February 11, 2026
Home » ଭୀମଭୋଇ ମୂର୍ତ୍ତି ସ୍ଥାପନକୁ ନେଇ ଜିଲ୍ଲାପାଳଙ୍କୁ ଜିଲ୍ଲା ସାମ୍ବାଦିକ ସଂଘର ଚିଠି

ଭୀମଭୋଇ ମୂର୍ତ୍ତି ସ୍ଥାପନକୁ ନେଇ ଜିଲ୍ଲାପାଳଙ୍କୁ ଜିଲ୍ଲା ସାମ୍ବାଦିକ ସଂଘର ଚିଠି

0
WhatsApp Image 2025-05-10 at 1.29.21 PM

ସୁବର୍ଣ୍ଣପୁର–ସୁବର୍ଣ୍ଣପୁର ଭୀମଭୋଇ ଛକରୁ ଦୀର୍ଘ ଦିନ ହେଲା ରାସ୍ତା ପ୍ରଶସ୍ତିକରଣ ନାମରେ ସନ୍ଥକବି ଭୀମଭୋଇଙ୍କ ମୂର୍ତ୍ତିଟିକୁ ଉଠାଇ ନେଇ ଅନ୍ୟତ୍ର ଅସମ୍ମାନଜନକ ସ୍ଥିତିରେ ରଖାଯାଇଥିବା ହେତୁ ସର୍ବ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇ ଆସୁଛି I ଏହାର ପୁନଃ ପ୍ରତିଷ୍ଠା ପାଇଁ ସୁବର୍ଣ୍ଣା ନାରୀ ଜାଗରଣ ତଥା ଅନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଗଣ ଧାରଣା ଭଳି ଆନ୍ଦୋଳନାତ୍ମକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇ ସାରିଛି Iତଥାପି ସମସ୍ୟାର ସମାଧାନ ହୋଇ ପାରୁ ନାହିଁ I ଏବେ ବିଶ୍ବସ୍ତ ସୂତ୍ରରୁ ଶୁଣିବାକୁ ମିଳୁଛିଯେ ସୁବର୍ଣ୍ଣପୁର ସଂସ୍କୃତି ଭବନ ପରିସରରେ ଉକ୍ତ ମୂର୍ତ୍ତି ପ୍ରତିଷ୍ଠା ପାଇଁ କୁଆଡେ ମସୁଧା ହେଉଛି I ଏହା ହେଲେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଭାବାବେଗ ପ୍ରତି ଚରମ କୁଠାରାଘାତ ହେବ ବୋଲି ମତ ପ୍ରକାଶ ପାଉଛି I କାରଣ ଉକ୍ତ ମୂର୍ତ୍ତିଟି ଜିଲ୍ଲାର ସାଧାରଣ ଜନତାଙ୍କ ଆଗ୍ରହ ଓ ସହଯୋଗକ୍ରମେ ତତକାଳୀନ ଜିଲ୍ଲାପାଳ ଡ. ପ୍ରଫୁଲ୍ଲ କୁମାର ଚାଉଳିଆଙ୍କ କାର୍ଯ୍ୟକାଳ ସମୟରେ ପ୍ରତିଷ୍ଠା କରାଯାଇଥିଲା I ଉକ୍ତ ମୂର୍ତ୍ତି ଉପରେ ସ୍ଥାନୀୟ ପ୍ରଶାସନର କୌଣସି କର୍ତ୍ତୁତ୍ବ ନାହିଁ I ତେଣୁ ସମଗ୍ର ଜିଲ୍ଲାବାସୀଙ୍କ ମନସ୍ତାତ୍ତ୍ବିକ ଦୃଷ୍ଟିକୋଣ ଓ ଆଗ୍ରହକୁ ସମ୍ମାନ ଜଣାଇ ସନ୍ଥକବି ଭୀମଭୋଇଙ୍କ ମୂର୍ତ୍ତିଟି ଯେଉଁ ଛକରେ ପ୍ରତିଷ୍ଠିତ ହୋଇଥିଲା ସେହିଠାରେହିଁ ପୁନଃ ସ୍ଥାପିତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କୁ ଲିଖିତ ଭାବେ ଅନୁରୋଧ କରାଯାଇଛି ଏବଂ ଏହି ପ୍ରତିଷ୍ଠା କାର୍ଯ୍ୟ ଆସନ୍ତା 12ତାରିଖ ଭୀମଭୋଇ ଜୟନ୍ତୀ ଦିବସ ପୂର୍ବରୁ ସଂପନ୍ନ ହେବା ଉଚିତ ବୋଲି ଚିଠିରେ ନିବେଦନ କରାଯାଇଛି ବୋଲି ସଂଘର ସଭାପତି ଗୋରେଖନାଥ ସାହୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *