November 13, 2025
Home » ବୁଦ୍ଧ ପୂର୍ଣ୍ଣିମାରେ ବୁଦ୍ଧଙ୍କୁ ଭୁଲିଗଲା ଜିଲ୍ଲା ପ୍ରଶାସନ l

ବୁଦ୍ଧ ପୂର୍ଣ୍ଣିମାରେ ବୁଦ୍ଧଙ୍କୁ ଭୁଲିଗଲା ଜିଲ୍ଲା ପ୍ରଶାସନ l

0
WhatsApp Image 2025-05-13 at 9.53.53 AM

ସୁବର୍ଣ୍ଣପୁର —ଭଗବାନ ବୁଦ୍ଧଙ୍କ ନାମରେ ବୌଦ୍ଧ ଜିଲ୍ଲା ନାମିତ । ବୌଦ୍ଧ ଜିଲ୍ଲାର ନାମକରଣକୁ ଚରିତାର୍ଥ କରିବା ସକାଶେ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ପ୍ରତ୍ୟେକ ପ୍ରବେଶ ଦ୍ଵାର ତଥା ପ୍ରମୁଖ ସ୍ଥାନମାନଙ୍କରେ ସୁନ୍ଦର ତଥା ବିରାଟକାୟ ବୁଦ୍ଧ ମୂର୍ତ୍ତି ମାନ ସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ଅବସର ପରେ ପରବର୍ତ୍ତି ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇ ନ ଥିଲେ। ଅଦ୍ୟାବଧି ପ୍ରାୟ ସମସ୍ତ ମୂର୍ତ୍ତି ଖୋଲା ଆକାଶ ତଳେ ମୁକୁଳା ହୋଇ ରହିଛି।


କୌଣସି ମହାପୁରୁଷଙ୍କ ଜୟନ୍ତୀ ପାଳନକୁ ଜିଲ୍ଲା ପ୍ରଶାସନ ତତ୍ପରତା ସହ କରୁଥିବାବେଳେ ଯାହାଙ୍କ ନାମରେ ଜିଲ୍ଲା ନାମିତ ସେଇ ଭଗବାନ ବୁଦ୍ଧଙ୍କୁ ପ୍ରଶାସନ ତାଙ୍କ ଜୟନ୍ତୀ ଦିବସରେ ମଧ୍ୟ ଗୁରୁତ୍ବ ଦେଇ ନ ଥିବା ଦେଖିବାକୁ ମିଳିଛି। ଏନେଇ ସାଧାରଣ ରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାର ଅନ୍ୟ ସ୍ଥାନ ପରି ମନମୁଣ୍ଡା ତେଲନଦୀ ସେତୁ କଡରେ ପୂର୍ବତନ ଜିଲ୍ଲାପାଳ ଶ୍ରୀ ମିଶ୍ର ଏକ ବିରାଟକାୟ ବୁଦ୍ଧ ମୁର୍ତ୍ତି ସ୍ଥାପନ କରିବା ସହ ‘ ବୁଦ୍ଧ ପାର୍କ ‘ ନିର୍ମାଣ କରିଥିଲେ । ଯାହାକି ଅଧପନ୍ତରିଆ କାମ ହୋଇ ପଡ଼ି ରହିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସାଜସଜ୍ଜା କରାଯାଇଥିବାବେଳେ ବୃକ୍ଷ ମଧ୍ୟ ରୋପଣ କରାଯାଇଥିଲା। ବ୍ୟୟ ଅଟକଳ ଅନୁଯାୟୀ କାମ କରା ନ ଯାଇ ଅଧପନ୍ତରିଆରେ ଛାଡି ଦିଆଯାଇଛି। ତେବେ ଯାହାବି ନିର୍ମାଣ କରାଯାଇଥିଲା ତାହାର ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ପାର୍କ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି। ଗତକାଲିବୁଦ୍ଧ ଜୟନ୍ତୀରେ ମନମୁଣ୍ଡାରେ ପ୍ରଶାସନର ଦେଖା ଦର୍ଶନ ନାହିଁ। ଭଗବାନ ବୁଦ୍ଧଙ୍କୁ ଫୁଲ ମାଳ ଟିଏ ଦେବାକୁ କେହି ପ୍ରଶାସନିକ ଅଧିକାରୀଙ୍କ ଦେଖା ନାହିଁ କି ତାହା ପାଳନ ପାଇଁ କିଛି ବ୍ୟବସ୍ଥା କରି ନ ଥିଲେ। ଏହାକୁ ଦେଖି ମନମୁଣ୍ଡାରେ ଏକ ବୁଦ୍ଧ ଜୟନ୍ତୀ କମିଟି ତୁରନ୍ତ ଗଠନ କରାଯାଇଥିଲା। କମିଟି ତରଫରୁ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ପାଳନ କରାଯାଇଛି। ମନମୁଣ୍ଡା ବୁଦ୍ଧ ଜୟନ୍ତୀ କମିଟି ସଭାପତି ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତାଙ୍କ ନେତୃତ୍ୱରେ ତଥା କମିଟି ଉପ ସଭାପତି ଆଇନଜୀବୀ ଅକ୍ରୁର ବେହେରା, ସମ୍ପାଦକ ସାମ୍ବାଦିକ ପ୍ରଶାନ୍ତ କୁମାର ପ୍ରଧାନ, ସହ ସମ୍ପାଦକ ସମାଜସେବୀ ବିକ୍ରମ ସାହୁ ଓ ଉପଦେଷ୍ଟା ତଥା ସହଯୋଗକାରି ମନମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟଦେବ ପ୍ରଧାନ ପ୍ରମୁଖ ଭଗବାନ ବୁଦ୍ଧଙ୍କୁ ପୂଜାର୍ଚ୍ଚନା କରିଥିଲେ। ତେଲ ନଦୀ କୂଳରେ ସ୍ଥାପିତ ସୁଉଚ୍ଚ ବୁଦ୍ଧ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳ ଅର୍ପଣ ପାଇଁ ସିଡିର ବ୍ୟବସ୍ଥା ନ ଥିବାରୁ ଜେସିବିରେ ଚଢ଼ି ସେସବୁ କରାଯାଇଥିବା ଦେଖିବାକୁ ମିଳିଥିଲା। ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *