ନିଶା ସେବନ ଜୀବନ ନାଶର କାରଣ ଡିହିରାକୁଳ ନିଶାମୁକ୍ତ ଗ୍ରାମ ଭାବେ ଘୋଷିତ

ଉଦଳା : ନିଶାସେବନ ଏକ ସାମାଜିକ ବ୍ୟାଧି, ଆର୍ôଥକ, ମାନସିକ, ପାରିବାରିକ, ସାମାଜିକ, ଦୁର୍ଘଟଣା ଇତ୍ୟାଦି ବହୁ ସମସ୍ୟା ଏହି ବ୍ୟାଧି ସହିତ ଜଡିତ । ଏହାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ସରକାରୀ, ବେସରକାରୀ, ସାମାଜିକ, ନାଗରିକସ୍ତରରେ ସଚେତନତା ଓ ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ, ଧରପଗଡ ଆଦିର ନିହାତି ଆବଶ୍ୟକ ବୋଲି କପ୍ତିପଦା ଉପଖଣ୍ଡର ଉଦଳା ବ୍ଲକ ରାଢୋ ପଂଚାୟତ ଅର୍ନ୍ତଗତ ଡିହିରାକୁଳ ଗ୍ରାମକୁ ନିଶାମୁକ୍ତ ଗ୍ରାମ ବାବେ ଘୋଷଣା କରାଯିବା ଅବସରରେ ଆୟୋଜିତ ସଚେତନତା ସଭାରେ ଯୋଗ ଦେଇଥିବା ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସହାୟତାରେ ବରିଷ୍ଠ ନାଗରିକ ସଂଘ, ଉଦଳା ଆନୁକୁଲ୍ୟରେ ଡିହିରାକୁଳ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦଳା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ମୁଖ୍ୟବକ୍ତା ପ୍ରାକ୍ତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଉଦଳା ଥାନା ଅଧିକାରୀ ବନମାଳୀ ବାରିକ, ବିଶିଷ୍ଟ ଅତିଥି ଅବକାରୀ ଅଧିକାରୀଙ୍କ ସହିତ ସ୍ଥାନୀୟ ସରପଂଚ ବସେନ ମାରାଣ୍ଡି, ଡିହିରାକୁଳ ଜଗନ୍ନାଥ ମନ୍ଦିର କମିଟିର ସଭାପତି ମଧୁସୁଦନ ହାତୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଳା ବରିଷ୍ଠ ନାଗରିକ ସଂଘର ଉପସଭାପତି ଡା.ସଚ୍ଚିଦାନନ୍ଦ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସବୁବେଳେ ସବୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ଡିହିରାକୁଳର ଯୁବ ସଂଯୋଜକ ରମେଶ ଚନ୍ଦ୍ର ପୃଷ୍ଟି ସଂଯୋଜନା କରିଥିଲା ବେଳେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ପାଲାକାର ଦୋଳଗୋବିନ୍ଦ ପୃଷ୍ଟିଙ୍କ ନେତୃତ୍ୱରେ ରାଧାଗୋବିନ୍ଦ ସଂକୀର୍ତନ ମଣ୍ଡଳୀର କଲାକାର ନିଶା ନିବାର ସଚେତନତା ନେଇ ଆକର୍ଷଣୀୟ ପାଲା ଓ ଅଭିନୟ ପରିବେଷଣ ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା । ସଂଘର ବରିଷ୍ଠ ସଦସ୍ୟ ଭାବେ କାଶୀନାଥ ଦାସ, ରବିକାନ୍ତ ମହାପାତ୍ର, ସୁବାସିନୀ ବେହେରା, ପ୍ରମିଳା ଜେନା, ନରେନ୍ଦ୍ର ରାଉତ, କୃପାସିନ୍ଧୁ ବେହେରା, ଭଗବାନ ଆରୁଖ ଏବଂ ସ୍ଥାନୀୟ ଗ୍ରାମବାସୀ ବିଶେଷକରି ଜୟନ୍ତ କୁମାର ବେହେରା, ସର୍ବେଶ୍ୱର ହାତୀ, ଶତୃଘ୍ନ ସାହୁ, ପ୍ରମୋଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।