July 27, 2025
Home » ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

0
WhatsApp Image 2025-05-21 at 6.27.47 PM

ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଜି ଅପରାହ୍ଣ ୪ ଟା ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ସମୁଦାୟ ପାସ୍ ହାର ୮୨.୭୭ ପ୍ରତିଶତ ରହିଛି । ଏଥିରେ ଛାତ୍ରଙ୍କ ପାସ୍ ହାର ୭୭.୮୮ ପ୍ରତିଶତ ଥିବା ବେଳେ ୮୭.୨୪ ପ୍ରତିଶତରେ ଛାତ୍ରୀ ଆଗୁଆ ରହିଛନ୍ତି । ସେହିପରି ବିଜ୍ଞାନରେ ପାସ୍ ହାର ୮୭.୪୯ ପ୍ରତିଶତ, କଳାରେ ପାସ୍ ହାର ୮୦.୫୧ ପ୍ରତିଶତ, ବାଣିଜ୍ୟରେ ପାସ୍ ହାର ୮୩.୨ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୬୦.୫୭ ପ୍ରତିଶତ ରହିଛି ।

Leave a Reply

Your email address will not be published. Required fields are marked *