July 27, 2025
Home » ରୋଲାଣ୍ଡ୍ ଫାର୍ମାସୀ କଲେଜର ବାର୍ଷିକ ଉତ୍ସବ “ଏଲିକ୍ସିର-୨୦୨୫” ଉଦ‌ଯାପିତ

ରୋଲାଣ୍ଡ୍ ଫାର୍ମାସୀ କଲେଜର ବାର୍ଷିକ ଉତ୍ସବ “ଏଲିକ୍ସିର-୨୦୨୫” ଉଦ‌ଯାପିତ

0
bra-farmcy

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ରୋଲାଣ୍ଡ୍ ଫାର୍ମାସୀ କଲେଜର ବାର୍ଷିକ ଉତ୍ସବ “ଏଲି କ୍ସିର-୨୦୨୫ ” ମହାସମାରୋହରେ ଅନୁଷ୍ଠାନର ପ୍ରେକ୍ଷାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ ହସ୍ପିପିଟାଲ୍, (ଶୀତଳାପଲ୍ଲୀ)ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ଓ ସମ୍ମାନିତ ଅତିଥ୍ ଭାବେ ସମ୍ ହସ୍ପିପିଟାଲ, ଶୀତଳାପଲ୍ଲୀର ଅଧୀକ୍ଷକ ଡାକ୍ତର ଅଯୋଧ୍ୟା ନାଥ ପାଢୀ ଏବଂ ବରିଷ୍ଠ ମଧୁମେହ ଓ ଅନ୍ତଃସ୍ରାବୀ ଗ୍ରନ୍ଥି ବିଶେଷଜ୍ଞ ଡାକ୍ତର ସୁନିଲ୍‌ କୁମାର କୋଟା ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଏହି ଉତ୍ସବରେ ଅନୁଷ୍ଠାନର ଚେୟାରପର୍ସନ ଶ୍ରୀମତି ଜେ.ଜୟଲକ୍ଷ୍ମୀ, ନିର୍ଦ୍ଦେଶକ ଡଃ ଜେ.ଶ୍ରୁତି, ଅଧ୍ଯକ୍ଷ ଡଃ ବି ଭି ଭି ରବିକୁମାର, ଉପାଧ୍ଯକ୍ଷ ଡଃ ସି ଏଚ୍. ନିରଞ୍ଜନ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।

ଅଧ୍ୟାପିକା ଐଶ୍ଚର୍ଯ୍ୟା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଏବଂ ଅଧ୍ୟାପିକା ସୁନିତା ପଟ୍ଟନାୟକ ଓ ଅର୍ପିତା ଜେନା ଅତିଥୁମାନଙ୍କର ପରିଚୟ ପ୍ରଦାନ ପ୍ରଦାନ କରିଥିଲେ । ଚେୟାରପର୍ସନ ଶ୍ରୀମତି ଜେ.ଜୟଲକ୍ଷ୍ମୀ ସ୍ବାଗତ ସମ୍ଭାଷଣ ଦେଇଥିଲେ, ନିର୍ଦ୍ଦେଶିକା ଡଃ ଜେ.ଶ୍ରୁତି ରୁତି ସଭାକୁ ସମ୍ବୋଧୂତ କରିଥିଲେ ଏବଂ ଉପାଧ୍ୟକ୍ଷ ଡଃ ସିଏଚ୍. ନିରଞ୍ଜନ ପାତ୍ର ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ନିମନ୍ତ୍ରିତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷାଗ୍ରହଣ ଏବଂ ସାମ୍ପ୍ରତିକ ଚେତନତା ସମେତ ମାନବିକ ମୂଲ୍ୟବୋଧ ପ୍ରତି ସଚେତନ ହେବାପାଇଁ ଉପଦେଶ ଦେଇଥିଲେ । ସମୟରେ ସ୍ବାସ୍ଥ୍ୟ ସଚେସଚେତନା ସମେତ ମାନବିକ ମୂଲ୍ୟବୋଧ ପ୍ରତି ସଚେତନ ହେବା ପାଇଁ ଉପଦେଶ ଦେଇଥିଲେ। ଅନୁଷ୍ଠାନର ବାର୍ଷିକ ପତ୍ରିକା ‘“ରିପସିଜିମ୍’” ନିମନ୍ତ୍ରିତ ଅତିଥୁମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ବିଶ୍ବବିଦ୍ୟାଳୟ ତରଫରୁ ପିଏଚଡି ପ୍ରାପ୍ତ ହୋଇଥିବା ଅଧ୍ୟାପକମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯିବା ସହିତ ବିଭିନ୍ନ ସେମିଷ୍ଟାର୍ ପରୀକ୍ଷା କ୍ଷାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଓ ବିପିୟୁଟି ତଥା ଓଏସବିପି ପରୀକ୍ଷାରେ ସର୍ବୋତ୍‌କୃଷ୍ଟ ଅଙ୍କ ରଖୁଥ‌ିବା ଛାତ୍ରଛାତ୍ରୀମା ମାନଙ୍କୁ ସ୍ଵର୍ଣ୍ଣପଦକ ଦ୍ବାରା ସମ୍ମାନିତ କରାଯାଇଥିଲା । ବିଭିନ୍ନ କ୍ରୀଡ଼ା ତଥା ଅନ୍ୟାନ୍ୟ ପ୍ରତିଯୋଗିତାରେ ଭା ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ରିପୋନୋଭା କ୍ଲବର ସମସ୍ତ ସଦସ୍ଯ ମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଡଃ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଳେ ଥିଲେ । ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *