ସାମଗ୍ରୀକ ବିକାଶ ପାଇଁ କୋରାପୁଟ ଜିଲ୍ଲାପାଳ ପାଇବେ ପିଏମ୍ ଆୱାର୍ଡ ୨୦୨୫
କୋରାପୁଟ ଜିଲ୍ଲାରେ ସାମଗ୍ରିକ ବିକାଶ କ୍ଷେତ୍ରରେ ଦକ୍ଷତମୂଳକ କାର୍ଯ୍ୟ କରି ଉତ୍ତୀର୍ଣ୍ଣତା ହାସଲ କରି ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା କୋରାପୁଟ ଜିଲ୍ଲା ପୁରସ୍କୃତ ହେବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ ଆସନ୍ତା ୨୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ଆୱାର୍ଡ-୨୦୨୫ ପୁରସ୍କାର ଗ୍ରହଣ କରିବେ କୋରାପୁଟ ଜିଲ୍ଲାପାଳ କିର୍ତିବସନ୍ ଭି।
ଏହି ବାର୍ତ୍ତା ଭାରତ ସରକାରଙ୍କ ମନ୍ତ୍ରଣାଳୟ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିଯୋଗ ବିଭାଗର ସଚିବ ଭି ଶ୍ରୀନିବାସ (ଭପ୍ରସେ) ଦ୍ଵାରା ଏପ୍ରିଲ ୧୭ ତାରିଖରେ ଚିଠି ପ୍ରଦାନ କରାଯାଇଥିବା ଅନୁଯାୟୀ ଓଡିଶାର କୋରାପୁଟ ଜିଲ୍ଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ଜନ ପ୍ରଶାସନରେ ଉତ୍କର୍ଷତା ପାଇଁ ବର୍ଷ ୨୦୨୪ ପାଇଁ ‘ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛି। ଡିଏଆରପିଜି ଦ୍ୱାରା ଆୟୋଜିତ ସିଭିଲ୍ ସର୍ଭିସେସ୍ ଡେ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ କିର୍ତିୱାସନ ୱୀ ଯୋଗଦେଇ ଜିଲ୍ଲା ତରଫରୁ ତାଙ୍କୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ୨୧ ଏପ୍ରିଲ, ୨୦୨୫ ତାରିଖ ନାଗରିକ ସେବା ଦିବସରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପୁରସ୍କାର ପ୍ରଦାନ କରିବେ।
ଗତ ମାସରେ, ଦୁଇ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ଦଳ ଆସି କୋରାପୁଟ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ ପରିଦର୍ଶନ କରି କେନ୍ଦ୍ରୀୟ ଯୋଜନା ଯଥା ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିଶନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି, ପିଏମ୍ ବିଶ୍ବକର୍ମା, ସକ୍ଷମ, କିଶାନ କ୍ରେଡିଟ୍ କାର୍ଡ , ପୋଷଣ ୨.୦ ଭଳି ପ୍ରମୁଖ ୧୧ ଟି କେନ୍ଦ୍ରୀୟ ଯୋଜନାର ବିଷୟ ନେଇ ହିତାଧିକାରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରି ବୁଝି ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ କରିବା ପରେ କୋରାପୁଟ ଜିଲ୍ଲା ପୁରସ୍କାର ଯୋଗ୍ୟ ବିବେଚିତ ହୋଇଥିଲା ।
ଏଥି ପାଇଁ କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଜନସାଧରଣ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି ।
ଏପ୍ରିଲ୍ ୨୧କୁ ନାଗରିକ ସେବା ଦିବସ ଭାବରେ ମନୋନୀତ କରାଯାଇଥିଲା କାରଣ ୧୯୪୭ ମସିହାରେ ଏହି ଦିନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ଭାଲାଭଭାଇ ପଟେଲ ପ୍ରଶାସନିକ ସେବା ଅଧିକାରୀଙ୍କ ପ୍ରୋବେସନାରୀ ଅଧିକାରିମାନଙ୍କୁ ସମ୍ବୋଧିତ କରିଥିବା ବେଳେ ପ୍ରଥମ ଜାତୀୟ ନାଗରିକ ସେବା ଦିବସ ୨୧ ଏପ୍ରିଲ ୨୦୦୬ରେ ପାଳନ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରି ସାଧାରଣ ଜନତା ଏବଂ ପ୍ରଶାସନର ସହଯୋଗରେ ନିଜର ଦକ୍ଷତା ପ୍ରଦର୍ଶନ କରି କୋରାପୁଟକୁ ଦେଶର ସର୍ବୋତ୍ତମ ଜିଲା ଭାବରେ ମନୋନୀତ କରାଯାଇଛି। ଆମର ସରକାରୀ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଆଦର୍ଶ କାର୍ଯ୍ୟକୁ ପାଳନ କରିବା ଏବଂ ନାଗରିକଙ୍କ ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିବା ପାଇଁ ନାଗରିକ ସେବା ଦିବସ ପାଳନ କରାଯାଏ ।
ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିଯୋଗ ବିଭାଗ (DARPG) ଦ୍ୱାରା ସଂଗଠିତ ଏହି ଜାତୀୟ ନାଗରିକ ସେବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ର ନିର୍ମାଣରେ ସରକାରୀ କର୍ମଚାରୀଙ୍କ ଅବଦାନକୁ ଚିହ୍ନିବା ଏବଂ ପାଳନ କରିବା । ଦେଶରେ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଳକ ଯୋଜନାକୁ ଜିଲ୍ଲାର ସାମଗ୍ରିକ ବିକାଶ ଦିଗରେ ସଠିକ ଭାବରେ ସଫଳପ୍ରଦ ରୂପେ ରୂପାୟନ କରିବା ଅର୍ଥାତ୍ ଭାରତରେ ସରକାରୀ ପ୍ରକଳ୍ପର ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବାରେ ଜାତୀୟ ନାଗରିକ ସେବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଉତ୍ସର୍ଗୀକୃତ ଅଧିକାରୀମାନେ ନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା, ଜନ କଲ୍ୟାଣ ଯୋଜନା ପରିଚାଳନା ଏବଂ ପ୍ରଶାସନରେ ନ୍ୟାୟ ଏବଂ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ପରଦା ପଛରେ କାର୍ଯ୍ୟ କରନ୍ତି । ସରକାରୀ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତତାକୁ ଚିହ୍ନିବା ଏବଂ ପ୍ରଶଂସା କରିବା କ୍ଷେତ୍ରରେ ଦେଶରେ ଚଳିତ ବର୍ଷ ୨୦୨୫ ରେ ୭୧୦ ଟି ଜିଲ୍ଲା ଏହି ପୁରସ୍କାର ପାଇଁ ଆବେଦନ କରିଥିବାବେଳେ ଚୟନ କମିଟିର ୬ଟି ପର୍ଯ୍ୟାୟରେ ଅନୁଧ୍ୟାନ କରିବା ପରେ ପୁରସ୍କୃତ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ୫ଟି ଜିଲ୍ଲା ମଧ୍ୟରୁ ଓଡ଼ିଶାର କୋରାପୁଟ ଜିଲ୍ଲା ମନୋନୀତ ହୋଇଛି ।
ପ୍ରକାଶ ଥାଉ କି ଯେ ୨୦୧୮ ବ୍ୟାଚର ଯୁବ ତଥା ଦକ୍ଷ ଭାପ୍ରସେ ଅଧିକାରୀ କିର୍ତ୍ତୀ ଭାସନ ଭି ଜାନୁଆରୀ ୩୧, ୨୦୨୪ ତାରିଖ ବୁଧବାର କୋରାପୁଟର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ଦାୟିତ୍ଵ ଗ୍ରହଣ କରିବା ପରେ ଜିଲ୍ଲାର ପ୍ରମୁଖ ପରିବର୍ତ୍ତନମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଏକ ଭଲ ଖ୍ୟାତି ଅର୍ଜନ କରି ଏଥି ପୂର୍ବରୁ ଡିସେମ୍ବର,୧୧,୨୦୨୪ ତାରିଖରେ ବୁଧବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା କୋରାପୁଟ ଜିଲ୍ଲାକୁ ‘ନାନଜୀ ଦେଶମୁଖ ଶ୍ରେଷ୍ଠ ପଞ୍ଚାୟତ ସ୍ଥାୟୀ ବିକାଶ ପୁରସ୍କାର’ ଶ୍ରେଣୀ ଅଧୀନରେ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ ପ୍ରଦାନ କରାଯାଇଥିଲା ଯାହା କି ଜିଲ୍ଲା ପ୍ରଶାସନ ତରଫରୁ କୋରାପୁଟ ଜିଲ୍ଲାପାଳ କିର୍ତ୍ତୀ ଭାସନ ଭି’ ଗ୍ରହଣ କରିଥିଲେ ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
