July 1, 2025
Home » ଓଡିଶା ଅମେଚ୍ୟୁର ବକ୍ସିଂ ଆସୋସିଏସନ୍ ଓଡ଼ିଶାର ବକ୍ସର ଅଖିଳେଶଙ୍କ ପାଟନା ଯାତ୍ରା

ଓଡିଶା ଅମେଚ୍ୟୁର ବକ୍ସିଂ ଆସୋସିଏସନ୍ ଓଡ଼ିଶାର ବକ୍ସର ଅଖିଳେଶଙ୍କ ପାଟନା ଯାତ୍ରା

0
WhatsApp Image 2025-05-11 at 12.30.03 PM

ଚଳିତ ମାସ ୧୦ ତାରିଖଠାରୁ ଆରମ୍ଭ ହେବାକୁ ଥିବା ୟୁଥ୍ ଖେଲୋ ଇଣ୍ଡିଆ ଗେମ୍ସ -୨୦୨୫ ବିହାର ରାଜ୍ୟର ପାଟନା ସହରର ରେଲୱେ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ପକ୍ଷରୁ ୯୦ରୁ ଉର୍ଦ୍ଧ କେଜି ବିଭାଗରେ ଅଖିଳେଶ ବେହେରା ତଥା ମ୍ୟାନେଜର ସେକଣ୍ଡ ଭାବେ ବିପିନି ଗୌଡ଼ ଯାତ୍ରା କରିଛନ୍ତି। ଅଖିଳେଶ ବେହେରା ଗତ ୟୁଥ୍ ନେସନାଲ ବକ୍ସିଂ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ବୋଲି ବକ୍ସିଂ ଫେଡ୍ରେସନ ଅଫ ଇଣ୍ଡିଆ ର ଉପସଭାପତି ତଥା ଓଡିଶା ଅମେଚ୍ୟୁର ବକ୍ସିଂ ଆସୋସିଏସନ୍ ର ସମ୍ପାଦକ ଶ୍ରୀ ଅନିଲ ବୋହିଦାର ଜଣାଇବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ଏହି ପ୍ରତିଯୋଗୀତା ଚଳିତ ମାସ ୧୦ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଯାତ୍ରା କୁ ନେଇ ଶ୍ରୀ ଆଶୀର୍ବାଦ ବେହେରା, ଶ୍ରୀ ଅଭିଜିତ ପାଳ, ଶ୍ରୀ ସଞ୍ଜୟ ବେହେରା, ଶ୍ରୀ ଅଶୋକ ସାହୁ, ସଭାପତି ରଘୁନାଥ ପାଢ଼ୀ, କେ ,ପ୍ରଭାକର ରାଓ, ଅଞ୍ଜନ ଦାସ, ଏସ,ଏନ, ନାୟକ, ନଳିନୀକାନ୍ତ ମହାନ୍ତି, ଶିବରାମ ପାତ୍ର, ବାବୁ ପାତ୍ର, ରବି ଶଙ୍କର ପ୍ରତିହାରୀ, ଶ୍ରୀମତୀ ମମତା ପଣ୍ଡା ଙ୍କ ସମେତ ରାଜ୍ୟର ସମସ୍ତ ବକ୍ସର, ବକ୍ସିଂ କୋଚ୍, ଓଏବିଏ, ର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଆନ୍ତର୍ଜାତୀୟ ରେଫରି ତଥା ସ୍ଥାନୀୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଅଖିଳେଶ ବେହେରା ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ଆନ୍ତର୍ଜାତୀୟ ରେଫରି ତଥା ସ୍ଥାନୀୟ କୋଚ୍ ଶିଶିର କୁମାର ପାଣିଗ୍ରାହୀ ଙ୍କ ଠାରୁ ତାଲିମ୍ ଗ୍ରହଣ କରିଛନ୍ତି।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *