January 15, 2025
Home » ଜ୍ୟୋତିର୍ବିଦ ପଣ୍ଡିତ ସ୍ଵର୍ଗତ ଗୁଣ ସାଗର ପଣ୍ଡା ଙ୍କ ଉଦ୍ଦେଶ୍ୟରେ ସାମୂହିକ ସ୍ମୃତି ସଭା, ଗୁଣ ସାଗର ଙ୍କ ଗୁଣ ଗାନ କଲେ ଶୁଭେଚ୍ଛୁ ଓ ବକ୍ତା l

ଜ୍ୟୋତିର୍ବିଦ ପଣ୍ଡିତ ସ୍ଵର୍ଗତ ଗୁଣ ସାଗର ପଣ୍ଡା ଙ୍କ ଉଦ୍ଦେଶ୍ୟରେ ସାମୂହିକ ସ୍ମୃତି ସଭା, ଗୁଣ ସାଗର ଙ୍କ ଗୁଣ ଗାନ କଲେ ଶୁଭେଚ୍ଛୁ ଓ ବକ୍ତା l

0

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲାର ବମରାଜ ଗାଁ ରେ ଗୁରୁବାର ପଣ୍ଡିତ ସ୍ୱର୍ଗତ ଗୁଣ ସାଗର ପଣ୍ଡା ଙ୍କ ଦ୍ଵାଦଶାହ କାର୍ଯ୍ଯ ରେ ଏକ ସାମୂହିକ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କୋଶଳ ଜ୍ୟୋତିର୍ବିଦ ମହାସଭାର ଅବାହକ ଓ ପରମେଶ୍ଵରୀ ପାଞ୍ଜି ଗଣକ ମେଡେନ କୁମାର ବିଶି ସ୍ୱର୍ଗତ ପଣ୍ଡିତ ଗୁଣ ସାଗର ପଣ୍ଡା ଙ୍କ ସ୍ମୃତି ଚାରଣ କରିବା ସହିତ ତାଂକ ବିନମ୍ର ବ୍ୟବହାର ଓ ପାଣ୍ଡିତ୍ୟ ର ଗୁଣ ଗାନ କରି ଶ୍ରୀ ପଣ୍ଡା ଙ୍କ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରିଥିଲେ । ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ସ୍ୱଚ୍ଛ ଭାରତ ସଂଗଠନ , ପତଞ୍ଜଳି ଯୋଗ ସମିତି, ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା, ଶ୍ରୀ ଗୋପାଳଜୀ ତଡିତ ଶ୍ଵାସମନ୍ତ୍ର ଯୋଗଳୟ , ଜିଲ୍ଲା କ୍ରିକେଟ ସଂଘ, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ, ରକ୍ତ ଦାତା ସଂଘ, ଫରେଷ୍ଟ ପାର୍କମର୍ଣ୍ଣିଙ୍ଗ ୱାକର୍ସ ସଂଘ, ସୋନପୁର କଲେଜ୍ ଏନ୍ ସି ସି, ଆର୍ ଏସ ଏସ, ଶିକ୍ଷକ ସଂଘ, ବରିଷ୍ଠ ନାଗରିକ ସଂଘ ସମେତ ଜିଲ୍ଲା ର ଅନେକ ସାମାଜିକ ସଂଗଠନ ର ଶହ ଶହ କର୍ମକର୍ତ୍ତା ଯୋଗ ଦେଇ ଏହି ସ୍ମୃତି ସଭା ରେ ଶ୍ରୀ ପଣ୍ଡା ଙ୍କ ଅମର ଆତ୍ମା ଶାନ୍ତି ସଦଗତି କାମନା କରି ଶ୍ରୀ ପଣ୍ଡା କେବଳ ଯେ ଜଣେ ଆଦର୍ଶ ଶିକ୍ଷକ ନ ଥିଲେ , ସେ ଜଣେ ଉଚ୍ଚ କୋଟୀର ଜ୍ୟୋତିର୍ବିଦ ଭାବେ ସମଗ୍ର ପଶ୍ଚିମ ଓଡ଼ିଶା ରେ ଖ୍ୟାତି ଲାଭ କରିଥିଲେ ଓ ପାତାଳୀ ଶ୍ରୀକ୍ଷେତ୍ର ର ନୀତି ନିର୍ଘଣ୍ଟ ନିର୍ଭୁଲ ଗଣନା କରି ଦେବ ନୀତି ପରିଚଳନା ରେ ନିଷ୍ଠା ର ସହ ସହଯୋଗ କରି ଆସୁଥିଲେ ବୋଲି ସ୍ମୃତି ସଭାରେ ବକ୍ତା ମାନେ ମତ ରଖିଥିଲେ l

ମହାନଦୀ ବା ମହା ସାଗର କୁ ଯେମିତି ମାପି ହୁଏନି ଶ୍ରୀ ଗୁଣ ସାଗର ପଣ୍ଡା ଙ୍କ ଅଗାଧ ଗୁଣ ଓ ଅମାପ ପାଣ୍ଡିତ୍ୟ କୁ ମାପିବା ଅସମ୍ଭବ ଥିଲା ବୋଲି ଉପସ୍ଥିତ ଜ୍ୟୋତିର୍ବିଦ, ବୁଦ୍ଧିଜିବୀ, ସାମ୍ୱାଦିକ , ଆଇନ୍ ଜିବୀ, ସମାଜ ସେବୀ, ଶିକ୍ଷକ , ରାଜନେତା ସ୍ମୃତି ସଭାରେ ସ୍ମୁତି ଚାରଣ କରିଥିଲେ l ଏହି ସଭା ରେ ପଣ୍ଡିତ ମହାସଭା ର ମେଡେନ୍ କୁମାର ଵିଶି, ଯୋଗିନ୍ଦ୍ର ହୋତା , ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, କଳା କାହୁଁ ଦାଶ, ନିରଞ୍ଜନ ତ୍ରିପାଠୀ, ସ୍ବଚ୍ଛ ଭାରତ ସଂଗଠନ ସଭାପତି ସୟଦ୍ ଅଲିମୁଲ ଇସଲାମ, ଯୋଗୀ ଆର୍ତ୍ତତ୍ରାଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପ୍ରଦୀପ ପୁରୋହିତ, ପ୍ରତାପ ଦାଶ , ପଠାଣ ପଣ୍ଡା, ହରିହର ଶତପଥି, ଗରିବ ଲୋଇ, ଗୋପାଳ ନେଗୀ, ଅଧ୍ୟାପକ ମଦନ ସୁନ୍ଦର କ୍ଷେତି, ଲଡ଼ୁ କିଶୋର ମଲ୍ଲିକ, ରବୀନ୍ଦ୍ର ଜେନା, ରାଜ କିଶୋର ତ୍ରୀପାଠୀ, ପୀତାମ୍ବର ମହାପାତ୍ର, , ସଞ୍ଜୟ ସାହୁ, ରଞ୍ଜନ ବାରିକ୍, ଦିଲ୍ଲୀପ ଭୁକ୍ତା, ଗୋକୁଳ ଠାକୁର, ମଞ୍ଜୁଶ୍ରୀ ଭୂୟାଁ, ରୁଚିକା ମାଝୀ, ସବିତା ପଟ୍ଟନାୟକ ପ୍ରମୁଖ ଜିଲ୍ଲା ର ବହୁ ନେତୃ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ଏଠାରେ ଯୋଗ ଦେଇ ଶ୍ରୀ ପଣ୍ଡା ଙ୍କ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l ଏ ଅଞ୍ଚଳ ର ବିଶିଷ୍ଟ ପଣ୍ତିତ କାମପାଳ ନାୟକ,ରାମକୃଷ୍ଣ ପଣ୍ଡାଵଳରାମ ପୁରୋହିତ ,ସନ୍ତୋଷ କୁମାର ପୁରୋହିତ,ଉପେନ୍ଦ୍ର ଚାନ୍ଦ, ଯୋଗେଶ୍ଵର ପୁରୋହିତ ,ପଣ୍ଡିତ ପ୍ରକାଶ ପୁଝାରୀ ଏହି ସଭା ରେ ଉପସ୍ଥିତ ଥିଲେ। ଶ୍ରୀ ପଣ୍ଡl ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା କାଲି ଠାରୁ ସାମୂହିକ ଗୀତା ପାଠ, ବିଷ୍ଣୁ ସହସ୍ର ନାମ ଓ ମାନବୀୟ ସେବାର ପ୍ରତୀକ ରକ୍ତ ଦାନ ଶିବିର ର ମଧ୍ୟ ଅୟୋଜନ କରଯାଇଛି ବୋଲି ସମାଜସେବୀ ମନୋଜ ପଣ୍ଡା ସ୍ଵର୍ଗତ ପଣ୍ଡା ଙ୍କ ପରିବାର ତତଫରୁ ସୂଚନା ଦେଇଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *