ମାଲକାନଗିରି ଜିଲ୍ଲାରେ ୧୦.୦୫.୨୦୨୫ରେ ହେବ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମାଲକାନଗିରି : ଜାତୀୟ ଆଇନସେବା ପ୍ରାଧ୍ଵକରଣ ଓ ରାଜ୍ୟ ଆଇନସେବା ପ୍ରାଧୁକରଣ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟାଳୟ ଦ୍ଵାରା ଆସନ୍ତା ୧୦ ମେ ମାସ, ୨୦୨୫ ତାରିଖ ଶନିବାର ଦିନ ଜିଲ୍ଲା ଆଇନସେବା ପ୍ରାଧୁକରଣ, ମାଲକାନଗିରି ସମେତ ମୋଟୁ, କୁଡୁମୁଲୁଗୁମ୍ମା, ମାଥୁଲି କୋର୍ଟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏଥୁରେ
ବିଚାରଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ,ଚେକ ବାଉନ୍ସ ବ୍ୟାଙ୍କ ଗୁଣ, ମୋଟର ଦୁର୍ଘଟଣା ଜନିତ, ଶ୍ରମ ଓ
ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଜନିତ ମାମଲା, ବୈବାହିକ ବିବାଦ, ଜମି ଅଧୁଗ୍ରହଣ, ଚାକିରି ସମ୍ବନ୍ଧୀୟ ମାମଲା ସଙ୍ଗେ ସଙ୍ଗେ ପ୍ରାକ-ମକଦ୍ଦମା ସ୍ତରୀୟ ବିବାଦର ମଧ୍ୟ ଅପୋଷ ସହମତିରେ ଏବଂ ବିନା ଆର୍ଥିକ
ବ୍ୟୟ ରେ ସମାଧାନ କରାଯାଇ ପାରିବ । ତେଣୁ ଏହି ଲୋକ ଅଦାଲତ ମାଧ୍ୟମରେ ଉପରୋକ୍ତ ଜଡିତ ମାମଲାର ଶୀଘ୍ର ଏବଂ ବିନା କୌଣସି ଆର୍ଥିକ ବ୍ୟୟରେ ସମାଧାନ ନିମନ୍ତେ ଭାଗ ନେବା ପାଇଁ ଜିଲ୍ଲା ଆଇନସେବା ପ୍ରାଧୁକରଣ,
ମାଲକାନଗିରି ଓ ତାଲୁକ ଆଇନସେବା କମିଟି, ମୋଟୁ ପକ୍ଷରୁ ସୂଚନା ଦିଆ ଯାଇଛି । ଜିଲ୍ଲା ଦୌରା ଜଜ ଡାଃ ପ୍ରସନ୍ନ
କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଲୋକ ଅଦାଲତ ହେବ ବୋଲି ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧୁକରଣର ସଚିବ ଶ୍ରୀମତୀ ସୁଶ୍ରୀ ସଂଗୀତା ପାତ୍ର ସୂଚନା ଦେଇଛନ୍ତି ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ