ବୈଷୟିକ ଶିକ୍ଷାନୁଷ୍ଠାନରେ ଯୁବ ଲେଖକ ସମ୍ମିଳନୀ

ଫୁଲବାଣୀ: ଓଡିଆ ପକ୍ଷ ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରଶାସନ, କନ୍ଧମାଳ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବହୁମୁଖୀ ବୈଷୟିକ ଶିକ୍ଷାନୁଷ୍ଠାନରେ ଯୁବ ଲେଖକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କବିତା, ପ୍ରବନ୍ଧ ଓ ଗଳ୍ପ ଲିଖନ ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ସ୍ମରଣିକା ପ୍ରଦାନ କରାଯାଇଥିବା ବେଳେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପିକା, ପଞ୍ଚାୟତ କଲେଜ, ଫିରିଙ୍ଗିଆ ଶ୍ରୀମତୀ ହରପ୍ରିୟ ମିଶ୍ର, ଅଧ୍ୟାପିକା, ପଞ୍ଚାୟତ କଲେଜ, ଫିରିଙ୍ଗିଆ ଶ୍ରୀମତୀ ପ୍ରଭାତୀ ପାତ୍ର, ଅଧ୍ୟାପକ, ଆଞ୍ଚଳିକ ମହାବିଦ୍ୟାଳୟ, ଶଙ୍କରାଖୋଲ ଶ୍ରୀ ରାମକୃଷ୍ଣ ମହାନ୍ତି, ସଂଯୋଜକ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଶ୍ରୀ ସନ୍ତୋଷ କୁମାର ପାତ୍ର, ଅଧ୍ୟକ୍ଷ, ପଞ୍ଚାୟତ କଲେଜ,ଫିରିଙ୍ଗିଆ ଡ଼ ଚିତ୍ତରଞ୍ଜନ ମିଶ୍ର ଓ ଅଧ୍ୟାପକ, ପଞ୍ଚାୟତ କଲେଜ,ଫିରିଙ୍ଗିଆ ଡ଼ ବିରଞ୍ଚି ନାରାୟଣ ସାହୁ ଜଜ୍ ଭାବରେ ଯୋଗଦେଇଥିବା ବେଳେ ଅଧ୍ୟାପକ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀ ଡ଼ ଚନ୍ଦ୍ରଶେଖର ଦାସ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।