July 1, 2025
Home » ମା’ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ ।

ମା’ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ ।

0
WhatsApp Image 2025-04-30 at 3.29.56 PM

ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଗୁଆଲି ଛକରେ ଥିବା ମା’ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ମନ୍ଦିର କମିଟି ସଭାପତି କବୀନ୍ଦ୍ର ନାଏକଙ୍କ ନେତୃତ୍ବରେ ପୂଜାର୍ଚ୍ଚନା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସକାଳୁ ଗୁଆଲି, ନୂଆଗାଁ, ପାଣ୍ଡୁଲିପଶି, କେନ୍ଦୁଡିହି, ଗନ୍ଧଲପଦା, ବରପଦା ଗ୍ରାମର ଶ୍ରଦ୍ଧାଳୁମାନେ ନିକଟସ୍ଥ ଝରଣାରୁ ଜଳକଳସ ଆଣିଥିଲେ । ଯାଜପୁର ଜିଲ୍ଲାରୁ ଆସିଥିବା ପଣ୍ଡିତମାନଙ୍କ ଦ୍ଵାରା ସମସ୍ତ ନୀତିକାନ୍ତି ସମ୍ପାଦିତ ହୋଇଥିଲା | ରଞ୍ଜିତ ବାରିକ କର୍ତା ଦାୟିତ୍ୱ ତୁଲାଇଥିଲେ | କେନ୍ଦୁଡିହି ଓ କେନ୍ଦୁଝରର ସଂକୀର୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ | ମନ୍ଦିର କମିଟି ଦ୍ୱାରା ଅର୍ଣ୍ଣ ପ୍ରସାଦ ର ବେବସ୍ଥା କରାଯାଇଥିଲା ।ଶହ ଶହ ଭକ୍ତ ମା ଙ୍କୁ ଦର୍ଶନ କରି ପ୍ରସାଦ ସେବନ କରିଥିଲେ ।ଭୀମ ସେନ ଆପଟ୍ଟ, କୁଶ ଆପଟ୍ଟ, ନବ ଆପଟ୍ଟ, ପ୍ରଫୁଲ୍ଲ ନାଏକ, ପ୍ରତାପ ନାଏକ, ରମେଶ ଚନ୍ଦ୍ର ମହାନ୍ତି, ପଦନ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍

Leave a Reply

Your email address will not be published. Required fields are marked *