July 1, 2025
Home » ସିବିଏସଇ ଦଶମ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶିତ

ସିବିଏସଇ ଦଶମ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶିତ

0
WhatsApp Image 2025-05-17 at 3.17.22 PM (1)

ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରୁ ଅଭିନଭ ମିଶ୍ର, ସୌରଭ ସ୍ବାଇଁ ଏବଂ ଆୟୁଷ୍ମାନ ରଥ ବିଦ୍ୟାଳୟ ଟପ୍ପର
ବ୍ରହ୍ମପୁର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ( ସିବିଏସଇ ) ପକ୍ଷରୁ ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପୂର୍ବାହ୍ନରେ ପ୍ରକାଶ ପାଇଛି । ସ୍ଥାନୀୟ ଗୁଡସ ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ପରୀକ୍ଷା ଫଳକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଖୁସି ବ୍ଯକ୍ତ କରିଛନ୍ତି । ଏହି ପରୀକ୍ଷା ଫଳକୁ ଦୁଷ୍ଟିରେ ରଖି ବିଦ୍ୟାଳୟରେ ଏକ ସମ୍ଵର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା । ଏହି ସଭାରେ ବିଦ୍ୟାଳୟର ଦଶମ,ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର, ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନୀଲ ବଡପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମିଠା ଖୁଆଇ ଏବଂ କେକ୍ କାଟି ଅଭିନନ୍ଦନ ଜଣାଇ ଥିଲେ ।

ବିଦ୍ୟାଳୟର ଦଶମ ଶ୍ରେଣୀରେ ଆୟୁଷ୍ମାନ ରଥ ୯୫ .୪ ,ଭାଗ୍ଯଶ୍ରୀ ନାହାକ ୯୪.୪ ,ସ୍ମୁତୀ ଶିବାନନ୍ଦ ଜେନା ୯୪ ,ଅନୀଶ କୁମାର ପାଢୀ ୯୩.୬ , ଶିଭମ ମହାରଣା ୯୩.୨ , ଅର୍ପଣା ନାୟକ ୯୨.୮ , ରଶ୍ମୀରେଖା ପାତ୍ର ୯୨.୪ , ଅମିତ କୁମାର ପଣ୍ଡା ୯୨.୨ , ଅଂଶୁମାନ ସାହୁ ୯୨ ,ସୋନାଲୀ ଆଚାର୍ଯ୍ଯ ୯୦.୮, ଅଂଶୁମାନ ସାହୁ ୯୦.୨ ୯୦ ପ୍ରତିଶତ ମାର୍କ ରଖିଛନ୍ତି । ସେହିପରି ବିଦ୍ୟାଳୟର ଅଭିନଭ ମିଶ୍ର ୯୬.୪ ,ଅଂଶୁମାନ ସାହୁ ୯୨.୬ , ସୋହନ ଦାଶ ୯୨ , ବିଦିଶା ନନ୍ଦ୍ଯଦା ୮୮.୮ , କାମାକ୍ଷୀ ପ୍ରସାଦ ଦାଶ ୮୮.୪ , ଅନିରୁଦ୍ଧ ପଣ୍ଡା ୮୭ .୮ , ସୋନମ ପ୍ରୀୟା ଗଉଡ ୮୭.୨ ,ଦିବ୍ଯେଶ ପାତ୍ର ୮୫.୪ , ହାମସାନୀ ଶାନ୍ତି ଏନ 85.2 , ବିଦ୍ୟାନାଥ ମଣ୍ଡଳ ୮୪.୮ , ମାର୍କ ରଖି ବିଜ୍ଞାନ ବିଭାଗରେ ପ୍ରଥମ ଦଶ ଜଣଙ୍କ ମଧ୍ଯରେ ସ୍ଥାନ ପାଇଛନ୍ତି । କମର୍ସ ବିଭାଗରେ ସୌରଭ ସ୍ବାଇଁ ୯୨.୪ , ଦୀପକ ଚନ୍ଦ୍ର ନାୟକ ୭୭.୪ , ତେପାଲା ଗାୟତ୍ରୀ ୭୧.୪ , ସନ୍ତୋଷ ମହାରଣା ୭୧.୪ ,ରବିନ୍ଦ୍ର କୁମାର ଡାକୁଆ ୭୦.୬ , ଗୌରୀଶଙ୍କର ପାତ୍ର ୭୦.୬ , ଭି କାର୍ତିକ ରେଡି ୬୭ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *