July 27, 2025
Home » ଭାରତୀୟ ସେନା ଆରମ୍ଭ ହେଲା ଅପରେସନ ସିନ୍ଦୂର

ଭାରତୀୟ ସେନା ଆରମ୍ଭ ହେଲା ଅପରେସନ ସିନ୍ଦୂର

0
WhatsApp Image 2025-05-07 at 10.51.08 AM

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଭାରତ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଯେଉଁଥିରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆକ୍ରମଣ ସହିତ, ଭାରତ ଗତ ମାସରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଭାରତୀୟ ସେନା ଏହାକୁ ଅପରେସନ ସିନ୍ଦୂର ନାମ ଦେଇଛି। ଏହି ଅପରେସନ୍ ସଶସ୍ତ୍ର ବାହିନୀର ତିନୋଟି ଶାଖା- ସ୍ଥଳସେନା, ବାୟୁସେନା ଏବଂ ନୌସେନା ମିଳିତ ଭାବରେ କରିଥିଲେ। ଆକ୍ରମଣ ପରେ ଭାରତୀୟ ସେନା ତାର ବିବୃତ୍ତିରେ କହିଛି ଯେ ଏହି ଆକ୍ରମଣ ଭାରତ ମାଟିରୁ କରାଯାଇଥିଲା ଏବଂ ଏଥିରେ ପାକିସ୍ତାନରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଭାରତ ଏହି ଅପରେସନରେ ଆତ୍ମଘାତୀ କିମ୍ବା କାମିକେଜ ଡ୍ରୋନ ବ୍ୟବହାର କରିଛି, ଯାହା ଗୁପ୍ତ ଭାବରେ ସେମାନଙ୍କର ଲକ୍ଷ୍ୟକୁ ଧ୍ୱଂସ କରିପାରିବ।

ଆତ୍ମଘାତୀ ଡ୍ରୋନଗୁଡ଼ିକ କ’ଣ?
ଆତ୍ମହତ୍ୟା ବା ସୁସାଇଡ ଡ୍ରୋନକୁ LMS ଅର୍ଥାତ୍ Loitering Munition Systems ଡ୍ରୋନ କିମ୍ବା ଆତ୍ମଘାତି ବା କାମିକେଜ ଡ୍ରୋନ ମଧ୍ୟ କୁହାଯାଏ। ଏହା ଏକ ଅସ୍ତ୍ର ବହନକାରୀ ଡ୍ରୋନ ଯାହା ଗତିଶୀଳ ରହିବା ପାଇଁ ଡିଜାଇନ୍ କରାଯାଇଛି। ଏହା ଲକ୍ଷ୍ୟସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଘୂର୍ଣ୍ଣନ ଜାରି ରଖେ। ଲକ୍ଷ୍ୟ ସ୍ଥିର ହେବା ପରେ ଏହି ଡ୍ରୋନଗୁଡ଼ିକ ବିସ୍ଫୋରଣ ହୁଏ।

ଏହି ଡ୍ରୋନର ବିଶେଷ କଥା ହେଉଛି ଏହା ଲୁଚି ରହି ଟାର୍ଗେଟ ଉପରେ ଆକ୍ରମଣ କରିପାରିବ। ଏଗୁଡ଼ିକ ଅଳ୍ପ ସମୟ ପାଇଁ ଉଭା ହୁଏ ଏବଂ କୌଣସି ଉଚ୍ଚ ମୂଲ୍ୟର ଯୁଦ୍ଧାସ୍ତ୍ର ବ୍ୟବହାର ନକରି ଲକ୍ଷ୍ୟଭେଦ କରିପାରିବ। ଏହି ଆତ୍ମଘାତୀ ଡ୍ରୋନର ଉଡ଼ାଣ ମଝି ରାସ୍ତାରେ ପରିବର୍ତ୍ତନ କିମ୍ବା ବାତିଲ କରାଯାଇପାରିବ।

ଏହା କେବେଠାରୁ ବ୍ୟବହାର ହୋଇଆସୁଛି?
LMS ବା ଆତ୍ମଘାତୀ ବୋମା ବୋଝେଇ ଏହି ଡ୍ରୋନଗୁଡ଼ିକ ପ୍ରଥମେ ୧୯୮୦ ଦଶକରେ ଅସ୍ତିତ୍ୱ ପାଇଥିଲା। ଏଗୁଡ଼ିକ ଶତ୍ରୁ ବାୟୁ ପ୍ରତିରକ୍ଷା (SEAD) ଦମନ ପାଇଁ ବ୍ୟବହୃତ ହେଉଥିଲା। ୧୯୯୦ ଦଶକରେ ଅନେକ ସେନା ଏହି ଆତ୍ମଘାତୀ ଡ୍ରୋନ ବ୍ୟବହାର କରିବା ଆରମ୍ଭ କରିଥିଲେ। ୨୦୦୦ ଦଶକର ପ୍ରାରମ୍ଭରେ ଏହି ଆତ୍ମଘାତୀ ଡ୍ରୋନର ଭୂମିକା ବିସ୍ତାରିତ ହୋଇଥିଲା। ସେମାନେ ଦୂରଗାମୀ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲେ। ଏହି ଡ୍ରୋନଗୁଡ଼ିକର ଆକାର ଏତେ ଛୋଟ ଯେ ଏଗୁଡ଼ିକୁ ସହଜରେ ଏକ ବ୍ୟାକପ୍ୟାକରେ ଫିଟ୍ କରାଯାଇପାରିବ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *