ଭୀମେଶ୍ଵର ପାର୍କରେ ମହାବିଷୁବ ସଂକ୍ରାନ୍ତୀ ଓ ପଣା ବଣ୍ଟନ କାର୍ଯ୍ୟକ୍ରମ

ଭୀମେଶ୍ୱର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ ତରଫରୁ ପାର୍କ ପରିସର ମଧ୍ଯରେ ମହାବିଷୁବପଣା ସଂକ୍ରାନ୍ତୀ ଉପଲକ୍ଷେ ବିଷୁବ ମିଳନ ଓ ପଣା ବଣ୍ଟନ ଉତ୍ସବ ପାଳନ କରାଯାଇ ଥିଲା। ଏଥିରେ କୃଷ୍ଣଚନ୍ଦ୍ର ବଡ଼ୁ ଭା.ପ୍ର.ସେ (ଅବସର ପ୍ରାପ୍ତ) ସଭାପତିତ୍ଵ କରିଥିଲେ।ସ୍ଥାନୀୟ କର୍ପୋରେଟର ଶିବନାରାୟଣ ରାୟ, ଉପସ୍ଥିତ ଥିଲେ।ପ୍ରାକ୍ତନ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କମଳା ପ୍ରସାଦ ମହାପାତ୍ର, ବିଷୁବ ସଂକ୍ରାନ୍ତି ଓ ମହାବୀର ହନୁମାନ ଜୟନ୍ତୀ ହୀନ୍ଦୁ ପରମ୍ପରା ସହିତ ପୌରାଣିକ, ସାଂସ୍କୃତିକ, ଏବଂ ଆଧ୍ୟାତ୍ମିକତାର ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରସଙ୍ଗକ୍ରମେ ଆଲୋଚ଼ନା କରିଥିଲେ।
ଗଣେଶ କୁମାର ପ୍ରଧାନ, ବଂଶୀଧର ପଣ୍ଡା, ଡଃ ରାଜେନ୍ଦ୍ରକୁମାର ନରେନ୍ଦ୍ର ସିଂ ବର୍ମା,ବୈଜ୍ଞାନିକ ବିନୋଦ ବିହାରୀ ପଲାଇ,ଶଙ୍କର ସାହୁ ପ୍ରମୁଖ ଏହିଦିନ
ହୀନ୍ଦୁମାନଙ୍କର ନୂତନ ବର୍ଷ ଆରମ୍ଭ ଓ ମହାବୀର ହନୁମାନଙ୍କ ଜନ୍ମୋତ୍ସବ ପାଳନ ଅବସରରେ ପଣାର ମହତ୍ଵସଂପର୍କରେ ଆଲୋକପାତ କରିଥିଲେ। ସଂଘର ସାଧାରଣ ସମ୍ପାଦକ କାମଦେବ ରଣସିଂହ ଗ୍ରୀଷ୍ମଋତୁ ପ୍ରାରମ୍ଭ ନିଦାଘ କାଳରେ ଶରୀର ପ୍ରତି ପଣାର ମହତ୍ଵ ସଂପର୍କରେ ବର୍ଣ୍ଣନା କରିଥିଲେ। ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର ମହୋଦୟଙ୍କ ତତ୍ବାବଧାନରେ ପାର୍କରେ ସମସ୍ତଙ୍କ ନିମନ୍ତେ ସ୍ଵାଦିଷ୍ଟପଣାର ଆୟୋଜନ କରାଯାଇ ଥିିଲା।ଏଥିରେ ସର୍ଵଶ୍ରୀ ହୃଦାନନ୍ଦ ଦାସ,ବିଶ୍ୱନାଥ ବେହେରା, ଲୋକନାଥ ମିଶ୍ର,ଗୌରହରିପଣ୍ଡା, ପ୍ରଫୁଲ୍ଲ କୁମାର ସାହୁ, ଶିଶିର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।ଉତ୍ସବରେ ଉଲ୍ଲେଖନୀ ୟ କାର୍ଯ୍ୟକ୍ରମ ପରି ଚାଳନା କ୍ଷେତ୍ରରେ ଶଙ୍କର ମହାପାତ୍ର ଓ ବସନ୍ତ କୁମାର ନାୟକଙ୍କ ଭୂମିକା ପ୍ରସଂଶନୀୟ।ଅନ୍ୟମାନଙ୍କ ମଧ୍ୟରେ ସୀତାଂଶୁ ଶେଖର ବାବୁ,ନିରଞ୍ଜନ ବେହେରା,କଳ୍ପତରୁ ସାମନ୍ତରାୟ, ସୁଦର୍ଶନ ମହାଳିକ, ଆଶ୍ରୟ ସଂସ୍ଥାର ନିର୍ଦ୍ଦେଶିକା ନମିତା ସାହୁ, ସଂଯୋଜିକା ଗୀତାଞ୍ଜଳୀ ମହାପାତ୍ର, ଡା.ପ୍ରେମାଞ୍ଜଳୀ ସାମନ୍ତ ରାୟ, ସମାଜସେବୀ ଅରୂପା ଗୌଡ,ସୁନୀତା ପଟ୍ଟନାୟକ, ମାମା ସାହୁ, ନୀବେଦିତା ଜେନା,ମଞ୍ଜୁଶ୍ରୀ ଦାସ, ସଂଯୁକ୍ତା ଗୁରୁ,ପଙ୍କଜିନି ପାତ୍ର,କଳ୍ପନାପଟ୍ଟନାୟକ,ବିଦ୍ୟୁଲତା ପାଣି, ରିନା ପାଢୀ, ରଂଜୁବାଳାସାହୁ, ନମିତାରାଜଗୁରୁ,ମଞ୍ଜୁଶ୍ରୀମଲ୍ଲ,ସୌଦାମିନୀ ମହାପାତ୍ର ସମାରୋହ ରେ ଉପସ୍ଥିତ ଥିଲେ।ଅନ୍ୟତମ କାର୍ଯ୍ୟ ନିର୍ବାହୀସଦସ୍ୟ ଉପେନ୍ଦ୍ର ନାଥ ବେହେରା ସ୍ଵରଚିତ କବିତା ପାଠ କରିଥିଲେ। ପଣା ବଣ୍ଟନ କ୍ଷେତ୍ରରେ ସାମଲ ବାବୁ, ଅଜୟ କୁମାର ସାହୁ ଓ ଧଡ଼ୁ ସଂପୂର୍ଣ୍ଣ ସହାୟତା କରିଥିଲେ ସଂଘର ଉପ ସଭାନେତ୍ରୀ ଉଷାରାଣୀ ମହାନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଦେବା ସହିତ ସଭା ସାଙ୍ଗ ଘୋଷଣା କରିଥିଲେ।