ଭିତରେ ବୈଠକ ବାହାରେ ବିଧାୟକ!

ଜିତିବା ପରଠୁ ଏଯାବତ୍ ପ୍ରଶାସନର ଅଣଦେଖା।
୨୫ ବର୍ଷର ବିଜେଡି ସରକାରଙ୍କୁ ହଟାଇ ରାଜ୍ୟରେ ଓଡିଶାବାସୀ ବିଜେପି କୁ କ୍ଷମତାସୀନ କରାଇଛନ୍ତି କିନ୍ତୁ ଖୋଦ୍ ଜଣେ ଶାସକ ଦଳର ବିଧାୟକଙ୍କୁ କିପରି ପ୍ରଶାସନ ଜିତିବା ଦିନଠାରୁ ଆଜିଯାଏ ଅଣଦେଖା କରିଆସୁଛି ତାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଧାୟକ ଜଣଙ୍କ। ଏ ହେଉଛନ୍ତି ରାଜ୍ୟର ତତଲାଗଡ କୁହାଯାଉଥିବା ସଚେତନ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ନବୀନ ଜୈନ।
ବିଭିନ୍ନ କାରଣରୁ ଏଠାରେ ଜିଲ୍ଳାରେ ଶାସକ ଦଳ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ଜିଲ୍ଲାରେ ଗୋଟିଏ ପଟରେ ଉପମୁଖ୍ୟମନ୍ତ୍ରୀ ଓ ସାଂସଦ କୁ ନେଇ ଗୋଟିଏ ଗୋଷ୍ଠୀ ଅନ୍ୟ ପକ୍ଷରେ କେତେକ ଦଳୀୟ କର୍ମକର୍ତ୍ତା ଓ ବିଧାୟକ ଏପରି ଦୁଇ ଗୋଷ୍ଠୀ ହୋଇଥିବା ଦେଖିବାକୁ ମିଳୁଛି। ତେବେ ଏହି ରାଜନୈତିକ ପତିଆରା ଓ କ୍ଷମତା ଅଳନ୍ଦି ମଧ୍ୟରେ ପେଶି ହୋଇଯାଇଛନ୍ତି ଏହି ବିଧାୟକ। ଯଦିଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ ବିକାଶ କାର୍ଯ୍ୟରେ ବିଧାୟକଙ୍କ ଗୁରୁ ଦାୟୀତ୍ୱ ଓ ତାଙ୍କ ମତକୁ ଅଗ୍ରାଧିକାର ମିଳିବା କଥା। ମାତ୍ର ଟିଟିଲାଗଡରେ ଭିନ୍ନ କଥା ଦେଖିବାକୁ ମିଳୁଛି।
ଅଧିକ କ୍ଷମତାଶାଳୀ ହୋଇପଡିଥିବା କେହି ଜଣେ “ମାଡାମ’ ବିଧାୟକ ଯେପରି ଶାସନ ବ୍ୟବସ୍ଥାରେ କଣଠୋସା ହେବେ ସେ ନେଇ ବିଧିବଦ୍ଧ କୁଆଡେ ଚକ୍ରାନ୍ତ ଚଳାଇଥିବାର ଚର୍ଚ୍ଚା ହେଉଛି। ଏପରିକି ସମ୍ପୃକ୍ତ ବିଧାୟକଙ୍କୁ ମଧ୍ୟ ବହୁ ପ୍ରଶାସନିକ ଅଧିକାରୀ ଏ ନେଇ ଇସାରା ଦେଇଛନ୍ତି। ତେବେ ଗତ ଜିଲ୍ଲା ବୈଠକକୁ ସମସ୍ତ ବିଧାୟକ, ମନ୍ତ୍ରୀ,ପାରିଷଦ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିବାବେଳେ ବିଧାୟକଙ୍କୁ କୁଆଡେ ପତ୍ର ଦିଆଯାଇନଥିଲା। ଏ ନେଇ ବିଧାୟକ ଶ୍ରୀ ଜୈନ ପ୍ରତିବାଦ ସୂଚକ ବାହାରେ ବସିରହିଥିଲେ। ପରେ ବୈଠକରେ ଅଧ୍ୟକ୍ଷତା କରୁଥିବା ପଞ୍ଚାୟତରାଜ ମନ୍ତ୍ରୀ ତାଙ୍କ ସହ ଆଲୋଚନା କରି ରାଜନୈତିକ ଆକ୍ରୋଶ ସମ୍ପର୍କରେ ଅବଗତ ହୋଇଥିଲେ।
<img
କଥାରେ ଅଛି "ଢୋଲ ଭିତରେ ମୂଷା' ଲୋକେ ବିଜୟୀ କରିବାର ମାତ୍ର ୧ ବର୍ଷ ମଧ୍ୟରେ ଜଣେ ଶାସକ ଦଳର ବିଧାୟକ ଯଦି ଏପରି ସ୍ଥିତିର ସାମ୍ନା କରୁଛନ୍ତି ତେବେ ଜିଲ୍ଲାରେ ଦଳର ସ୍ଥିତି କୁଆଡେ ଯିବ ତାହା ସହଜେ ଅନୁମେୟ। ଏଠାରେ ସୂଚନାଯୋଗ୍ୟ ଯେ, ଗତ ବିଜୁବାବୁଙ୍କ ସରକାରରେ ମେଣ୍ଟ ସଦସ୍ୟ ତଥା ପଟ୍ଟାମୁଣ୍ଡାଇର ବିଧାୟକଙ୍କୁ ମଧ୍ୟ ଆକ୍ରୋଶର ଶିକାର ହେବାକୁ ପଡିଥିଲା। ଏପରିକି ଏକ ଆନ୍ଦୋଳନର ନେତୃତ୍ୱ ନେଉଥିବାବେଳେ ପୋଲିସ ଦ୍ୱାରା ନିର୍ଯ୍ୟାତନା ଦିଆଯାଇ ଜେଲ୍କୁ ପଠାଇ ଦିଆଯାଇଥିଲା। ତାର ଫଳ ପରେ ଏବେ ବି ସମ୍ପୃକ୍ତ ବ୍ୟକ୍ତି ଆଉ ବିଧାନସଭାର ମାଟି ମାଡିପାରିନାହାଁନ୍ତି। ତେଣୁ ବେଳ ଥାଉଁ ଥାଉଁ ଏପରି ହୀନ ରାଜନୀତି କୁ ଆୟୁଧ କରୁଥିବା ରାଜନୈତିକ ବ୍ୟକ୍ତି ବିଶେଷ ସତର୍କ ହେବାର ଆବଶ୍ୟକତା ରହିଛି ବୋଲି ଚର୍ଚ୍ଚା ହେଉଛି। କାରଣ ଲୋକେ ଯେଭଳି ପୁରସ୍କାର ଦିଅନ୍ତି ସେଭଳି ଅଳିଆ କୁ ଫୋଫାଡି ବି ଦିଅନ୍ତି ଏକଥା ଭୁଲିବା ଉଚିତ୍ ନୁହେଁ ?
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )ବଲାଙ୍ଗୀର