July 1, 2025
Home » ଅପରେସନ ସିନ୍ଦୂର ର ସଫଳତା ପରେ ଦିବ୍ୟ ଉର୍ଜା ଯୋଗ ସମିତି ପକ୍ଷରୁ ବିଜୟ ଶୋଭାଯାତ୍ରା l

ଅପରେସନ ସିନ୍ଦୂର ର ସଫଳତା ପରେ ଦିବ୍ୟ ଉର୍ଜା ଯୋଗ ସମିତି ପକ୍ଷରୁ ବିଜୟ ଶୋଭାଯାତ୍ରା l

0
WhatsApp Image 2025-05-08 at 1.36.08 PM

ସୁବର୍ଣ୍ଣପୁର— ଗତ କାଲି ରାତି ରେ ଜାତି ସଂଘ ଆଇନ୍ ବିରୋଧୀ ତଥା ଆତଙ୍କି ଦେଶ ପାକିସ୍ତାନ ଉପରେ ଭାରତୀୟ ବୀର ବାୟୁ ସେନାର ଅପରେସନ ସିନ୍ଦୂର ର ସଫଳତା ପରେ ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ଦିବ୍ୟ ଉର୍ଜା ମହିଳା ଯୋଗ ସେବା ସମିତି ପକ୍ଷରୁ ରାମଜୀ ମନ୍ଦିର ପ୍ରାଙ୍ଗଣ ରେ ବିଜୟ ଉତ୍ସବ ପାଳନ କରାଯାଇଛି। ସେହିପରି ସ୍ମାର୍ଟ ପାର୍କ ଠାରେ ମଧ୍ୟ ଦିବ୍ୟ ଉର୍ଜା ଯୋଗ ସମିତି ପକ୍ଷରୁ ଏହି ଅବସର ରେ ଆଜି ଏକ ବିଜୟ ଉତ୍ସବ ପାଳନ କରାଯାଇଛି।

ଭାରତର ସେନା ଙ୍କ ଅଦମ୍ୟ ସାହସ କୁ ସଂଗଠନ ସଭାପତି ଗୋପାଳ ନେଗୀ, ମହିଳା ସମିତି ର ଅନିତା ମେହେର, ଯୋଗ ଗୁରୁ ମନୋଜ ପଣ୍ଡା ପ୍ରଶଂସା କରିଥିଲେ ଓ ଭାରତୀୟ ନାରୀ ଙ୍କ ସିନ୍ଦୂର ପୋଛି ଥିବା ସିନ୍ଦୂର ଉଜାଡ଼ିଥିବା ଆତଙ୍କ ବାଦୀ ଙ୍କ ୯ ଟି ଆଡ୍ଡା ଉପରେ ଭାରତୀୟ ସେନା ଆକ୍ରମଣ କରି ଶହ ଶହ ଆତଙ୍କବାଦୀ ଙ୍କୁ ନିପାତ କରି ମୁହଁ ତୋଡ ଜବାବ ଦେଇଛି ଓ ସିନ୍ଦୂର ଅପରେସନ ସଫଳ କରିଛି ବୋଲି ପ୍ରକାଶ କରିଛନ୍ତି l ଏହି ସମୟରେ ଦେଶର ଏକତା ଓ ଅଖଣ୍ଡତା ସକାଶେ ରାଷ୍ଟ୍ର ର ହିତ ତଥା ସଦ ଭାବନା ଜାଗ୍ରତ କରିବା ସକାଶେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *