February 8, 2026
Home » ନାରୀ ସୁରକ୍ଷା ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ପାରାଦୀପ ନଗର କଂଗ୍ରେସ୍ ପକ୍ଷରୁ ମଶାଲ ଶୋଭାଯାତ୍ରା

ନାରୀ ସୁରକ୍ଷା ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ପାରାଦୀପ ନଗର କଂଗ୍ରେସ୍ ପକ୍ଷରୁ ମଶାଲ ଶୋଭାଯାତ୍ରା

0
WhatsApp Image 2025-04-15 at 11.04.19 PM

ପାରାଦୀପ: ଓଡିଶା ପ୍ରଦେଶ କଂଗ୍ରେସ୍ ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନକ୍ରମେ ପାରାଦୀପ ନଗର କଂଗ୍ରେସ୍ ପକ୍ଷରୁ ରାଜ୍ୟରେ ନାରୀ ସୁରକ୍ଷା, ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଏକ ମଶାଲ ଶୋଭାଯାତ୍ରା ମଙ୍ଗଳବାର ସଂନ୍ଧ୍ୟାରେ ଆୟୋଜିତ ହୋଇଥିଲା ।

ନଗର କଂଗ୍ରେସ୍ ସଭାପତି କେଦାରନାଥ ବିଶ୍ବାଳ ଙ୍କ ନେତୃତ୍ବରେ ଶହଶହ କଂଗ୍ରେସ କର୍ମୀ ଏହି ଯାତ୍ରାରେ ସାମିଲ୍ ହୋଇଥିଲେ। ପିସିସି ପର୍ଯ୍ୟବେକ୍ଷକ ରାଜ କିଶୋର ବାରିକ, ସିଦ୍ଧାର୍ଥ ମହାନ୍ତି, ଜିଲ୍ଲା ପର୍ଯ୍ୟବେକ୍ଷକ ଇମତାଜ ଅହମଦ, ପିସିସି ସାଧାରଣ ସମ୍ପାଦକଙ୍କ ନିରଞ୍ଜନ ନାୟକ କାହ୍ନୁ ଚରଣ ପରିଡ଼ା, ସରୋଜ ପ୍ରଧାନ, ସମନ କୁମାର ଖୁଣ୍ଟିଆ,ଧୃବ ଚରଣ ମହାପାତ୍ର, ଚନ୍ଦ୍ର ଶେଖର ମହାପାତ୍ର, ତ୍ରିନାଥ ମହାନ୍ତି, ଗଦାଧର ମହାନ୍ତି, କୃପାସିନ୍ଧୁ ଦାସ, ଜ୍ ରଞ୍ଜନ ଦାଶ, ସଂଜୟ ମୁଦୁଲି, କୈଶଲ୍ୟା ମହାନ୍ତି, ଧରିତ୍ରୀ ସାମଲ, ଖୁଲଣା ଜେନା, ବନିତା ପ୍ରଧାନ, ପୁଷ୍ପାଲତା ଦାସ, ମିନତି ପ୍ରଧାନ ପ୍ରମୁଖ ମସାଲ ଯାତ୍ରା ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ସମାଲୋଚନା କରିଥିଲେ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *