July 1, 2025
Home » ତିର୍ତୋଲ ନାଉସୀର ଆଖଣ୍ଡଳ ମଣୀ ପୀଠ ରେ ଶିବ ବିବାହ ଅନୁଷ୍ଠିତ

ତିର୍ତୋଲ ନାଉସୀର ଆଖଣ୍ଡଳ ମଣୀ ପୀଠ ରେ ଶିବ ବିବାହ ଅନୁଷ୍ଠିତ

0
WhatsApp Image 2025-05-31 at 7.40.07 PM (1)

ତିର୍ତୋଲ 31/5 ତିର୍ତୋଲ ବ୍ଲକ ନାଉସୀର ସ୍ଥିତ ପ୍ରଭୁ ଆଖଣ୍ଡଳମଣୀ ମହାଦେବ ଙ୍କର ପବିତ୍ର ଶୀତଳ ଷଷ୍ଠୀ ତିଥିରେ ମହା ଆଡମ୍ବର ରେ ବିବାହ ଉତ୍ସବ ପାଳିତ ହେଉଛି, ଆଜି ସକାଳ ୯ ଘଟିକା ସମୟରେ ପ୍ରଭୂ ଶ୍ରୀ ଆଖଣ୍ଡଳ ମଣୀ ବିରାଟ ପଟୁଆର କରି ତିର୍ତୋଲ, ନାଉସୀର ଗ୍ରାମ ପରୀକ୍ରମା କରି ଆଖଣ୍ଡଳ ମଣୀ ବେଢା ରେ ଥିବା ମା ପାର୍ବତୀ ଦେବୀଙ୍କ ମନ୍ଦିର ରେ ପହଂଚିବା ପରେ, ପୁରୋହିତ ବାଟବରଣ କରି କନକ ବେଦିକୁ ପାଛୋଟି ନେଇଥିଲେ,

ମନ୍ଦିର କମିଟି ତରଫରୁ ନିର୍ମିତ କନକ ବେଦିରେ ପ୍ରଭୁ ଆଖଣ୍ଡଳମଣୀ ଓ ମା ପର୍ବତୀଙ୍କ ବିଭାହ ଉତ୍ସବ ଅନୁଷ୍ଠିତ କରାଯାଇ ଥିଲା, ବରପିତା ଭାବେ ଗୋବିନ୍ଦିପୁର ପଞ୍ଚାୟତ, ପାଉଁସରା ନିବାସୀ ବିପିନି ବାରିକ ହେଇଥିବା ବେଳେ, କନ୍ୟାପିତା ଭାବେ ଖୋସାଲ ପୁର ନିବାସୀ ସୁଧାକର ସ୍ୱାଇଁ କନ୍ୟା ପିତାର ଦାଇତ୍ୱ ନିଭାଇ ଥିଲେ, l ଏହି ବିବାହ ଉତ୍ସବ ରେ ନାଉସୀର ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ପ୍ରଭୂ ଓ ମା ଙ୍କ ବିବାହ ର କାର୍ଯ୍ୟ ତୁଲାଇ ଥିଲେ l

ଏହି ବିବାହ ଉତ୍ସବ ରେ ଯୋଗ ଦେଥିବା ଭକ୍ତ ଙ୍କ ପାଇଁ ପ୍ରଭୂ ଙ୍କ ମନ୍ଦିର ପ୍ରଶାସନ ତରଫରୁ ପ୍ରସାଦ ଵେବସ୍ଥା କରାଯାଇ ଥିଲା l ତିର୍ତୋଲ ଅଂଚଳ ରେ ଏହା ଏକ ବିରଳ କାଯ୍ୟକ୍ରମ ଦେଖିବା ଲାଗି ପ୍ରବଳ ଜନଗହଳି ଦେଖା ଯାଇଥିଲା, ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ତିର୍ତୋଲ ନାଉସୀର ଆଖଣ୍ଡଳ ମଣୀ ପୀଠରେ
ଉତ୍ସବ ପାଳିତ ହେବ l

ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *