July 5, 2025
Home » ବେନିଫିସିଏସନ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ପରିବେଶିୟ ମଞ୍ଜୁରୀ ଜନଶୁଣାଣି** *ବି.ଏଚ.କ୍ୟୁ ବେନିଫିକେସନ ପ୍ଲାଣ୍ଟ ପ୍ରତିଷ୍ଠା ପ୍ରସ୍ତାବ କୁ ପୂର୍ଣ୍ଣ  ସମର୍ଥନ*

ବେନିଫିସିଏସନ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ପରିବେଶିୟ ମଞ୍ଜୁରୀ ଜନଶୁଣାଣି** *ବି.ଏଚ.କ୍ୟୁ ବେନିଫିକେସନ ପ୍ଲାଣ୍ଟ ପ୍ରତିଷ୍ଠା ପ୍ରସ୍ତାବ କୁ ପୂର୍ଣ୍ଣ  ସମର୍ଥନ*

0
WhatsApp Image 2025-05-07 at 1.41.38 PM

  ଯୋଡ଼ା – କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ଅନ୍ତର୍ଗତ ଉଚ୍ଚବାଲି ଗ୍ରାମରେ ଇନ୍ଦ୍ରାଣୀ ପଟନାୟକ ଲୌହ ଓ ମାଙ୍ଗାନିଜ ଖଣି ର ଲିଜ ଅଞ୍ଚଳରେ            ୪ ଏମ.ଟି.ପି.ଏ କ୍ଷମତା ବିଶିଷ୍ଟ ବି.ଏଚ.ଯେ/ ବି.ଏଚ.କ୍ଯୁ  ବେନିଫିସିଏସନ କାରଖାନା ସ୍ଥାପନ ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକ ପରିବେଶିୟ ମଞ୍ଜୁରୀ ଜଣାଶୁଣାଣି  ମଙ୍ଗଳବାର ଦିନ ତା ୬/୦୫/୨୦୨୫ ରିଖ  ଦିବା୧୧ ଘଟିକା ରେ ଅନୁଷ୍ଠିତ ହୋଇଥିଲା। ତେବେ ଏହି କାରଖାନା ଟି ମୋଟ ୧୦୬.୧୧ହେକ୍ଟର କ୍ଷେତ୍ରଫଳ ଉପରେ ନିର୍ମାଣ ହେବ ବୋଲି ଜଣାପଡିଛି।  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧୀନ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରଶାନ୍ତ କୁମାର କର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଜଣାଶୁଣାଣି କାର୍ଯ୍ୟକ୍ରମ ରେ କାରଖାନା ଦ୍ୱାରା ପ୍ରଭାବିତ ହେବାକୁ ଥିବା ପଳଶା ଓ ବଳଦା ପଂଚାୟତ ର ଶତାଧିକ ପୁରୁଷ ମହିଳା ଉପସ୍ଥିତ ରହିଥିବା ବେଳେ କାରଖାନା ସ୍ଥାପନ ନିମନ୍ତେ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଏହି ଜଣାଶୁଣାଣି କାର୍ଯ୍ୟକ୍ରମ ରେ  ୨୭ ନମ୍ବର ଜନ ଜିଲ୍ଲା ପରିଷଦ ସଦସ୍ୟ  ସୁକୁମାରୀ ଦେହୁରୀ ପୁର୍ବତନ ସଦସ୍ୟା  ବାସୁଦେବ ନାଏକ,  ପଲସା ସରପଞ୍ଚ ଅରୁଣ ମୁଣ୍ଡା, ବଳଦା ସରପଞ୍ଚ ବରୁଣ ନାଏକ ,  ଉପସ୍ଥିତ ରହି ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସ୍ଥାନୀୟ ଲୋକଙ୍କୁ  କାରଖାନା ରେ ନୁଯୁକ୍ତି, କାରଖାନା ରେ ବ୍ୟବହୃତ କଞ୍ଚାମାଲ ର ପରିବହନ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇ ନିଜର ସମର୍ଥନ ଜଣାଇଥିଲେ, କମ୍ପାନୀ ମଧ୍ୟ ସ୍ଥାନୀୟ ଜନସାଧାରଣ ସମସ୍ତ ସର୍ତ୍ତ କୁ ଅଗ୍ରାଧିକାର ଦେଇ ସମସ୍ତ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କେନ୍ଦୁଝର ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରଶାନ୍ତ କୁମାର କର ଉପସ୍ଥିତ ରହି ଜନସାଧାରଣ ଙ୍କ ସମସ୍ତ ଦାବି ଓ ସମର୍ଥନ କୁ ଦେଖି ଶୁଣି ତାହା ଲିଖିତ ଓ ଭିଡିଓ କରି ରଖି କାର୍ଯ୍ୟକ୍ରମ କୁ ସାରିଥିଲେ,ଇନ୍ଦ୍ରାଣୀ ପଟନାୟକ କମ୍ପାନୀ ଏହି କାରଖାନା ପ୍ରତିଷ୍ଠା କରି ଖଣି ରେ ଥିବା ନିମ୍ନ ମାନର ଖଣିଜ କୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରଣାଳୀରେ ଉଚ୍ଚମାନର ଖଣିଜ ରେ ପରିବର୍ତନ କରି ବଜାର ରେ ଛାଡିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହି କାରଖାନା ରେ ମୋଟ ୨୫୦ ଜଣ କର୍ମଚାରୀ ନିଯୁକ୍ତି ହୋଇପାରିବେ ବୋଲି କମ୍ପାନୀ ପକ୍ଷରୁ ଜଣାପଡିଛି।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।

Leave a Reply

Your email address will not be published. Required fields are marked *