ଗନିଆରେ ଗ୍ରାମଉତଥାନର ଯୁବ ବିକାଶ କାର୍ଯ୍ୟକ୍ରମରେ ପ୍ରଥମ ମହଲ୍ଲା ସଭା ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ ଦ୍ଵାରା ଗନିଆ ଠାରେ ଯୁବ ବିକାଶ କାର୍ଯ୍ୟକ୍ରମର ପ୍ରଥମ ମହଲ୍ଲା ସଭା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ନଅ ମାସ ହେବ ଯୁବ ବିକାଶ କାର୍ଯ୍ୟକ୍ରମ (ସମଝୋ ତୋ) ମାଁ ଉମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଦୋଦର ଠାରେ ଚାଲି ଆସୁଅଛି । ଏହି କାର୍ଯ୍ୟକ୍ରମ The Commutiny Youth Collective, Delhi ର ସହାୟତାରେ କରାଯାଉଅଛି । ଏହି ପ୍ରଥମ ମହଲ୍ଲା ସଭାକୁ ଯୁବ ବିକାଶ କାର୍ଯ୍ୟକ୍ରମର ପରିଚାଳକ କ୍ଷିରେନ୍ଦ୍ର ରଣା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଓ ଶ୍ରୁତି ସ୍ମରଣିକା ଦାସ୍ ଓ ପ୍ରଭାତୀ ଖଣ୍ଡଗିରି ତାଙ୍କୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାଁ ଉମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ପାଢ଼ୀ, ଉଲୁଣ୍ଡା ବ୍ଲକର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗର ସୁପର ଭାଇଜର୍ ଶ୍ରୀମତୀ ଶାନ୍ତିଲତା ଖମାରୀ, ଗ୍ରାମଉତଥାନ୍ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ କୁମାର ପଧାନ ଏବଂ ମାଁ ଉମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଦୋଦର୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ବଲ୍ଲଭ ପୁରୋହିତ ଉପସ୍ଥିତ ଥିଲେ । ମାଁ ଉମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଦୋଦରର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସୁଶାନ୍ତ ଦେହୁରୀ, ଆଇଟି ଅଧ୍ୟାପକ ଶ୍ରୀଯୁକ୍ତ ଉଦ୍ଧବ ପଧାନ, ଗ୍ରାମଉତଥାନ୍ ର ସଦସ୍ୟ ରଶ୍ମିତା ପଧାନ, ଅନିତା କ୍ଷେତି, ସୁବଳ ମେହେର ଓ ଆନ୍ନା ଖେସ ଯୋଗ ଦେଇଥିଲେ । ମାଁ ଊମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଦୋଦର ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁରୁନନୀ ପଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବକ ଓ ଯୁବତୀମାନେ ମିଶି ଏକ ପଥପ୍ରାନ୍ତ ନାଟକ ବାଲ୍ୟ ବିବାହ ପରିବେଷଣ କରିଥିଲେ । ତାପରେ ଅତିଥିମାନେ, ଗ୍ରାମବାସୀ, ଯୁବଗୋଷ୍ଠୀ, ଅଭିଭାବକ ଓ ଅଭିଭାବିକାମାନେ ବାଲ୍ୟ ବିବାହକୁ ରୋକିପାରିବା ତାହାର ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା। ଅତିଥି ମାନେ ନିଜ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ପାଇଁ ଯୁବ ଗୋଷ୍ଠୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା, ତାହାର ଅସୁବିଧା, ନିରାକରଣ ସରକାରୀ ନିୟମ ଓ ସମାଜରେ ବାଲ୍ୟବିବାହ କାହିଁକି ହେଉଛି ସେ ବିଷୟରେ ଆଲୋଚନା କରିଥିଲେ । ଶେଷରେ ସୀମାରାଣୀ ପର୍ଡିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୪୦ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ ଓ ଗନିଆର ସମସ୍ତ ଗ୍ରାମବାସୀ ବୃନ୍ଦ ଯୋଗଦାନ ଦେଇଥିଲେ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
