December 31, 2025
Home » ନିଖିଳ ଓଡ଼ିଶା ଏସ ସି ସଂଗଠନ ର ବୈଠକ ଅନୁଷ୍ଠିତ

ନିଖିଳ ଓଡ଼ିଶା ଏସ ସି ସଂଗଠନ ର ବୈଠକ ଅନୁଷ୍ଠିତ

0
WhatsApp Image 2025-05-10 at 11.47.28 AM

ସୁବର୍ଣ୍ଣପୁର– ନିଖିଳ ଓଡ଼ିଶା ଅନୁସୂଚିତ ଜାତି ସଂଗଠନ ( All Odisha Scheduled Caste Organisation ) ର ଗୁରୁତ୍ତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ସଭାପତି ଇଂ. ଅଲେଖ ଚନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସଂଗଠନର ମୁଖ୍ୟ ଉପଦେଷ୍ଟା ଭଜମନ ବେହେରା ଯୋଗଦେଇ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୂର୍ବତନ ବିଧାୟକ ତଥା ସଂଗଠନର ମୁଖ୍ୟ ସଂଯୋଜକ ତାପସ କୁମାର ଦାସ ଯୋଗଦେଇ ଓଡିଶାର ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ( KDK ) ମାନଙ୍କୁ ସଂପୂର୍ଣ୍ଣ ଭାବେ ଅନୁସୂଚିତ ଜାତି ତାଲିକାରୁ ହଟାଇବାକୁ ବିଶେଷ କରି ଦୁଇଟି ଦିଗ ଉପରେ ସାମ୍ବିଧାନିକ ଅଧିକାର ତଥା ହକ୍ ପାଇଁ ଲଢେ଼ଇ କରିବାକୁ ଆଲୋକପାତ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ଏବଂ ରାଜ ରାସ୍ତାରେ ଲଢେ଼ଇ କରିବା ସକାଶେ ସବିଶେଷ ନିର୍ଣ୍ଣାୟକ ନିଷ୍ପତ୍ତି ଗ୍ରହଣ କରିବା ସହିତ ଆଗାମୀ ଦିନର କାର୍ଯ୍ୟ ଖସଡ଼ା ନିର୍ଦ୍ଧାରଣ ସକାଶେ ଚଳିତ ମଇ ମାସ ୨୧ ବୁଧବାର ଦିନ ବଲାଙ୍ଗିର ଠାରେ ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଡାଙ୍ଗ , ଲକ୍ଷ୍ମଣ ଭରାସାଗର , ଉପ ସଭାପତି ସୁରେଶ ଚନ୍ଦ୍ର ନାୟକ , ସାଧାରଣ ସମ୍ପାଦକ ଧନଞ୍ଜୟ ଦୀପ , ସଂପାଦକ ପ୍ରମୋଦ କୁମାର ସୁନା , କାର୍ଯ୍ୟାଳୟ ସଂପାଦକ ସୁନାକର ବେହେରା , ବରିଷ୍ଠ ଆଇନଜୀବୀ ନାଗାର୍ଜୁନ ସେଠୀ , ଶିବ ପ୍ରସାଦ ମଲ୍ଲିକ , ବରିଷ୍ଠ ସମାଜସେବୀ ବିଷ୍ଣୁ ଚରଣ ମଲ୍ଲିକ , କଳ୍ପତରୁ ମଲ୍ଲିକ , ମିହିର ରଂଜନ ସେଠୀ , ଅକ୍ଷୟ ମଲ୍ଲିକ , ଧନେଶ୍ଵର ନାଗ , ଖଦାଳ ସେଠୀ , ଚୈତନ୍ୟ ପାଇକ , ଦୀନବନ୍ଧୁ ମଲ୍ଲିକ , ବୈଦ୍ୟନାଥ ମହାନନ୍ଦିଆ , ଅମୀୟ ମଲ୍ଲିକ , ଗରିବ ବାଗ , ଅନେଶ ଚନ୍ଦ୍ର ବେହେରା , ଦୀପକ ଦାସ , ମୂରଲୀ ବାଗ , ଅଭିମନ୍ୟୁ ସେଠୀ , ଶତ୍ରୁଘ୍ନ ଭୋଇ , ପୀତାମ୍ବର ବାଗ , ଦିବ୍ୟରାଜ୍ ସୁନା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *