November 20, 2025
Home » ଛତ୍ରପୁର ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ସାଇ-ଟିବି ର ଶୁଭ ଉଦଘାଟନ

ଛତ୍ରପୁର ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ସାଇ-ଟିବି ର ଶୁଭ ଉଦଘାଟନ

0
WhatsApp Image 2025-05-01 at 5.44.43 PM

ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସଭା ଗୃହ ରେ ଡ଼ା ସ୍ଵାଧୀନ ରଥ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ରେ ସାଇ – ଟିବି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଡ଼ା ରଥ ପ୍ରଥମ ଇଞ୍ଜେକସନ ମାଧ୍ୟମ ରେ ଶୁଭାରମ୍ଭ କରି ଗଞ୍ଜାମ ଜିଲ୍ଲାରେ ଏହା ପ୍ରଥମ ଏବଂ ଛତ୍ରପୁର ବ୍ଲକ ରେ ଦିନ କୁ ୩୦ ହିତାଧିକାରୀ ଙ୍କ ସାଇ – ଟିବି ପରୀକ୍ଷା କରାଯିବା ଓ ଏହା ପ୍ରାଥମିକ ପର୍ଯ୍ୟାୟ ରେ ୧୦ ଦିନ ଚାଲିବ ବୋଲି ସୂଚନା ଦେଇଛନ୍ତି।ପୂର୍ବ ରୁ ମଧ୍ୟ ୧୦୦ ଦିନ ଟିବି କ୍ୟାମ୍ପାଇଂନ ରେ ଅନେକ ଉପଲବ୍ଧି ପାଇ ଡ଼ା ରଥ ସାରା ଜିଲ୍ଲା ରେ ପ୍ରଶାସନ, ବିଭିନ୍ନ ସଙ୍ଗଠନ ଓ ଜନସାଧାରଣ ଙ୍କ ଦ୍ଵାରା ପ୍ରଶଂସିତ ହୋଇଛନ୍ତି ଏବଂ ବିଶ୍ୱାସ ରଖିଛନ୍ତି ଯେ ଦେଶ ପ୍ରତ୍ୟେକ ଯୁଦ୍ଧ ରେ ବିଜୟ ହେବା ସହ ଟିବି ଭଳି ଶତ୍ରୁ ଉପରେ ମଧ୍ୟ ବିଜୟ ଲାଭ କରିବ ଏବଂ ଆମେ ଛତ୍ରପୁର ବ୍ଲକ କୁ ଟିବି ମୁକ୍ତ କରି ଏକ ସୁସ୍ଥ ସମାଜ ଆଡ଼କୁ ଏକ ପାଦ ଆଗକୁ ବଢିବା। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ୍ ପ୍ରଗ୍ରାମ ମ୍ୟାନେଜର ସିମଞ୍ଚଳ ପ୍ରଧାନ, ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ ସାହୁ, ଟିବି ଲେବ୍ରେଟରୀ ସୁପରଭାଇଜର ପ୍ରଦେପ୍ କୁମାର ଓଁକାର,ମହିଳା ସ୍ଵାସ୍ଥ୍ୟ କର୍ମୀ ଶର୍ମିଷ୍ଠା ଦାସ, ଲିଲି ଦାସ, ନୟନିକା ପଣ୍ଡା, ପ୍ରଭାତ କୁମାର ପଣ୍ଡା, ସବିତା ବେହେରା, ବେବିରାଣି ଦିଦି ଙ୍କ ସହ ଟିବି ଚମ୍ପିୟାନ ସମସ୍ତ ଆଶା କର୍ମୀ ଉପସ୍ଥିତ ଥିଲେ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *