ସିବିଏସ୍ଇ ୧୦ମ ପରୀକ୍ଷା ଫଳାଫଳ ଘୋଷିତ କୋରାପୁଟ ଜିଲ୍ଲା ଟପ୍ପର: ପ୍ରତୀକ ସାହୁ ୯୮.୨%
ଚଳିତ ବର୍ଷ ସିବିଏସ୍ଇ ୧୦ମ ପରୀକ୍ଷା ଫଳାଫଳ ଘୋଷିତ ହୋଇଯାଇଛି। ଏହା ମଙ୍ଗଳବାର ଘୋଷିତ ହୋଇଥିବା ବେଳେ ପ୍ରତୀକ ସାହୁ କୋରାପୁଟ ଜିଲ୍ଲାରେ ଟପ୍ପର ହୋଇଛନ୍ତି । କୋରାପୁଟ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଥିବା ପ୍ରତୀକ ସାହୁ ୯୮.୨% ରଖି ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାରେ ଟପ୍ପର ହୋଇଛନ୍ତି। ପ୍ରତୀକ ହେଉଛନ୍ତି ପୂର୍ବତନ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ବାବାଜୀଚରଣ ସାହୁଙ୍କ ନାତି ଏବଂ ତାଙ୍କ ମାଆ ରଞ୍ଜିତା ସାହୁ ଓ ବାପା ସଚ୍ଚିଦାନନ୍ଦ ସାହୁ ।
ତାଙ୍କ ଏହି ସଫଳତା ପାଇଁ ଶ୍ରେୟ ଦେଇଛନ୍ତି ମାର୍ଗଦର୍ଶକ ପ୍ରତ୍ୟୁଷ ସାର ଓ ବବିତା ମ୍ୟାଡମଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା, ଜେଜେବାପାଙ୍କ ପାଖରେ କୃତଜ୍ଞତା ଜଣାଇଛନ୍ତି।
ସେହିପରି କୋରାପୁଟସ୍ଥିତ ରାମକୃଷ୍ଣ ବିଦ୍ୟାମନ୍ଦିରର ଅଧ୍ୟକ୍ଷା ତପସ୍ବିନୀ ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ୧୮ ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷା ସକାଶେ ବିଦ୍ୟାଳୟର ପ୍ରଥମ ବ୍ୟାଚରେ ୧୦୦% କୃତକାର୍ଯ୍ୟ ହୋଇ ସଫଳତା ହାସଲ କରିଥିବା ବେଳେ ଛାତ୍ରୀ ବିଶାଳଲକ୍ଷ୍ମୀ ଜେଠୀ ୯୫% ମାର୍କ ରଖି ବିଦ୍ୟାଳୟର ଟପ୍ପର , ଦ୍ଵିତୀୟ ସ୍ଥାନରେ ଛାତ୍ର ଜ୍ୟୋତି ଆଦିତ୍ୟ ବାହାଳିଆ ୮୦ %ପ୍ରତିଶତ ମାର୍କ ,ଛାତ୍ର ଅଖିଳେଶ କୁମାର ବେହେରା ୭୬ % ମାର୍କ ରଖି ବିଦ୍ୟାଳୟକୁ ଗୌରନ୍ୱିତ କରିଛନ୍ତି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
