ଏନଏଚ ୪୯ ରେ ବସ ଓ ଟ୍ରକ ମାଧ୍ୟରେ ମର୍ମନ୍ତୁତ ଦୁର୍ଘଟଣା, ୧୧ ଯାତ୍ରୀ ଗୁରୁତର

ଦେବଗଡ, ୦୫/୦୫/୨୦୨୫ (ମଧ୍ୟାହ୍ନ ୧ଟା):ଦେବଗଡ ଟାଉନ ନିକଟସ୍ଥ ବୁକାବେଡା ଏନଏଚ ୪୯ ରେ ଏକ ମାର୍ମନ୍ତିକ ଦୁର୍ଘଟଣା ଘଟିଛି। ପଟେଲ ନାମକ ଏକ ବସକୁ WB 33 F 1612 ନମ୍ବର ଥିବା ଏକ ଦ୍ରୁତ ଗତିର ଟ୍ରକ ପଛପଟରୁ ଧକ୍କା ଦେଇଥିଲା। ଏହି ଘଟଣାରେ ପ୍ରାୟ ୨୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି, ଯାହାରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର।
ଆହତମାନେ ମଧ୍ୟରୁ ୬ ଜଣ ମହିଳା ଓ ୫ ଜଣ ପୁରୁଷଙ୍କୁ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ୫-୬ଟି ଆମ୍ବୁଲାନ୍ସ ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ସମ୍ବାଦ ପାଇଁ ଜିଲ୍ଲାପାଳ, ଉପଜିଲ୍ଲାପାଳ, CDMO, ଆଇଆଇସି ଓ ସ୍ଥାନୀୟ ସମାଜସେବୀମାନେ ଘଟଣାସ୍ଥଳକୁ ପହଞ୍ଚି ଆହତମାନେ ଙ୍କୁ ସହଯୋଗ ଦେଇଛନ୍ତି। ଦେବଗଡ ଜିଲ୍ଲା ପୋଲିସ ଏହି ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି। ଏହି ଦୁଃଖଦ ଘଟଣା ଦେବଗଡ ଜିଲ୍ଲାରେ ଚଞ୍ଚଳତା ସୃଷ୍ଟି କରିଛି l
ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।