July 1, 2025
Home » ହତ୍ୟା ମାମଲା ର ଫେରାର ଅପରାଧୀ କୁ ବିହାରରୁ ଧରିଲା ରୁଗୁଡି ପୋଲିସ

ହତ୍ୟା ମାମଲା ର ଫେରାର ଅପରାଧୀ କୁ ବିହାରରୁ ଧରିଲା ରୁଗୁଡି ପୋଲିସ

0
WhatsApp Image 2025-04-28 at 9.32.00 AM

ଯୋଡ଼ା – କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ରୁଗୁଡି ପୋଲିସ  କୁ ମିଳିଛି ସଫଳତା। ହତ୍ୟା କରି  ଫେରାର ଥିବା  ଏକ ଅପରାଧୀ  କୁ   ରାଜ୍ୟ  ବିହାର  ରୁ ଆରେଷ୍ଟ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ତେବେ ଅପରାଧୀ ଙ୍କ ନାମ ସହଦେଵ କୁମାର ସାହା ବୟସ (୩୮)  ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ  ପୂର୍ବରୁ  ଗତ ଜାନୁଆରୀ ୨୦୨୨ ମସିହାରେ ସହଦେଵ ଏବଂ  ଜାକିର ହୁସେନ (୩୨)ମଧ୍ୟରେ  ଶ୍ରୀମେଟାଲୀକ ଛକ ନିକଟରେ ଝଗଡା ମାରପିଟ ହୋଇଥିଲା ।ଏହି ଝଗଡ଼ା ପରେ  ସହଦେଵ ପ୍ରତିଶୋଧ ପ୍ରାଣାୟନ ହୋଇ ଏକ କାଠ ଫାଳିଆରେ ଜାକିର ଙ୍କୁ ମରଣାତ୍ମକ  ଆକ୍ରମଣ କରି ଫେରାର ହୋଇଯାଇଥିଲା।ଯାହାଫଳରେ ଜାକିର  ଙ୍କ ଚିକିତ୍ସାଧୀନ ଅବସ୍ଥାରେ ରେ ଗତ ଫେବୃଆରୀ ୧ ୨୦୨୨ମସିହାରେ ମୃତ୍ୟ ହୋଇଥିଲା।ଏ ନେଇ ରୁଗୁଡି ପୋଲିସ କେସ ନମ୍ବର ୪୧/୨୦୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।  ରୁଗୁଡି ଥାନା ଅଧିକାରୀ ରବି ଶଙ୍କର ଭୋଇଷା କହିଛନ୍ତି ଯେ ସହଦେଵ  ହତ୍ୟା କରି ବିହାର ରାଜ୍ୟ ସିବାନ ଜିଲ୍ଲା ଅନ୍ତର୍ଗତ ବେଲସୁଇ କିଷାନପୋଲି ଗ୍ରାମରେ ଲୁଚିରହିଥିଲା।ଯାହାର ସନ୍ଧାନ ପାଇ ରୁଗୁଡି ଥାନା ଅଧିକାରୀ ରବି ଶଙ୍କର ଭୋଇଷା ଅପରାଧୀ କୁ  ବିହାର ରୁ  ଆରେଷ୍ଟ କରି ଆଇ.ପି.ସି  ଧାରା ୩୦୨ ରେ ଆଜି  କୋର୍ଟ ଚାଲାଣ କରିଛନ୍ତି ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।

Leave a Reply

Your email address will not be published. Required fields are marked *