July 5, 2025
Home » ମୁକୁନ୍ଦ ନଗରବାସୀ ପାନୀୟ ଜଳ ପାଇଁ ହନ୍ତସନ୍ତ

ମୁକୁନ୍ଦ ନଗରବାସୀ ପାନୀୟ ଜଳ ପାଇଁ ହନ୍ତସନ୍ତ

0
puri-pani

ପୁରୀ ସହର ଠାରୁ ଅତି ନିକଟରେ ଥିବା ଗୋପୀନାଥ ପୁର ପଂଚାୟତ ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗର ବାସିନ୍ଦାମାନେ ଦୀର୍ଘ ତିନିବରଷ ଧରି ପାନୀୟ ଜଳ ପାଇବା ପାଇଁ ବିଭିର୍ଣ୍ଣ ଅସୁବିଧାର ସମୁଖୀନ ହେଉଛନ୍ତି, ଗ୍ରାମ୍ୟ ଜଳାଯୋଗାଣ ସଂସ୍ଥା ପକ୍ଷରୁ ପାନୀୟ ଜଳ ଯୋଗେଇଦେବା ପାଇଁ ପାଇପ ବିଛାଇଦେଇ ନିଜର ବିଲ ନେଇଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଉକ୍ତ ଅଂଚଳର ଅର୍ଧେକ ବାସିନ୍ଧା ପାନୀୟ ଜଳ ପାଇବାରୁ ବଞ୍ଚିନ୍ତ ହୋଇଛନ୍ତି.। ଏସମ୍ପର୍କରେ ବାସିନ୍ଦାମାନେ ଜିଲ୍ଲାପାଳ ଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କୁହାଯାଉଛି। ଯେଉଁ କେତକ ବାସିନ୍ଦାଙ୍କ ଘରକୁ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ ସଂଯୋଗ କରାଯାଇଛି ସେମାନେ କାଣୀ ଆଙ୍ଗୁଠି ଭଳି ପାଣି ପାଉଥିବାର ଅଭିଯୋଗ ହେଉଛି, ଏସମ୍ପର୍କରେ ଗ୍ରାମବାସିନ୍ଦା ପକ୍ଷରୁ ଏକ ଦାବିପତ୍ର ୨୮ତାରିଖଦିନ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦିଆଯାଇଛି, ଏକସପ୍ତାହ ମଧ୍ୟରେ ଯଦି ସମାଧାନ ନହୁଏ ତେବେ ଅଂଚଳ ବସି ରାଜରାସ୍ତା କୁ ଓଲ୍ହାଇ ପୁରୀ କୁ ଯିବାକୁ ଥିବା ପ୍ରବେଶ ଦ୍ଵାରକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ମୁକୁନ୍ଦ ମିଶ୍ର ନଗର ବାସିନ୍ଧା ଙ୍କ କମିଟି ର ସଭାପତି ବାବୁଲି ମିଶ୍ର କୁହନ୍ତି…

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *