ଅଲ୍ ଓଡ଼ିଶା ରିପୋର୍ଟରେ ଆସୋସନ ନୂତନ କାର୍ଯ୍ୟକର୍ତ୍ତା ଚୟନ

କଙ୍କଡ଼ାହାଡ଼ – ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଦଣ୍ଡାଧର ଡ୍ୟାମ୍ ଠାରେ ଆଜି ଅଲ୍ ଓଡ଼ିଶା ରିପୋର୍ଟର ଆସୋସନ ରାଜ୍ୟ ସଭାପତି ସୁଧାଂଶୁ ଶେଖର ରାଉତଙ୍କ ଆହ୍ୱାନ୍ କ୍ରମେ ଢେଙ୍କାନାଳ ଜିଲ୍ଲା ଅଲ୍ଓଡ଼ିଶା ରିପୋର୍ଟର ଆସୋସନ ସଭାପତି ବାଦଲ ମହାନ୍ତିଙ୍କ ନେତୃତ୍ବରେ ସାମ୍ବାଦିକ ମାନଙ୍କୁ ନେଇ ଏକ ଦଣ୍ଡାଧର ଡ୍ୟାମ୍ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ମୂଳ ଉଦ୍ଦେଶ୍ୟ ସାମ୍ବାଦିକ ସୁରକ୍ଷାଆଇନ । ଆଜିବି ଅବହେଳିତ ଅବସ୍ଥାରେ ପଡ଼ି ରହିଛି ସାମ୍ବାଦିକ ଏ ବାବଦରେ ସାମ୍ବାଦିକ ମାନକୁ ଜିଲ୍ଲା ସଭାପତି ବୁଝାଇବା ସହିତ ସାମ୍ବାଦିକ କିଭଳି ଏକତା ରହିବ ସେ ବିଷୟରେ ବିଶେଷ ଆଲୋଚନାହୋଇଥିଲା! ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଗଲା । କଙ୍କଡ଼ାହାଡ଼ ବ୍ଲକ୍ ଅଲ୍ ଓଡିଶା ରିପୋର୍ଟର ଆସୋସନ ସଭାପତି ସୁବାଷ ପଧାନ ଓ ସମ୍ପାଦକ ଅଙ୍କୁର ସିଂହଙ୍କୁ ମନୋନୀତ କରାଗଲା । ସମସ୍ତ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ଚୟନ କରା ଯାଇ ସ୍ବାଗତ ଜଣାଇ ଥିଲେ।ଏହି ବୈଠକରେ ହାରା ହାରି ବାର ଜଣ ସାମ୍ବାଦିକ ଉପସ୍ଥିତ ଥିଲେ ଗନ୍ଦିଆଁ ଆଉରା ସଦସ୍ୟ ମନୋଜ କୁମାର ନାୟକ,ଟୁକୁନା ବିଶ୍ୱାଳ,ଟଙ୍କଧର ନାଏକ,ମନୋଜ କୁମାର ଦାସ,ଜଶୋବନ୍ତ ପରିଡ଼ା, ହରିଶ ଚନ୍ଦ୍ର ମହାକୁଡ, ପ୍ରବୀଣ ନାଏକ,ରାଜେନ୍ଦ୍ର ସାହୁ, ଲୁଲୁ ସାହୁ,ରଣଜିତ ସାହୁ ଉପସ୍ଥିତ ଥିଲେ!ସାମ୍ବାଦିକ ଏକତା ନାରା ଡାକଦେଇ ସଭା ଭଙ୍ଗ ହେଲା।
ଇ ପି ଏ କଙ୍କଡାହାଡ଼ ରିପୋର୍ଟର ସୁବାଷ ପଧାନ