ରାୟଗଡ଼ା ଜିଲ୍ଲାରେ ବଜ୍ରଘାଟରେ ଜଣଙ୍କ ମୃତ୍ୟୁ

ପ୍ରାକୃତିକ ବିପର୍ଯ୍ୟୟ କାଳବୈଶାଖୀ ବର୍ଷା ଓ ବଜ୍ରପାତ କାରଣରୁ ବିଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅଣ୍ଟାମଡ଼ା ଗାଁରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସାଙ୍ଗ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ,ବୁଧୁବାର ଦିନ ମଧ୍ୟାହ୍ନରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଧୀନସ୍ଥ ଅଣ୍ଟାମଡ଼ା ଗ୍ରାମର ନିକଟସ୍ଥ ଆମ୍ବତୋଟାରୁ ଆମ୍ବ ତୋଳି ଫେରିବା ସମୟରେ ରାସ୍ତାରେ ବଜ୍ରାଘାତ ହେବା ସମୟରେ ଅଣ୍ଟାମଡ଼ା ଗ୍ରାମର ଦୁଇ ସାଙ୍ଗ ସନ୍ନ୍ୟାସୀ ହିମିରିକା(୧୬) ଓ ଗଣେଶ ପୁଲାକା(୧୫) ଗୁରୁତର ହୋଇଥିଲେ ଏବଂ ଉଭୟଙ୍କୁ ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ର ସନ୍ନ୍ୟାସୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ