କଳାହାଣ୍ଡି:ଗୋଟିଏ ନମ୍ବରରେ ଚାଲୁଥିଲା ୨ ବସ୍, ଗାଡ଼ି ଜବତ କଲା ପୁଲିସ ଓ ପରିବହନ ବିଭାଗ….

କଳାହାଣ୍ଡିରେ ସମାନ ନମ୍ବର ପ୍ଲେଟ ଥାଇ ୨ଟି ବସ୍ଚା ଲୁଥିବା ଘଟଣା ବିଶ୍ବାସ ଯୋଗ୍ୟ ନହେଲେ ମଧ୍ୟ ସତ। ଘଟଣା ପଦାକୁ ଆସିବା ପରେ ପରିବହନ ବିଭାଗ ଉକ୍ତ ୨ଟି ବସ୍କୁ ଜବତ କରିଛି । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର ଯୁଗରେ ସମାନ ନମ୍ବର ପ୍ଲେଟ ଥାଇ ୨ଟି ଗାଡ଼ି ଚାଲିବା ସର୍ବ ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। କଳାହାଣ୍ଡିରେ ସମାନ ନମ୍ବର ପ୍ଲେଟ ଥାଇ ୨ଟି ବସ୍ ଚାଲୁଥିବା ଘଟଣା ବିଶ୍ବାସ ଯୋଗ୍ୟ ନହେଲେ ମଧ୍ୟସତ । ପରିବହନ ବିଭାଗ ଉକ୍ତ ୨ଟି ବସ୍କୁ ଜବତ କରିଛି । ମାଣିକେଶ୍ଵରୀ ଟ୍ରାଭେଲସ୍ର ଏକାଧିକ ବସ୍ କଳାହାଣ୍ଡିରୁ ଭୁବନେଶ୍ବର, କଟକ ଚାଲୁଛି । ଗତକାଲି ରାତିରେ ଓଡି ୦୮ ଜି ୩୧୮୮ ନମ୍ବର
ଥିବା ମାଣିକେଶ୍ଵରୀ ଟ୍ରାଭେଲସ୍ର ୨ଟି ବସ୍ ସ୍ଥାନୀୟ ବସଷ୍ଟାଣ୍ଡରେ ଥିବା ପରିବହନ ବିଭାଗ କୌଣସି ସୂତ୍ରରୁ ସୂଚନା ପାଇଥିଲା । ପୁଲିସ ଓ ପରିବହନ ଅଧିକାରୀ ମାନେ ବସ୍ ୨ଟିକୁ ଜବତ କରି ରିଜର୍ଭ ବ୍ୟାରେକ୍ଟରେ ରଖିଥିଲେ । ଏନେଇ ପରିବହନ ଅଧିକାରୀଙ୍କ ଲିଖତ ସୂଚନା କ୍ରମେ ଟାଉନ ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ଏହି ୨ଟି ବସ୍ କୁଆଡେ ଭୁବନେଶ୍ବର ଚାଲିଥିଲା । ଉଭୟ ବସ ମଧରୁ ପ୍ରକୃତରେ କେଉଁ ବସ୍ର ରୁଟ୍ ପରମିଟ୍, ଇନୁରାନ୍ସ ଫିଟ୍ନେସ୍ ଆଦି ଅଛି ତାକୁ ନେଇ ସନ୍ଦେହ ରହିଛି । ପୁଣି ବସ୍ର ଇଞ୍ଜିନ ନମର, ଚେସିସ୍ ନମ୍ବରୁ ଅଲଗା ଥିବା ବେଳେ କିଭଳି ଗୋଟିଏ ନମ୍ବର ପ୍ଲେଟ ଲାଗିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟିକସ ଫାଙ୍କିବାକୁ ଏକା ନମ୍ବର ପ୍ଲେଟ ଲଗାଇ ବସ୍ ଚାଲିଥିଲା କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏକା ନମ୍ବର ଥିବା ୪ଟି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କିଭଳି ମିଳିଲା, ଏତେ ଦିନ ଧରି ସମାନ ନମ୍ବର ପ୍ଲେଟ ଥାଇ ବସ୍ ୨ଟି ଚାଲୁଥିଲେ ମଧ୍ୟ କାହା ନଜରରେ କିଭଳି ପଡ଼ିଲା ନାହିଁ, ସେନେଇ ମଧ୍ୟ ଲୋକଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଲାଗି ରହିଛି । ପୁଣି ନକଲି ନମ୍ବର ପ୍ଲେଟ ଥିବା ବସ୍ତୁଟି କେଉଁଠାରୁ କେବେ କିଣାଗଲା, ପରେ ଏହା କଳାହାଣ୍ଡି ପରିବହନ କାର୍ଯ୍ୟାଳୟକୁ ଫିଟ୍ନେସ୍ ଆଦି ପାଇଁ କେବେ ନିଆଯାଇଥିଲା କି ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ନମ୍ବର ପ୍ଲେଟ ସହିତ ଇଞ୍ଜିନ ନମ୍ବର ଓ ଚେସିସ୍ ନମ୍ବର୍ ମିଶୁ ନଥିବାରୁ ଜାଲିଆତି ହୋଇଥିବା ସନ୍ଦେହ ହେଉଛି । ଏଣୁ ଥାନାରେ
ଏତଲା ଦିଆଯାଇଛି ବୋଲି ଜିଲ୍ଲା ପରିବହନ ଅଧିକାରୀ କହିଛନ୍ତି। ଏନେଇ ସଂପୃକ୍ତ ବସ୍ ମାଲିକଙ୍କ ସହିତ ଯୋଗାଯୋଗ ସତ୍ତ୍ଵେ ଫୋନ୍ନ ଉଠାଇବାରୁ ପ୍ରତିକ୍ରିୟା ମିଳି ପାରିନାହିଁ। ଜିଲ୍ଲାରେ ଘରୋଇ ବସ୍ ଗୁଡ଼ିକର ରୁଟ୍ ପର୍ମିଟ୍, ଇନୁରାନ୍ସ,ଫିଟ୍ନେସ୍ ଆଦିର ପରୀକ୍ଷା କରିବାକୁ କିଛି ଦିନତଳେ ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତା ଜିଲା ପରିବହନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ । ସେହି ଅନୁଯାୟୀ ଯାଞ୍ଚ ବେଳେ ଚଞ୍ଚକତା କରି ବସ୍ ମାଲିକ ଜଣକ ଏଭଳି
ଅନିୟମିତତା କରିଥିବା ପରିବହନ ବିଭାଗ ଜାଣିପାରି ଚଢ଼ଉ କରି ଗାଡ଼ି ଜବତ କରିଥିଲା ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )