July 1, 2025
Home » ଶିଳ୍ପମନ୍ତ୍ରୀ ଙ୍କ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ସମୀକ୍ଷା ବୈଠକ

ଶିଳ୍ପମନ୍ତ୍ରୀ ଙ୍କ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ସମୀକ୍ଷା ବୈଠକ

0
WhatsApp Image 2025-05-28 at 1.05.16 PM

ପାରାଦୀପ: ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ସମୀକ୍ଷା ବୈଠକ ସ୍ଥାନୀୟ ସ୍ଵତନ୍ତ୍ର ପ୍ରଦକ୍ଷୀଣ ଗୃହ, ପାରାଦୀପ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ, ଜିଲ୍ଲା ପ୍ରଶାସନ ତଥା ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ସଠିକ୍ ସମନ୍ଵୟ ସହ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକ ଉଦ୍ୟମ ରହିଲେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରିବ। ଏହି ବୈଠକ ରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଉନ୍ନୟନ ମୂଳକ କର୍ଯ୍ୟର ପ୍ରଗତି ତଥା କାର୍ଯ୍ୟକାରିତା ବିଷୟ ରେ ସମୀକ୍ଷା କରିଥିଲେ। ସରକାରଙ୍କ ଦ୍ଵାରା ଦିଆଯାଇଥିବା ଟାର୍ଗେଟ କେତେ ପୂରଣ ହେଲା ଏବଂ କେତେ ବାକି ରହିଲା ତାର ବିସ୍ତୃତ ବିବରଣୀ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ। ଆଗାମୀ ଦିନରେ ଆଉ କଣ କରାଗଲେ ସରକାରଙ୍କ ଯୋଜନା ଆହୁରି ସଠିକ୍ ଭାବେ ଲୋକମାନଙ୍କ ପାଖେ ପହଞ୍ଚି ପାରିବ ତାର ପୁଙ୍ଖାନୁପୁଙ୍ଖ ଆଲୋଚନା ଅଧିକାରୀ ମାନଙ୍କ ସହ କରାଗଲା। ଏହି ବୈଠକରେ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବିଭାଗ ର କାର୍ଯ୍ୟକାରିତା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା,ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଅଧ୍ୟକ୍ଷ ପାରାଦୀପ ପୌର ପରିଷଦ ଶ୍ରୀ ବସନ୍ତ ବିଶ୍ବାଳ, ନିର୍ବାହୀ ଅଧିକାରୀ, ପାରାଦୀପ ପୌର ପରିଷଦ ଶ୍ରୀ ଅଭିଷେକ ପଣ୍ଡା,ମଣ୍ଡଳ ଉନ୍ନୟନ ଅଧିକାରୀ, କୁଜଙ୍ଗ, ଶ୍ରୀ ଦୀପକ ପ୍ରସାଦ ସ୍ୱାଇଁ , ତହସିଲଦାର କୁଜଙ୍ଗ ଶ୍ରୀ ସ୍ୱରୁପ୍ ନନ୍ଦନ ବେହେରା ଏବଂ ଲାଇନ୍ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *