July 6, 2025
Home » ପଶ୍ଚିମ’ର ୱେବ ସିରିଜ ପାଇଁ ମେଗା ଅଡିସନ୍ ଅନୁଷ୍ଠିତ,ଯୋଗ ଦେଲେ 70 ଜଣ କଳାକାର

ପଶ୍ଚିମ’ର ୱେବ ସିରିଜ ପାଇଁ ମେଗା ଅଡିସନ୍ ଅନୁଷ୍ଠିତ,ଯୋଗ ଦେଲେ 70 ଜଣ କଳାକାର

0
WhatsApp Image 2025-04-19 at 9.15.03 PM

ସୁବର୍ଣ୍ଣପୁର—ପଶ୍ଚିମ ଓଡିଶାର କଳା, ସଂସ୍କୃତି, ପରମ୍ପରା ଏବଂ ଦୈନନ୍ଦିନ ଘଟଣାବଳିକୁ ନେଇ ଖୁବ୍ ଶୀଘ୍ର ପଶ୍ଚିମ ମିଡିଆ ନେଟୱାର୍କ ପକ୍ଷରୁ ଏକ ଓଟିଟି ପ୍ଲାଟଫର୍ମ ଆରମ୍ଭ ହେବାକୁ ଯାଉଛି । ଓଡିଶାରେ ପ୍ରଥମ ଥର ପାଇଁ ଏହି ଓଟିଟି ପ୍ଲାଟଫର୍ମରେ ଉଭୟ ନ୍ୟୁଜ୍ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରଣ ହେବ । ଏହି ସଂସ୍ଥାର ପ୍ରଥମ ପ୍ରୟୋଜନାରେ ପଶ୍ଚିମ ଓଡିଶାର ଗୋଟିଏ ନିଚ୍ଛକ କଥାବସ୍ତୁକୁ ନେଇ ଏକ ମେଗା ୱେବ ସିରିଜ୍ ନିର୍ମାଣ
ହେବ । ଏହି ୱେବ ସିରିଜରେ ଅଭିନୟ ପାଇଁ ସୋନପୁର ବ୍ଲକ ଛକ ସ୍ଥିତ ରୟାଲ କନଭେନ୍‌ସନ୍ ପରିସରରେ ଏକ ମେଗା ଅଡିସନ୍ ଅନୁଷ୍ଠିତ ହୋଇଛି । ଏହି ମେଗା ଅଡିସନ୍ କାର୍ଯ୍ୟକ୍ରମରେ ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର , ବରଗଡ, ବୌଦ୍ଧ, କଳାହାଣ୍ଡି, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ ଆଦି ଜିଲ୍ଲାର ପ୍ରାୟ 70 ଜଣ ବଛା ବଛା କଳାକାର ଯୋଗ ଦେଇ ନିଜ ନିଜ ଅଭିନୟର ଯାଦୁ ଦେଖାଇ ଥିଲେ । କଳାକାର ଚୟନ ବେଳେ ଏନ୍‌ଏସ୍‌ଡିଆନ ତଥା ବଲିଉଡ ଅଭିନେତା ଜଗନ୍ନାଥ ସେଠ ଏବଂ ନାଟ୍ୟଶ୍ରୀ ଗଦାଧର ବାରିକ ବିଚାରକ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ମାନସୀ ପାଣିଗ୍ରାହୀ, ଡିଓପି ଗୋପାଳ ପ୍ରଧାନ, କଣ୍ଠଶିଳ୍ପୀ ପଙ୍କଜ ଜାଲ, ଅଭିନେତା ତଥା ସଂଳାପ ଲେଖକ ବବଲୁ ବାଘ,ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରୁ ସଂସ୍ଥାର ଚେୟାରମ୍ୟାନ ଶୁଭାଶିଷ ରଥ ଯୋଗ ଦେଇ କଳା ବଞ୍ଚିଲେ କଳାକାର ବଞ୍ଚିବ ବୋଲି କହିଥିଲେ । ପଶ୍ଚିମ ଓଡିଶାର ବିଭିନ୍ନ ଅଞ୍ଚଳରେ ବହୁ ପ୍ରତିଭାବାନ କଳାକାର ରହିଛନ୍ତି । ତାଙ୍କୁ ଲୋକ ଲୋଚନକୁ ଆଣି ଆର୍ଥିକ ସ୍ୱଚ୍ଛଳ କରିବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ । ସଂସ୍ଥାର ନିର୍ଦ୍ଦେଶକ ଶିବରାମ ମହାପାତ୍ର, ସାମ୍ବାଦିକ ଗଣପତି ବାଘ, ଧରଣୀଧର ମିଶ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମକୁ ସିନେ ଅଭିନେତା ଜିତ୍ ଏବଂ ସୁଶୋଭିତା ସଂଚାଳନ କରିଥିଲେ । ମେଗା ଅଡିସନ୍ ଆୟୋଜନରେ ମନୋଜ ବାରିକ, ଦେବକୀନନ୍ଦନ ମିଶ୍ର,ବାସୁଦେବ ତ୍ରିପାଠୀ, ଅବକାଶ ମିଶ୍ର, କୌଶିକ୍‌,ନରେନ୍, ମାନଭଞ୍ଜନ ପୂଜାରୀ, ଗୋପାଳ ମହାକୁଡ, ନାରଦ ହାତୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜଗନ୍ନାଥ ସେଠଙ୍କ ଅଭିନୟର ଝଲକ ଦେଖି ସମସ୍ତେ ଅଭିଭୂତ ହୋଇ ଯାଇଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *