July 1, 2025
Home » ‘ଅପରେସନ ସିନ୍ଦୂର’ ଉପରେ ନଜର ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି

‘ଅପରେସନ ସିନ୍ଦୂର’ ଉପରେ ନଜର ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି

0
WhatsApp Image 2025-05-07 at 10.56.07 AM

ନୂଆଦିଲ୍ଲୀ: ରାତି ଅଧରେ ପାକିସ୍ତାନ ଉପରେ ଭାରତ ଏୟାର ଷ୍ଟ୍ରାଇକ୍ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣର ନାଁ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ମିଶନରେ ପ୍ରଧାନମନ୍ତ୍ରୀ ମୋଦି ରାତିସାରା ନଜର ରଖିଥିଲେ।

ପହଲଗାମ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ସୁରକ୍ଷା ବାହିନୀ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ଏଥିରେ ଜୈଶ-ଏ-ମହମ୍ମଦର ଆଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଛି। କୁହାଯାଉଛି ଏହି ଆକ୍ରମଣରେ ୯୦ ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିପାତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏୟାର ଷ୍ଟ୍ରାଇକ ପୂର୍ବରୁ ଅନେକ ବୈଠକ କରିଥିଲେ ସେ ସମସ୍ତ କାର୍ଯ୍ୟ ଉପରେ ନଜର ରଖିଥିଲେ। ପ୍ରତିରକ୍ଷା ବିଭାଗ ମୁଖ୍ୟ, ବରିଷ୍ଠ ଗୁଇନ୍ଦା ଅଧିକାରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କୁ ନିରନ୍ତର ଏନେଇ ସୂଚନା ଦେଉଥିଲେ। ମଙ୍ଗଳବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇ ବୁଧବାର ଭୋର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ସ୍ଥଳସେନା, ନୌସେନା ଏବଂ ବାୟୁସେନା ମୁଖ୍ୟଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଥିଲା।

ପହଲଗାମ ଆକ୍ରମଣ ପରଦିନ ହୋଇଥିବା ଗୁଇନ୍ଦା ଆକଳନ ପରେ ‘ଅପରେସନ ସିନ୍ଦୂର’ ଯୋଜନା କରାଯାଇଥିବା ସୂତ୍ରରୁ ଜଣାପଡିଛି। ଭାରତୀୟ ବାୟୁସେନା କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିନଥିଲା। ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା ଏବଂ କାର୍ଯ୍ୟକାରୀ କରିବା ପାଇଁ ବ୍ୟବହୃତ ଭିତ୍ତିଭୂମି ଉପରେ ବିଶେଷ ଭାବରେ ଆକ୍ରମଣ କରାଯାଇଥିଲା। ପାକିସ୍ତାନରେ ଆତଙ୍କବାଦ ବିରୋଧରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ପରେ ସାରା ବିଶ୍ବକୁ ଅବଗତ କରିଛି ଭାରତ। ଆମେରିକା, ବ୍ରିଟେନ, ରୁଷିଆ, ସାଉଦି ଆରବକୁ ଜଣାଇଛି। ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଅବଗତ କରାଇଛନ୍ତି ଏନଏସଏ ଅଜିତ ଡୋଭାଲ ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *