July 5, 2025
Home » କ୍ଷୁଦ୍ର ମଧ୍ୟମ ସାମ୍ବାଦପତ୍ରରୁ ଜାଣି ହୁଏ ସବୁ ସ୍ଥାନର ଖବର

କ୍ଷୁଦ୍ର ମଧ୍ୟମ ସାମ୍ବାଦପତ୍ରରୁ ଜାଣି ହୁଏ ସବୁ ସ୍ଥାନର ଖବର

0
WhatsApp Image 2025-04-10 at 8.33.19 PM

ଓଡ଼ିଆ ସାପ୍ତାହିକୀ ” ଦେଶ ବିଦେଶ “ର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର : ୧୦ ମାର୍ଚ୍ଚ ୨୦୨୫( )ରାଜ୍ୟର ଅଗ୍ରଣୀ ଓଡ଼ିଆ ସାପ୍ତାହିକୀ ” ଦେଶ ବିଦେଶ “ର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ବର୍ଷୀୟାନ ନେତା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ। ଦେଶ ବିଦେଶ ର ଏକାଦଶ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭାବେ ଯୋଗ ଦେଇ ଶ୍ରୀ ଘଡ଼ାଇ କହିଲେ ବଡ଼ ସାମ୍ବାଦ ପତ୍ର ଗୁଡିକ ସ୍ଥାନୀୟ ସଂସ୍କରଣ ଉପରେ ଗୁରୁତ୍ୱ ରଖୁଥିବାରୁ ସାରା ରାଜ୍ୟର ଖବର ମିଳେ ନାହିଁ ମାତ୍ର କ୍ଷୁଦ୍ର ମଧ୍ୟମ ଖବର କାଗଜରୁ ସବୁ ଖବର ସବୁଠାରେ ମିଳେ ଏଣୁ ଏହି ସବୁ କାଗଜକୁ ଏବେ ବି ଗୁରୁତ୍ୱ ଦିଆ ଯାଉଛି।

ଦେଶ ବିଦେଶ କାଗଜର ଉଦ୍ୟୋକ୍ତା କିଶୋର ମଙ୍ଗରାଜଙ୍କୁ ସେ ଜଣେ ସ୍ନେହୀ ଲୋକ ବୋଲି କହିଥିଲେ। ଏଣୁ ତାଙ୍କ କାଗଜର ଜନ୍ମ ଦିନକୁ ସେ ଆସିଛନ୍ତି। ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ଉତ୍କଳ ସମ୍ମିଳନୀର ପୁରୋଧା ଭାଷାକାର ପ୍ରଦ୍ୟୁମ୍ନ ଶତପଥୀ ସାମ୍ବାଦ ପତ୍ର ଗୁଡିକର ଅସନ୍ତୁଳିତ ସମସ୍ୟା ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓ ୟୁ ଡବ୍ଲୁ ଜେ ରାଜ୍ୟ ସଭାପତି ଭାଗବତ ପ୍ରସାଦ ତ୍ରିପାଠୀ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର, ବିଜେଡି ନେତା ରଘୁନାଥ ସାହୁ, ବାଗ୍ମୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସାମ୍ବାଦ ପତ୍ର ଗୁଡିକ ନିରପେକ୍ଷ ଖବର ପ୍ରକାଶ ପାଇଁ ଗୁରୁତ୍ୱ ଦେବାକୁ ପରାମର୍ଶ ରଖିଥିଲେ। କାର୍ଯ୍ୟକ୍ରମଶେଷ ଭାଗରେ ସାମ୍ବାଦ ପତ୍ର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିଭାଉଥିବା ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ କୃତଜ୍ଞତା ଜଣାଇ ଦେଶ ବିଦେଶର ସମ୍ପାଦକ ଦିବ୍ୟାଂଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ କାଗଜର ପ୍ରକାଶକ ଅଞ୍ଜଳି ମଙ୍ଗରାଜ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଵିଜ୍ଞାପନ ଦାତା ପାଠକଙ୍କୁ ଶୁଭେଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *