July 5, 2025
Home » ଭୀମ ରାଓ ଆମ୍ବେଦକର ଙ୍କର ସମ୍ବିଧାନ ପ୍ରତି ଅବଦାନ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ।

ଭୀମ ରାଓ ଆମ୍ବେଦକର ଙ୍କର ସମ୍ବିଧାନ ପ୍ରତି ଅବଦାନ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ।

0
WhatsApp Image 2025-04-26 at 5.43.01 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ପଣ୍ଡକିଟାଲ ଆରଏମସି ଠାର ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ୱେଦକର ଙ୍କ ର ସମ୍ମିଧାନ ପ୍ରତି ଅବଦାନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାର ର ଅନୁସୂଚିତ ଜାତି ଆୟୁକ୍ତ ଏସ୍ ସି କମିଶନର ଅରୁଣ ହଲଦା ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ,ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା , ବଲାଙ୍ଗୀର ଜ଼ିଲ୍ଲା ବିଜେପି ର ପୂର୍ବତନ ସଭାପତି ଶିବାଜୀ ମହାନ୍ତି ଓ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ମନିଜର ଆର୍ଯ୍ୟ ଜିଲ୍ଲା ସଭାପତି ବେଣୁଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ପାଣ୍ଡକିଟାଲ ଠାରେ ଶହ ଶହ କର୍ମୀ ଙ୍କର ଉପସ୍ଥିତ ରେ ସଭା ସ୍ଥଳ କୁ ଭବ୍ୟ ସ୍ଵଗତ ସମ୍ବର୍ଦ୍ଧନା ସହ ପାଛୋଟି ଅଣା ଯାଇଥିଲା । ସେଠାରେ ଭୀମରାଓ ଆମ୍ୱେଦକର ଙ୍କ ଜୀବନୀ ଉପରେ ଅନୁସୂଚିତ ଜାତି ଆୟୁକ୍ତ ତାଙ୍କର ବକ୍ତବ୍ୟ ତାଙ୍କର ଜୀବନୀ ଆଲୋକପାତ କରିଥିଲେ। ସେହିପରି ବଲାଙ୍ଗୀର ସାଂସଦ ଯେଉଁ ସମ୍ବିଧାନ ଭୀମ ରାଓ ଆମ୍ବେଦକର ଦେଇଛନ୍ତି ତାହା ଭାରତୀୟଙ୍କ ରକ୍ଷା କବଚ ଭାବେ ଛିଡା ହୋଇଛି ଓ ସମସ୍ତ ଙ୍କୁ ସୁରକ୍ଷା ଦେଉଛି ବୋଲି ତାଙ୍କର ବକ୍ତବ୍ୟ ରେ କହିଥିଲେ। ପରିଶେଷରେ ମଞ୍ଚ ପରିଚାଳନା କରିଥିଲେ ବଳଦେବ ପଧାନ,ହେମନ୍ତ ବିଶ୍ବାଳ, ପ୍ରବୀର ସାହୁ,ସୁନିଲ ବେହେରା
ଉମାକାନ୍ତ ସାହୁ l ଏହି କାର୍ଯ୍ୟକ୍ରମ କୁ ବିଜେପି ମଣ୍ଡଳ ସଭାପତି ରୁପଧାର ପଧାନ, ପଞ୍ଚୁ ମଟାରୀ, ଭଗବାନ ପଧାନ, , ଗ୍ରନ୍ଥ ପଧାନ, ଶିବରାଜ ବେହେରା, ଅରକ୍ଷିତ ପଧାନ,ଉପେନ୍ଦ୍ର ଭୋଇ, ବିପିନ ପଧାନ, ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିଥିଲେ।

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *