକଳ୍ପର ଉଚ୍ଚତା ହ୍ରାସ ସହ ମାଲକାନଗିରି ଜିଲ୍ଲାବାସୀଙ୍କୁ ବାସଚ୍ୟୁତ ହେବାରୁ ରକ୍ଷା କରିବା, ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ଛତିଶଗଡ଼ ରାଜ୍ୟ କର୍ତ୍ତୃତ୍ୱ ବିସ୍ତାର ସ୍ୱରୂପ ଅନେକ ବେଆଇନ ଡ଼୍ୟାମ ନିର୍ମାଣ ଫଳରେ, ଓଡ଼ିଶାରେ ମହାନଦୀ ଅବବାହିକାରେ ଖରାଦିନେ ଜଳାଭାବର ସମସ୍ୟା ଉତ୍କଟ ରୂପ ନେବାରେ ଲାଗିଛି। ବର୍ଷାଦିନେ ମଧ୍ୟ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକ ଶୁଖିଲା ପଡ଼ୁଛି। ଫଳରେ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନଗଣ ଜଳ ନିମନ୍ତେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ଆରମ୍ଭ ହୋଇଗଲାଣି, ଯାହା ଆଗକୁ ଆହୁରି ଉତ୍କଟ ରୂପ ଧାରଣ କରିବ ବୋଲି ଏହି ଧାରଣାରେ ମଟପ୍ରକାଶ ପାଇଛି l ବର୍ଷ ସାରା ଓଡ଼ିଶାରେ ମହାନଦୀର ଜଳପ୍ରବାହକୁ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ରତ୍ନଗର୍ଭା ଓଡ଼ିଶା ମାଟିି ତଳେ ଓ ମାଟି ଉପରେ ଭରି ରହିଛି ଅଜସ୍ର ପ୍ରାକୃତିକ ଓ ଖଣିଜ ସମ୍ପଦ। ଏହା ସତ୍ୱେ ବେକାରୀ ଓ ଦାଦନ ଚାଲାଣରେ ମଧ୍ୟ ଓଡ଼ିଶା ସର୍ବାଗ୍ରେ ରହିଛି। ଅବସ୍ଥା ଏପରି ସଙ୍ଗୀନ ହେଲାଣି ଯେ, ହୋମଗାର୍ଡ଼ ଚାକିରି ଖଣ୍ଡେ ପାଇଁ ହଜାର ହଜାର ଉଚ୍ଚ ଶିକ୍ଷିତ ଯୁବକ-ଯୁବତୀ ଆବେଦନ କରୁଛନ୍ତି ବୋଲି ଧାରଣାରେ ବକ୍ତାମାନେ ଅଭିଯୋଗ କରିବା ସହ ଓଡିଶାର ପ୍ରାକୃତିକ ଖଣିଜ ସମ୍ପଦକୁ ଦେଶୀ-ବିଦେଶୀ ପୁଞ୍ଜିପତିମାନେ ନିଜସ୍ୱ ସ୍ୱାର୍ଥ ସାଧନ ପାଇଁ ଏହାକୁ ଲୁଟ୍ କରିଚାଲୁଛନ୍ତି l ଏହାର ସଫଳ ବିନିଯୋଗ କରି ଲକ୍ଷ ଲକ୍ଷ ଓଡ଼ିଆ ଯୁବକ-ଯୁବତୀଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିବା ପାଇଁ ଆଜି ଅନୁଷ୍ଠିତ ଆଜାଦ୍ ହିନ୍ଦ୍ ବାହିନୀ, ଓଡ଼ିଶା ପକ୍ଷରୁ ପ୍ରତିବାଦ ଧାରଣାରେ ମତ ପ୍ରକାଶ ପାଇଛି l ଆଜି ଅନୁଷ୍ଠିତ ଏହି ପ୍ରତିବାଦ ଧାରଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ର ସର୍ବଭାରତୀୟ ସାଧାରଣ ସମ୍ପାଦକ ଜି. ଦେବରାଜନ, ଫରୱାର୍ଡ଼ ବ୍ଲକ ର କେନ୍ଦ୍ରୀୟ ନେତା ତଥା ପୂର୍ବତନ ବିଧାୟକ ଗୋବିନ୍ଦ ରାୟ, ଜୀବନ ସାହା, ସିପିଆଇ(ଏମ. ଏଲ) ଲିବରେସନ ର ଓଡିଶା ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଆରଜେଡି ର ସାଧାରଣ ସମ୍ପାଦକ ହେମନ୍ତ କୁମାର, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ଜେନା, ଫରୱାର୍ଡ଼ ବ୍ଲକ ର ରାଜ୍ୟ ସମ୍ପାଦିକା କମଳା ସାହୁ, ଶମ୍ଭୁ ପ୍ରସାଦ ମହାନ୍ତି, ଶାନ୍ତିଲତା ମହାରଣା, ଆଲୋକ ମହାପାତ୍ର, କାନହୁ ଚରଣ ପଣ୍ଡା,ନିରଞ୍ଜନ ଭୋଇ, ଲଷ୍ମୀଧର ଗିରି, ଆଜାଦ୍ ହିନ୍ଦ ବାହିନୀର ରାଜ୍ୟ ସମ୍ପାଦିକା ସୁବତୀ ଦଳାଇ, ରାଜ୍ୟ ସଂଯୋଜିକା ଲଷ୍ମୀ ଦୋରା, ସୁଶୀଲ ଥାନପତି, ଦିଶା ଆଜାଦ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି କ୍ରମାଗତ ଅବହେଳା ର ତୀବ୍ର ନିନ୍ଦା କରିବା ସହ ଓଡିଶା ମାଟି ଧନୀ କିନ୍ତୁ ଆମେ ଗରିବ ଓ ବେକାର କାହିଁକି ବୋଲି ପ୍ରଶ୍ନ କରିଥିଲେ l ପରେ ଆଜାଦ ହିନ୍ଦ ବାହିନୀ ଓ ଫରୱାର୍ଡ଼ ବ୍ଲକ ର ଶତାଧିକ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ ସହ ସଂସଦ ଭବନ ଆଡକୁ ଅଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା l
ଆଜାଦ ହିନ୍ଦ ବାହିନୀର ରାଜ୍ୟ ଜୟଯୁକ୍ତ ଖିଲ, ସବିନ୍ଦ୍ର ଖିଲ,,ରିଙ୍କି ସାହୁ, ଇଜ୍ଜନ ଭଜଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓଡ଼ିଶାର ସ୍ୱାର୍ଥରକ୍ଷ୍ୟା ପାଇଁ ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ କେନ୍ଦ୍ର ସରକାର ଦାବିଗୁଡିକ ସଂକ୍ରାନ୍ତରେ ବିଚାର ନକଲେ ଆଗାମୀ ଦିନରେ ପ୍ରତିବାଦ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଜଣାଇଛନ୍ତି l ଆଜି ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l

Leave a Reply

Your email address will not be published. Required fields are marked *