ନାଳନ୍ଦା ବିଦ୍ୟା ମନ୍ଦିର ଉଚ୍ଚ ମାଧମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳ

ବ୍ରହ୍ମପୁର: ଚଳିତ ବର୍ଷ ବ୍ରହ୍ମପୁରସ୍ଥିତ ନାଳନ୍ଦା ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଅଛି। ଉକ୍ତ ବିଦ୍ୟାଳୟର ୪୭୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥ୍ ମଧ୍ଯରୁ ପ୍ରଥମ ସ୍ଥାନରେ ୪୫୪ ଜଣ ଛାତ୍ରଛାତ୍ରୀ ରହିଥିଛବା ବେଳେ ୨୯ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧୁକା ନମ୍ବର ରଖ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ତତ୍ ସହିତ ୫୦୦ରୁ ଉର୍ଦ୍ଧ୍ବ ମାର୍କ ରଖ୍ ୧୦୬ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉକ୍ତ ବିଦ୍ୟାଳୟ ଲଗାତାର ଦୀର୍ଘ ୮ ବର୍ଷ ଧରି ଶତ ପ୍ରତିଶତ ଫଳାଫଳ ଦେଇଆସୁଅଛି।
ଅନୁଷ୍ଠାନର ସର୍ବାଧୁକ ୫୭୩ ନମ୍ବର ରଖୁଥୁବା ଛାତ୍ର ଶ୍ରୀମାନ ସନ୍ତୋଷ କୁମାର ଜେନା ଭବିଷ୍ୟତରେ ଡାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଖୁସୀର ଦିନରେ କଲେଜର ଅଧ୍ୟକ୍ଷ ଶ୍ରୀ ଭଗବାନ ସାହୁଙ୍କ ସହିତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଫଳାଫଳକୁ ନେଇ ଅନୁଷ୍ଠାନ ପରିସରରେ ଏକ ଖୁସୀର ମହଲ୍ ଦେଖୁବାକୁ ମିଳିଥିଲା। ଆଗାମୀ ଶିକ୍ଷାବର୍ଷରେ ମଧ୍ଯ ଚଳିତ ବର୍ଷର ଫଳାଫଳ ଠାରୁ ଅଧିକା ଫଳାଫଳ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି କଲେଜର ଅଧ୍ୟକ୍ଷ ଶ୍ରୀ ଭଗବାନ ସାହୁ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )