July 27, 2025
Home » ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ

ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ

0
vlcsnap-2025-05-05-15h06m28s60

ଶେଷ ହୋଇଛି ବୈଠକ,,, କିନ୍ତୁ ବାହାରିଲାନି ନିର୍ଜାସ୍,,,ଅପେକ୍ଷା ଆଇନମନ୍ତ୍ରୀଙ୍କ ପଦକ୍ଷେପକୁ। ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ଯେତିକି ବଢୁଛି ସସପେନ୍ସ ସେତିକି ବଢିବାରେ ଲାଗିଛି। ଦୁଇଦିନର ବୈଠକ ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନଦେଇ ହାତଯୋଡି ଚାଲିଯାଇଛନ୍ତି ବିବାଦରେ ଥିବା ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ନ ଦାସ ମହାପାତ୍ର। ଶ୍ରୀମନ୍ଦିରରୁ ବଳକା ଦାରୁ ନେଇ ମୂର୍ତ୍ତି ପ୍ରତିଷ୍ଠା କରିବା ପ୍ରସଙ୍ଗରେ ଏକ କମିଟି ଗଠନ କରି ସତ୍ୟାସତ୍ୟ ଉନ୍ମୋଚନ କରିବାକୁ କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର। ଅନ୍ୟପଟେ ଜଗନ୍ନାଥ ଧାମ୍ ଲେଖିବାରୁ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚି ଥିବା ସହ ଦାରୁ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଉପସ୍ଥାପନ କରି ଦୋଷୀକୁ ଦଣ୍ଡବିଧାନ କରିବାକୁ କହିଛନ୍ତି ସହରର ବୁଦ୍ଧିଜୀବୀ। ତେଵେ ପଶ୍ଚିମବଙ୍ଗ ବିଜେପି ନେତା ଘଟଣାରେ ମମତାଙ୍କୁ ଦାୟୀ କରିଥିବା ବେଳେ ଆଇନମନ୍ତ୍ରୀଙ୍କ ପଦକ୍ଷେପକୁ ଏବେ ସମସ୍ତଙ୍କ ଅପେକ୍ଷା

ଗତକାଲି ତିନୋଟି ପର୍ଯ୍ୟାୟରେ ବୈଠକ ଓ ଆଜି ଖୋଦ୍ ବିବାଦରେ ଥିବା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସହ ନିଯୋଗର ସଭାପତିଙ୍କ ସହ ଦୀର୍ଘ ଏକଘଣ୍ଟା ବୈଠକ କରି ମାରାଥନ୍ ଜେରା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ପ୍ରାୟ ତିନୋଟି କି ଚାରୋଟି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିବା ବେଳେ ରାମକୃଷ୍ଣଙ୍କ ଅନ୍ଦାଜରୁ ଲାଗୁଛି ପ୍ରତ୍ୟକଟି ଦିଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କୁ ଜେରା କରିଛନ୍ତି।

ପ୍ରଶ୍ନ ନମ୍ବର 1… ଶ୍ରୀମନ୍ଦିରରୁ ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ହୋଇ ଦୀଘାରେ ପ୍ରତିଷ୍ଠା ଘଟଣା କେତେଦୂର ସତ,,,ଏକଥା ରାମକୃଷ୍ନଙ୍କୁ ପଚାରିଛନ୍ତି ମୁଖ୍ୟ ପ୍ରଶାସକ।

ପ୍ରଶ୍ନ ନମ୍ବର 2…ଦୀଘାରେ ଜଗନ୍ନାଥ ଧାମ୍ ଲେଖାଯାଇଥିବା ବେଳେ ଏହାକୁ ସେଠି କାହିଁକି ବିରୋଧ କଲେନାହିଁ ରାମକୃଷ୍ଣ ଦାସ ମହାପାତ୍ର।

ପ୍ରଶ୍ନ……କାହିଁକି ଓ କିଭଳି ପରିସ୍ଥିତିରେ ଦୀଘା ଯାଇ ସେଠାରେ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଥିଲେ ରାମକୃଷ୍ଣ।
ଏଭଳି କିଛି ପ୍ରଶ୍ନକୁ ରାମକୃଷ୍ଣ ସାମ୍ନା କରିଥିବା ବେଳେ ବୈଠକ ମଧ୍ୟରେ କାହାକୁ ଟେଲିଫୋନ ଯୋଗେ କଥାବାର୍ତ୍ତାର ଦୃଶ୍ୟକୁ ନେଇ ସନ୍ଦେହ ଆହୁରି ବଢିଥିଲା। ସେପଟେ ବୈଠକ ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ରାମକୃଷ୍ଣ ଦାସ ମହାପାତ୍ର ଦେଇନଥିବା ବେଳେ ନିଯୋଗର ସଭାପତି କହିଛନ୍ତି ମୁଖ୍ୟ ପ୍ରଶାସକ ଯାହା ପଚାରିଲେ ଆମେ କହିଲୁ,,,ଆଉ ଯାହା ରିପୋର୍ଟ ଆସିବ ଆମେ ସ୍ୱାଗତ କରିବୁ। ଅନ୍ୟପଟେ ବିଭିନ୍ନ ନିଯୋଗର ସଭାପତି ସମ୍ପାଦକଙ୍କୁ ଏହି ପ୍ରସଙ୍ଗରେ ମତାମତ ଦେବାକୁ ମୁଖ୍ୟ ପ୍ରଶାସକ କହିଥିବା ବେଳେ ଦତ୍ତମହାପାତ୍ର ନିଯୋଗ ନିଜ ମତାମତ ଦେଇଛି। ତେବେ ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସେଠାକାର ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ।

ସେପଟେ ଶ୍ରୀମନ୍ଦିରରୁ ବଳକା ଦାରୁ ନେଇ ମୂର୍ତ୍ତି ନିର୍ମାଣ କରି ଦୀଘାରେ ପ୍ରତିଷ୍ଠା କରିବା ପ୍ରତିକ୍ରିୟା ଯୋଗୁଁ ଏବେ ଥାନାରେ ବିବାଦରେ ଛନ୍ଦି ହୋଇଛନ୍ତି ରାମକୃଷ୍ଣ ଦାସ ମହାପାତ୍ର। ଗତକାଲି ଜୟନ୍ତ ଦାସ ନାମକ ଜଣେ ସୂଚନା ଅଧିକାର କର୍ମୀ ଓ ଆଜି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସିଂହଦ୍ଵାର ଥାନାରେ ଦୁଇ ଦୁଇଟି ଏତଲା ଦେଇ ରାମକୃଷ୍ଣଙ୍କ ପାଇଁ ଅଡୁଆ ବଢାଇଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ଭିତରେ ଥିବା ଦାରୁଘର ଅବସ୍ଥା କଣ,,ଦାରୁଘର ଚାବି କାହା ପାଖରେ ଥିଲା,, ବଳକା ଦାରୁ ସମସ୍ତ ସୁରକ୍ଷିତ ଅଛି କି ନାହିଁ ଏ ତମାମ୍ ପ୍ରସଙ୍ଗ ଉପରେ ଏକ କମିଟି ଗଠନ କରି ପ୍ରକୃତ ସତ୍ୟାସତ୍ୟ ଜଣାଇବାକୁ ଦାବି କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର। ସେପଟେ ଘଟଣାର ତଦନ୍ତ କରି ପ୍ରକୃତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସହରର ବୁଦ୍ଧିଜୀବୀ।

ମାରାଥନ୍ ବୈଠକରେ ଝାଳନାଳ ହେଲେ କି ରାମକୃଷ୍ଣ ??? ବୈଠକ ଭିତରେ ମୁଖ୍ୟ ପ୍ରଶାସକଙ୍କୁ ହାତଯୋଡି ନିଜ ଭୁଲ୍ ସ୍ୱଇକାର କଲେ କି ଟିକିପୁଅ। ସେପଟେ ମୁଖ୍ୟ ପ୍ରଶାସକ ଆଇନମନ୍ତ୍ରୀଙ୍କୁ ରିପୋର୍ଟ ଦେବାପରେ ହେବ କି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ,,, ଯାହାକୁ ସମସ୍ତଙ୍କ ଅପେକ୍ଷା।

Leave a Reply

Your email address will not be published. Required fields are marked *