କେଡିକେ ହଟାଇବା ସକାଶେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର — ନିଖିଳ ଓଡ଼ିଶା ଅନୁସୂଚିତ ଜାତି ସଂଗଠନ ( AOSCO) ପକ୍ଷରୁ ବଲାଙ୍ଗୀର କଚେରୀ ଛକ ନିକଟସ୍ଥ ଯାଦବ ଭବନ ଠାରେ ବିଶିଷ୍ଟ ସମାଜସେବୀ ଧନେଶ୍ଵର ନାଗ ଙ୍କ ଆହ୍ଵାନ କ୍ରମେ କେ ଡି କେ ହଟାଇବା ସକାଶେ ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବରିଷ୍ଠ ସମାଜସେବୀ ଭୁବନ ନାଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବୌଦ୍ଧ ଜ଼ିଲ୍ଲାର ଯୁବ ସମାଜସେବୀ ତଥା AOSCO ର କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଡାଙ୍ଗ ଯୋଗଦେଇ ଓଡିଶାର ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ମାନଙ୍କୁ ଅନୁସୂଚିତ ଜାତି ତାଲିକାରୁ ହଟାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ସଙ୍ଗଠନର ଉପ ସଭାପତି ତଥା ଝାରସୁଗୁଡା ଜିଲ୍ଲା ର ବିଶିଷ୍ଟ ସମାଜସେବୀ ଯଦୁମଣି ଗର୍ଡିଆ ମୁଖ୍ୟବକ୍ତା , ଅନ୍ୟତମ କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ଭରାସାଗର ସମ୍ମାନୀତ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସତ୍ୟାନନ୍ଦ ସୁନା ,ସୀତାରାମ କୁମ୍ଭାର , ବିଶିଷ୍ଟ ଶିକ୍ଷାବିତ୍ ରତୀନ୍ଦ୍ର ରାଏ , ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ , ବରିଷ୍ଠ ସମାଜସେବୀ ବାଳି ଚରଣ ବାରିକ , ନୂଆପଡ଼ା ଜିଲ୍ଲାର ବରିଷ୍ଠ ସମାଜସେବୀ ନିମାଇଁ ଚରଣ ତାଣ୍ଡି , ବରଗଡ଼ ଜିଲ୍ଲାର ବରିଷ୍ଠ ସମାଜସେବୀ ଜୀବର୍ଦ୍ଧନ ହାତୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଂଗଠନ କୁ ସୁଦୃଡ଼ କରିବା ସହିତ କେ ଡି କେ ମାନଙ୍କୁ ଏସ ସି ତାଲିକାରୁ ସଂପୂର୍ଣ୍ଣ ହଟାଇବା ପାଇଁ ଜୋରଦାର ଲଢେ଼ଇ କରିବାକୁ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ମୋହନ ମହାନନ୍ଦ, ପ୍ରକାଶ ହରିପାଲ ,ଦିନେଶ ନାଗ , ରାଜେନ୍ଦ୍ର ସୁନା, ଜ୍ୟୋତିଷ ମୁଗ୍ରୀ, ତରଣୀସେନ ଦୀପ, ବୈକୁଣ୍ଠନାଥ ବାରିକ , ଲଛମନ ସୁନା , ବୈଦ୍ୟନାଥ ମହାନନ୍ଦିଆ , ସୂର୍ଯ୍ୟମଣି ସୁନା , ଜୟରାମ ହରିପାଲ , ମଙ୍ଗଳୁ ତାଣ୍ଡି ଯୋଗଦେଇ ବାବାସାହେବ ଙ୍କ ସାମ୍ବିଧାନିକ ଅଧିକାର ଏବଂ କେଡିକେ ମାନଙ୍କ ଏସ ସି ତାଲିକା ରେ ଅନାଧିକାର ପ୍ରବେଶ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ବିହାରୀ ଦୀପ , ମୂରଲୀ ବାଗ , ଯଶୋବନ୍ତୀ ବାଗ , ବାସୁଦେବ ମୁଗ୍ରୀ , କୁନା ବାଗ , ଚନ୍ଦ୍ର ଶେଖର ବାଦୀ , ଗରିବ ବାଗ , ଶତୃଘ୍ନ ଭୋଇ , ନେପାଳ ଚନ୍ଦ୍ର ବାଗ , ସୁଶୀଲ ହରିପାଲ , ଲାଲମୋହନ ନାଗ , ଅନନ୍ତ କଲେତ , ଅର୍ଜୁନ ବେହେରା ପ୍ରମୁଖ ଶତାଧିକ ସମାଜସେବୀ ଯୋଗଦାନ କରି କେଡିକେ ହଟାଇବାକୁ ଆଇନଗତ ପ୍ରସ୍ତୁତି ତଥା ଆନ୍ଦୋଳନକୁ ଜୋରଦାର କରିବା ପାଇଁ ମତ ପ୍ରକାଶ କରିଥିଲେ । ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜିଲ୍ଳାର ବରିଷ୍ଠ ଆଇନଜୀବୀ ଅର୍ଜ୍ଜୁନ ମୁଗ୍ରୀ ପରିଚାଳନା କରିଥିବା ବେଳେ ଶେଷରେ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବିପିନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର