July 6, 2025
Home » ମୋଦୀ ଓ ଶାହାଙ୍କ ମନମୁଖ୍ୟ କାର୍ଯ୍ୟକଳାପକୁ ନେଇ ଇ.ଡ଼ି କାର୍ଯ୍ୟାଳୟକୁ ଘେରାଲା କଂଗ୍ରେସ

ମୋଦୀ ଓ ଶାହାଙ୍କ ମନମୁଖ୍ୟ କାର୍ଯ୍ୟକଳାପକୁ ନେଇ ଇ.ଡ଼ି କାର୍ଯ୍ୟାଳୟକୁ ଘେରାଲା କଂଗ୍ରେସ

0
WhatsApp Image 2025-04-16 at 8.46.27 PM (1)

ଭୁବନେଶ୍ୱର : ମୋଦୀ ସରକାର ଅନ୍ୟାୟ ଭାବରେ “ ନ୍ୟାସନାଲ ହେରାଲ୍ହ” ସମ୍ବାଦ ପତ୍ରର ସମ୍ପଭିକୁ ଜବତ ଏବଂ କଂଗ୍ରେସ ଦଳର ନେତୃବର୍ଗଙ୍କ ବିରୁଦ୍ଧରେ ମନମୁଖୀ ଚାର୍ଜସିଟ୍ ଦାଖଲ କରିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ବାନକ୍ରମେ ସମସ୍ତ ଜିଲ୍ଲା କଂଗ୍ରେସ ସମସ୍ତ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଦର ମହକୁମାରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋଦୀ ସରକାରଙ୍କର ମନମାନି, ପ୍ରତିହିଂସା ଓ ଅତ୍ୟାଚାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ଇ.ଡି. କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏବଂ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ଵଜିତ ଦାସଙ୍କ ତତ୍ତ୍ୱାବଧାନରେ ଏହି ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ମୋଦୀ ସରକାର ମନମୁଖ କାର୍ଯ୍ୟକ୍ରମକୁ ନେଇ ଦୃଢ଼ ନିନ୍ଦା କରିବା ସହିତ ମୋଦୀ ଓ ଶାହାଙ୍କ ନିର୍ଦ୍ଦେଶରେ ଇ.ଡି. ଏକ ମିଛ ମାମଲାରେ ଅଭିଯୁକ୍ତ ଫର୍ଦ୍ଦ ଦାଖଲ କରିଛି ।

ଏହି ଘଟଣା ଭାରତ ବର୍ଷର ସମସ୍ତ ଆଇନ ଓ କାନୁନ୍ ବ୍ୟବସ୍ଥାର ଖୁଲମ୍‌ଖୋଲା ଉଲଙ୍ଘନ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ନ୍ୟାସନାଲ ହେରାଲୁ ସମ୍ପତି ଓ ଅର୍ଥ ହେରେଫେର କଥା କୁହାଯାଉଛି ଏହି ଘଟଣାରେ ଏକ ଟଙ୍କାର କାରବାର ହୋଇନାହିଁ । ୟଙ୍ଗ ଇଣ୍ଡିଆ କମ୍ପାନୀ ଏକ ବିନା ଲାଭକାରୀ କମ୍ପାନୀ ଅଟେ । ଏହି କମ୍ପାନୀ ୨୫ ଧାରା ଅନୁସାରେ ପରିଚାଳିତ। ଏହି କମ୍ପାନୀର ନିର୍ଦ୍ଦେଶକମାନେ କୌଣସି ପ୍ରକାର ଦରମା ନିଅନ୍ତି ନାହିଁ । ଏହି କମ୍ପାନୀ କୌଣସି ଲାଭ କରେ ନାହିଁ । ଏହି କମ୍ପାନୀ କୌଣସି ବ୍ୟବସାୟୀକ କାରବାରରେ ଲିପ୍ତ ରୁହେ ନାହିଁ। ଯଦି ୧ ଟଙ୍କାର କାରବାର ହୋଇନାହିଁ ଏବଂ କୌଣସି ସମ୍ପତି ହସ୍ତାନ୍ତର ହୋଇନାହିଁ, ତାହାଲେ ଅର୍ଥ ହେରେଫେର କଥା ଆସିଲା କେଉଁଠୁ ? ୧୯୩୮ ମସିହାରେ ଭାରତ ବର୍ଷର ସ୍ଵାଧୀନତା ସଂଗ୍ରାମର ସମସ୍ତ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଆସୋସିଏଟେଡ୍ ଜୋର୍ନାଲ୍ ଲିମିଟେଡ କମ୍ପାନି ଗଠନ କରିଥିଲେ । ଏହି କମ୍ପାନୀ ଦ୍ୱାରା ନବଜୀବନ ପତ୍ରିକା ଓ ନ୍ୟାସନାଲ ହେରାଲ୍ ଖବକର କାଗଜ ପ୍ରକାଶିତ ହେଉଥିଲା । ସ୍ଵାଧୀନତା ସଂଗ୍ରାମର ବାର୍ତାକୁ ଦେଶର ଜନସାଧାରଣ ଓ ବିଦେଶରେ ଥିବା ଲୋକମାନଙ୍କ ପାଖରେ ପହଂଚାଇବା ହେଉଛି ଏହି ଖବର କାଗଜର ମୂଳ ଉଦ୍ଦେଶ୍ୟ। ଏଥିପାଇଁ ପଣ୍ଡିତ ନେହେରୁ ନିଜର ପୈତୃକ ଜାଗା ଲକ୍ଷ୍ନୌଠାରେ ପତ୍ରିକା ପ୍ରକାଶନ ପାଇଁ ଦେଇଥିଲେ। ଯେଉଁମାନେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇନଥିଲେ ଏବଂ ବିଟ୍ରିଶ ସରକାର ପାଇଁ ଗୋଲାମୀ କରୁଥିଲେ ଆଜି ସେମାନେ ଏହି ଘଟଣାକୁ ନେଇ କ୍ଷମତାର ଅପବ୍ୟବହାର କରି ମିଛ ମାମଲା ଦାୟର କରୁଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି “ଡରୋ ମତ୍” । କଂଗ୍ରେସ ନେତୃବର୍ଗ ଭୟ ବା ଡରିଯିବା ନୁହଁନ୍ତି । ସେ କହିଛନ୍ତି ମୋଦୀ ସରକାର ଅନ୍ୟାୟ ଭାବରେ ନ୍ୟାସନାଲ ହେରାଲ୍ଡକୁ ସମ୍ପତିକୁ ଜବତ କରିବା ଏବଂ କଂଗ୍ରେସ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ବିରୁଦ୍ଧରେ ଚାର୍ଜସିଟ୍ କରିବା ନିନ୍ଦନୀୟ । ଏହା ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଏହା ଆଇନର ଶାସନ ଆଳରେ ସରକାରଙ୍କ ପ୍ରାୟୋଜିତ ଅପରାଧ ବୋଲି ଶ୍ରୀଯୁକ୍ତ ଦାସ କହିଛନ୍ତି । ସେ କହିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ଯକ୍ଷା ସମ୍ମାନନୀୟା ଶ୍ରୀମତୀ ସୋନିଆ ଗାନ୍ଧୀ, ଲୋକସଭାର ବିରୋଧୀଦଳର ନେତା ସମ୍ମାନନୀୟ ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃମଣ୍ଡଳୀଙ୍କ ବିରୁଦ୍ଧରେ ଏବେ ଯେଉଁ ଚାର୍ଜସିଟ୍ ଦାଖଲ ହୋଇଛି ସେଥ‌ିରେ ସାଙ୍ଘାତିକ ଭାବେ ସରକାରୀ କ୍ଷମତାର ଅପବ୍ୟବହାର ହୋଇଛି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ବିରୋଧ ଦଳର ବିଚାର ଉପରେ ସିଧାସଳଖ ଆକ୍ରମଣ। ବେପରୁଆ ଓ ସ୍ୱେଚ୍ଛାଚାରୀ ହୋଇପଡିଥିବା ଶାସକ ଦଳର ଏହା ରାଜନୈତିକ ଫାଇଦା ପାଇଁ ଏକ ଅପଚେଷ୍ଟା । ଏହା ଅତି ନିକୃଷ୍ଣ ପ୍ରତିହିଂସା ପରାୟଣ ରାଜନୀତି ବୋଲି ସେ କହିଛନ୍ତି।

କଂଗ୍ରେସ ଦଳ ଏବଂ ଏହାର ନେତୃତ୍ୱ ନୀରବ ରହିବେ ନାହିଁ । ଆମେ ଭାରତର ଆତ୍ମା ପାଇଁ ପୂର୍ବରୁ ଲଢ଼େଇ କରିଛୁ ଏବଂ ଆଉଥରେ ଏହି ଲଢ଼େଇ କରିବୁ। ସତ୍ୟ, ନ୍ୟାୟ ଏବଂ ସାମ୍ବିଧାନିକ ଲୋକତନ୍ତ୍ରର ମୂଲ୍ୟ ସହ ଆମେ ସାଲିସ କରିବୁ ନାହିଁ । “ ସତ୍ୟ ମେବ ଜୟତେ ” ଆମ ପାଇଁ କେବଳ ଏକ ସ୍ଲୋଗାନ ନୁହେଁ – ଏହା ଏକ ଦୃଢ଼ ବିଶ୍ଵାସ । ସତ୍ୟ ଓ ଗଣତନ୍ତ୍ରଙ୍କୁ ରକ୍ଷା କରିବା ସହ ସ୍ୱେଚ୍ଛାଚାରିତାକୁ ସାହାସର ସହ ସାମ୍ନା କରିବା ପାଇଁ ଏକତ୍ରୀତ ହେବାର ସମୟ ଆସିଛି ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୁକିମ୍, ସୁରେଶ କୁମାର ରାଉତରାୟ, ନକୁଳ ନାୟକ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ସିପ୍ରା ମଲ୍ଲିକ, ବାଙ୍କନିଧୂ ବେହେରା, ରଞ୍ଜିତ ପାତ୍ର, ଉଦ୍ଧିତ ପ୍ରଧାନ, ସୁଧାଂଶୁ ଦେଓ, ତରୁଣ ମିଶ୍ର, ରଜନୀ ମହାନ୍ତି, ସୋନାଲି ସାହୁ, ଜୟଶ୍ରୀ ପାତ୍ର, ରାଜୀବ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ସୁବ୍ରତ ମହାପାତ୍ର, ଦୀପକ କୁମାର ମହାପାତ୍ର, ଅଶୋକ ଦାସ, ଶାନ୍ତନୁ ସାହୁ, ଜୟକୃଷ୍ଣ ସୁବୁଧ, ମଧସ୍ମିତା ଆଚାର୍ଯ୍ୟ, ମଧୁସ୍ମିତା ସେଠୀ, ସଂଗ୍ରାମ ମହାନ୍ତି, ବିନୁ ପାଣି, ସୁଶାନ୍ତ ତ୍ରିପାଠୀ, ପ୍ରଣତୀ ମିଶ୍ର, ମାନସ ମଲ୍ଲିକ, ମନୀଶା ଦାସ ପଟ୍ଟନାୟକ,ସୁଧାଂସୁ ମହାନ୍ତି, ସିଲି ସେଠୀ, ପ୍ରସନ୍ନ ନାୟକ,ଚିନ୍ମୟ ସୁନ୍ଦର ଦାସ, ରାଜକିଶୋର ବାରିକ, ପ୍ରତାପ ପ୍ରଧାନ, ମିହିର ଆଚାର୍ଯ୍ୟ, ମନୋରଞ୍ଜନ ରାଉତରାୟ, ପ୍ରଶାନ୍ତ ଚମ୍ପତି ପ୍ରମୁଖ ବହୁ ଛାତ୍ର, ଯୁବ ଓ ମହିଳା କଗ୍ରେସ କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *