December 25, 2025
Home » ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ମୁଠି ଅନୁକୂଳ l

ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ମୁଠି ଅନୁକୂଳ l

0
WhatsApp Image 2025-05-01 at 12.19.17 PM

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଳା କୃଷକ ସଂଗଠନ ପକ୍ଷରୁ ସୋନପୁର ବଡ଼ ଝିଙ୍କି ଠାରେ ଆଦର୍ଶ ଚାଷୀ ବିଦ୍ୟାଧର ଷାଣ୍ଢ ଙ୍କ ଫାର୍ମ ହାଉସ୍ ଠାରେ ପାରମ୍ପରିକ ପୂଜା ପରେ ଅକ୍ଷୀ ମୁଠି କାର୍ଯ୍ଯ ଆରମ୍ଭ ହୋଇଛି l ସୋନପୁର ର ଇଷ୍ଟ ଦେବୀ ମା ସୁରେଶ୍ଵରୀ, ମା ଲକ୍ଷ୍ମୀ, ମା ଧରିତ୍ରୀ ତଥା ଇନ୍ଦ୍ର ଦେବତା ଙ୍କୁ ସ୍ମରଣ ଓ ପୂଜା କରି ଚଳିତ ବର୍ଷ ରେ ଜିଲ୍ଲା ରେ ଅଧିକ ରୁ ଅଧିକ ଶସ୍ୟ ଅମଳ କାମନା କରି ହଳ ଲଙ୍ଗଳ ପୂଜା କରିବା ପରେ ଜିଲ୍ଲା କୃଷକ ସଂଗଠନ ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଅଖି ମୁଠି କାର୍ଯ୍ଯ ଆରମ୍ଭ କରା ଯାଇଛି ଓ ଜିଲ୍ଲା ରେ ପ୍ରତ୍ୟେକ ଚାଷ ର ଦୃତ ବିକାଶ ପାଇଁ ଚାଷ ର ସମସ୍ତ ଉପଯୋଗୀ ସାମଗ୍ରୀ ଯୋଗାଇ ଦେବାକୁ ସଂଗଠନ ପକ୍ଷରୁ ପ୍ରଶାସନ ପାଖରେ ଦାବୀ କରିଛନ୍ତି। ଏଥିରେ ସଙ୍ଗଠନ ର ପଦ୍ମ ଲୋଚନ ମିଶ୍ର, ଜ୍ୟୋତି ରଞ୍ଜନ ବହିଦାର, ପ୍ରଦୀପ ପୁରୋହିତ, ନିରଞ୍ଜନ ତ୍ରିପାଠୀ, ମାଗୁଣି ସାହୁ, ପ୍ରତାପ ଦାଶ ପ୍ରମୁଖ ଚାଷୀ ନେତା ତଥା ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେl

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *